logo
add image
ସଫେଇ ହେଲା ବଜାର ଅଂଚଳସଫେଇ ହେଲା ବଜାର ଅଂଚଳ

ସଫେଇ ହେଲା ବଜାର ଅଂଚଳସଫେଇ ହେଲା ବଜାର ଅଂଚଳ

ସୁବର୍ଣପୁର/ 21/02/2022/  (ନ୍ୟୁଜ-ଆଧାର ଓଡିଶା )ଆଜି ସଦର ସୋନପୁର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଏକ ସ୍ଵଚ୍ଛତା ପଦଯାତ୍ରା ସହ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୂରୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ସ୍ଵଚ୍ଛତା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରୁ ବାହାରି ନାରାୟଣପୁର ଛକ ପର୍ଯ୍ୟନ୍ତ ଯାଇଥିଲା। ପଦଯାତ୍ରାରେ ସାମିଲ ଡାକ୍ତରଖାନା କର୍ମଚାରୀ ଓ ସ୍ଥାନୀୟ ଜନସାଧରଣ ରାସ୍ତାର ଉଭୟ ପାର୍ଶ୍ଵ ସହ ସାପ୍ତାହିକ ବଜାର ଓ ନାରାୟଣପୁର ଛକରେ ସଫେଇ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଦୋକାନୀମାନଙ୍କୁ ସ୍ଵାସ୍ଥ୍ୟକର୍ମୀମାନେ ସ୍ଵଚ୍ଛତା ସପର୍କରେ ବୁଝାଇ ନିଜର ପରିବେଶକୁ ସ୍ଵଚ୍ଛ ରଖିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ସ୍ଵଚ୍ଛତା ଶପଥର ଡିସପ୍ଲେ ବୋର୍ଡ ସବୁ ଲଗାଯାଇଥିଲା। କାର୍ଯ୍ୟକ୍ରମକୁ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିଲେ। ଡାକ୍ତର ରାମଶଂକର ତ୍ରିପାଠୀ, ଡାକ୍ତର ପୂଜାଶ୍ରୀ ମିଶ୍ର, ଫାର୍ମାସିଷ୍ଟ ପ୍ରଦୀପ ନାୟକ, ଅଞ୍ଜଳି ଛତ୍ରିଆଙ୍କ ସମେତ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅନ୍ୟ କର୍ମଚାରୀମାନେ ସକ୍ରିୟ ସାମିଲ ହୋଇଥିବା ବେଳେ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର, ଏକାଉଣ୍ଟ ମେନେଜର ସୁଜିତ ସାହୁ, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର ପ୍ରମୂଖ ସହଯୋଗ କରିଥିଲେ।                            ( ରିପୋର୍ଟ-ଯୁଧିଷ୍ଠିର ସାହୁ )           

Recent Comments

Leave Comments

Top