logo
add image
 ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ କଲ୍ୟାଣସିଂହପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

 ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ କଲ୍ୟାଣସିଂହପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

କଲ୍ୟାଣସିଂହପୁର/୧୯/୦୯/୨୨/ (ଆଧାର ନ୍ୟୁଜ) ବିଶ୍ୱର ଲୋକପ୍ରିୟ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଉପଲକ୍ଷେ ସାରା ଭାରତରେ ସେପ୍ଟେମ୍ବର ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବାପକ୍ଷ ପାଳନ ହେବା ଅବସରରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର କଲ୍ୟାଣମଣ୍ଡପ ଠାରେ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଅଜିତ୍ ପାଣିଗ୍ରାହୀ ଓ ସିକରପାଇ ଯୁବ ମୋର୍ଚ୍ଚା ସଭାପତି ଦିଲିପ୍ ମିଣିଆକାଙ୍କ ନେତୃତ୍ୱରେ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଏଥିରେ ରାୟଗଡ଼ା ରକ୍ତ ଭଣ୍ଡାରଠାରୁ ମେଡିକାଲ୍ ଟିମ୍ ଡକ୍ଟର ଗୌତମ ପଟ୍ଟନାୟକଙ୍କ ନେତୃତ୍ୱରେ ପହଞ୍ଚି ଥିଲେ। ଏଥିରେ ସ୍ଵେଚ୍ଛାକୃତ ଭାବେ  ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ମୁଖ୍ୟ ଅତିଥି ଭାବେ ସୁଦୂର କୋରାପୁଟର ଅବିଭକ୍ତ କୋରାପୁଟ ଜିଲ୍ଲା ବ୍ଲଡ଼ ଡୋନେସନ୍ କ୍ୟାମ୍ପର ଫାଉଣ୍ଡର ତଥା ୧୦୫ ଥର ରକ୍ତଦାନ କରିଥିବା ଶ୍ରୀ ଜି ସଞ୍ଜୀବ ରାଓ ଏବଂ ସମ୍ମାନିତ ଅତିଥି ଭାବେ କଲ୍ୟାଣସିଂହପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ତାପସ କୁମାର ଭୋଇ,ରାୟଗଡ଼ା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ନୀଳାଦ୍ରି ବିହାରୀ ପାତ୍ର, କଲ୍ୟାଣସିଂହପୁର ବ୍ଲକ ଖ ଜୋନ୍ ଜିଲ୍ଲା ପରିଷଦ,ରାଷ୍ଟ୍ରୀୟ ସଂଯୋଜକ ହଳଧର ମିଶ୍ର, କୋଲନୋରା ବ୍ଲକ ଉପାଧ୍ୟକ୍ଷ ହଳଧର ହିମୀରିକା,ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ବାବୁରାଓ କାଡ୍ରାକା, ବରିଷ୍ଟ ନେତା ବିନାୟକ କୁଲିସିକା, କାଶୀପୁର ବ୍ଲକ୍ ଡଙ୍ଗାସିଲ୍ ମଣ୍ଡଳ ଯୁବ ସଭାପତି ଟଙ୍କଧର ଝୋଡ଼ିଆ,ଡଙ୍ଗାସିଲ୍ ମଣ୍ଡଳ ସଭାପତି ହରିଶ୍ ଚନ୍ଦ୍ର ମୁଦୁଲି ଉପସ୍ଥିତ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ୱେଚ୍ଛାସେବୀ ସଙ୍ଗଠନ ସେବା ସେନାର ପ୍ରତିଷ୍ଠାତା ତଥା ନୂଆ କରି ଭାଜପାରେ ଯୋଗଦାନ କରିଥିବା ସନ୍ତୋଷ କୁମାର ବଛା, ଜିଲ୍ଲା ସମ୍ପାଦକ କୃଷ୍ଣ ସାମଲ ,ସିକରପାଇ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ,ସେବା ସେନାର ବୁଡାଗୁଡ଼ା ସଭାପତି ବିଶ୍ଵନାଥ ହିକକା ,ଗଙ୍ଗାରାଓ ପ୍ରାସ୍କା ଓ ଭାଜପା ଦଳୀୟ କର୍ମୀମାନେ ଉପସ୍ଥିତ ରହି ରକ୍ତ ଦାନ ପାଇଁ ସହଯୋଗ ରହିଥିଲେ।  

Recent Comments

Leave Comments

Top