logo
add image
କାମ କରୁନି ହୋମିଓପାଥି ଡାକ୍ତରଖାନା.ବର୍ଷ ବର୍ଷ ହେଲା ଝୁଲୁଛି ତାଲା.   ଘରେବସି କିଛି କର୍ମଚାରୀ ପାଉଛନ୍ତି ଦରମା.

କାମ କରୁନି ହୋମିଓପାଥି ଡାକ୍ତରଖାନା.ବର୍ଷ ବର୍ଷ ହେଲା ଝୁଲୁଛି ତାଲା.   ଘରେବସି କିଛି କର୍ମଚାରୀ ପାଉଛନ୍ତି ଦରମା.

ଅସ୍ତରଙ୍ଗ/୧୯ /୦୯/ (ଆଧାର ନ୍ୟୁଜ) ଗ୍ରାମାଞ୍ଚଳର ଲୋକମାନଙ୍କ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାପାଇଁ ସରକାର ଡାକ୍ତରଖାନା ଖୋଲିବା ସହିତ ଭିତିଭୂମି ସୁଧାର ଆଣିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି. ହାତ ପାହାନ୍ତାରେ ଲୋକମାନଙ୍କୁ ସ୍ୱାସ୍ଥସେବା ଯୋଗାଇ ଦିଆଯିବା କଥା କହୁଛନ୍ତି. କିନ୍ତୁ ବାସ୍ତବରେ ସରକାରଙ୍କ ଆଚରଣ ଓ ଉଚ୍ଚାରଣ ଭିନ୍ନତା ଦେଖିବାକୁ ମିଳୁଛି. ଯେଉଁ ସ୍ୱାସ୍ଥ୍ୟକେନ୍ଦ୍ର ଦିନେ ଲୋକ ମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେଉଥିଲା ତାହା ଆଜି ପ୍ରଶାସନିକ ଆନ୍ତରିକ ଅଭାବରୁ ଅଲୋଡ଼ା ହୋଇ ପଡ଼ିରହିଛି.ଏପରି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ଗ୍ରାମପଂଚାୟତ ନିକଟରେ ଥିବା ହୋମିଓପାଥି ଡାକ୍ତରଖାନାରେ. ପାଞ୍ଚ ବର୍ଷରୁ ଉର୍ଦ୍ଧ ହେବ ମେଡିକାଲରେ ତାଲାଝୁଲୁଛି ଯାହାକି ଅପରିତ୍ୟକ୍ତ କୋଠି ହୋଇଯାଇଛି. ଯାହା ସ୍ଥାନୀୟ ଅଞ୍ଚଳବାସୀ କହିବା କଥା ଏକ ସରକାରୀ ପିଅନ ଥିଲେ ମଧ୍ୟ କୌଣସିଦିନ ମେଡିକାଲ ଖୋଲୁନାହାନ୍ତି. କେବଳ ସରକାରୀ ଦରମା ପାଉଛନ୍ତି. ବର୍ଷ ବର୍ଷ ଧରି ଝୁଲୁଛି ହୋମିଓପାଥି ମେଡିକାଲ ଝୁଲୁଛି ତାଲା. ଯାହାକି ବାସ୍ତବରେ ଦେଖିଲେ ସାଧାରଣ ଲୋକେ ଜାଣିପାରିବେ.ଅସ୍ତରଙ୍ଗ ବ୍ଲକ ନଗର ପଂଚାୟତରେ ପାଖାପାଖି ପାଞ୍ଚହଜାରରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ପ୍ରଶାସନ ତରଫରୁ ହୋମିଓପାଥି ମେଡିକାଲ କରାଯାଇଥିଲା .କିନ୍ତୁ ତାହା କାର୍ଯ୍ୟ କ୍ଷମ ହେଉନାହିଁ.ଦୀର୍ଘ ବର୍ଷହେବ ଡାକ୍ତରଖାନାରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି. ଘର ଗୁଡିକ ଦୀର୍ଘଦିନ ହେଲା ବ୍ୟବହାର ହେଉନଥିବାରୁ ଭୂତକୋଠି ହୋଇଗଲାଣି. ଡାକ୍ତରଖାନା ଚର୍ତୁପାର୍ଶ୍ୱରେ ଅନାବନା ଗଛ ଉଠିବା ସହିତ ସରୀସୃପ ବାସ କରୁଛନ୍ତି. ମେଡିକାଲ ଛାତ ଉପରେ ଥିବା ପାଣିଟାଙ୍କି ଭାଙ୍ଗି ଯାଇଥିବା ଦୃଶ୍ୟ ସାମ୍ନାକୁ ଆସୁଥିବା ବେଳେ ମେଡିକାଲ ଫାଟକ ସହ କବାଟ ଗୁଡିକ କଳଙ୍କି ପରିପୂର୍ଣ.ଏ ସମ୍ପର୍କରେ ଅସ୍ତରଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼କ୍ଟର ସଂଜୟ ପ୍ରଧାନ କହିଛନ୍ତି. ହୋମିଓପାଥିକ ଆମ ବିଭାଗ ନୁହେଁ, ମୁଁ ଏ ବିଷୟରେ କିଛି ମନ୍ତବ୍ୟ ରଖିପାରିବି ନାହିଁ. ତାହା ସହ ନଗର ପଂଚାୟତ ସରପଞ୍ଚ ହୋମିଓପାଥିମେଡିକାଲ ପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି. ଯାହାକି ନଗର ପଂଚାୟତ ବାସୀ ସରପଞ୍ଚ ଙ୍କ ଉପରେ ଆଶା ବିଶ୍ୱାସ ରଖିଥିଲେ ପଂଚାୟତ ଉର୍ନତି କାର୍ଯ୍ୟ ହେବବୋଲି କିନ୍ତୁ ନିର୍ବାଚନ ଠାରୁ ଆଜି ପର୍ଯ୍ୟନ୍ତ କୌଣସି ଉର୍ନତି ମୂଳକ କାର୍ଯ୍ୟ ପଂଚାୟତ ରେ ହେବାର ଚିତ୍ର ପରିଲିଖିତ ହେଉନାହିଁ. ତୁରନ୍ତ ସରକାର ଅଞ୍ଚଳର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ଡାକ୍ତରଖାନା ଚାଲୁ କରିବାପାଇଁ ଦାବିକରିଛନ୍ତି.   

Recent Comments

Leave Comments

Top