ମୁନିଗୁଡା/ରାୟଗଡ/୧୭/୦୯/୨୨/ (ଆଧାର ନ୍ୟୁଜ) ଭାରତର ଯସସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରାୟଗଡା ଜିଲ୍ଲା ମୁନିଗୁଡା ଶୌଣ୍ଢିକ ମଙ୍ଗଳଭବନ ପରିସରରେ ଭାରତୀୟ ଜନତାପାର୍ଟିର ଓବିସି,ଯୁବ ମୋର୍ଚ୍ଚା, ସମ୍ବାଦ ଆମଓଡିଶା ଓ ଆଦର୍ଶ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସେବାଦିବାସ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିରକୁ ମୁନିଗୁଡା ଏସଡ଼ିପିଓ ଆକାଶ ସାହୁ ଉଦଘାଟନ କରିଥିବା ବେଳେ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ଡ଼ଃ ରାମଚନ୍ଦ୍ର ବେହେରା, ଜିଲ୍ଲା ବିଜେପି ଉପସଭାପତି ରାମକୃଷ୍ଣ ପଣ୍ଡା, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ନୀଳାଦ୍ରୀ ବିହାରୀ ପାତ୍ର,ଯୁବ ମୋର୍ଚ୍ଚା ବ୍ଲକ ସଭାପତି ନରେନ୍ଦ୍ର ନାଗ,ସମ୍ବାଦ ପ୍ରତିନିଧି ରାଜୀବ ଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ରକ୍ତଦାନ ମହତ ଦାନରେ ସାମିଲ ହୋଇ ବିଜେପି କର୍ମକର୍ତ୍ତା, ଆଦର୍ଶ ବିଦ୍ୟାଳୟ ଓ ଏଚଡିଏଫସି କର୍ମଚାରୀ ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି। ଏହି ଶିବିରକୁ ରାୟଗଡା ରକ୍ତଭଣ୍ଡାର ପରିଚାଳନା କରିଥିବା ବେଳେ ଏହି ଶିବିରରେ 25 ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗୃହୀତ ହୋଇଛି।
Recent Comments