logo
add image
ବିଷପିଇ ଆତ୍ମହତ୍ୟାକଲେ ଯୁବକ।

ବିଷପିଇ ଆତ୍ମହତ୍ୟାକଲେ ଯୁବକ।

କାଶୀପୁର/ରାୟଗଡା/୧୫/୦୯/୨୨/ (ଆଧାର ନ୍ୟୁଜ) ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କପାଟସିଲ ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ   ଘଟଣା ଘଟିଛି।  ସେହି ଗ୍ରାମର ଅମର ସିଂ ମାଝି କୈାଣସି କଳହର କୁ ନେଇ ଗତକାଲି ରାତିରେ ରେ ନିଜେ ବିଷପିଇ ଦେଇଥିଲେ । ଏହା ପରେ ପରିବାର ଲୋକେ ତୁରନ୍ତ ଗତ କାଲି ୧୧ସମୟ ରାତିରେ କାଶିପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣୁଥିଲେ ସେହି ସମୟରେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ଏହାପରେ କାଶିପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ ।ଘଟଣାସ୍ଥଳକୁ କାଶିପୁର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି । ତାଙ୍କ ପରିବାର ଲୋକେ କହିବା ଅନୁଯାୟୀ ଘରେ କୈାଣସି କାରଣକୁ ନେଇ କଳି ହୋଇଥିଲା. ସେ ରାତିରେ ବିଷପିଇ ଆତ୍ମହତ୍ୟା କରିଛନ୍ତି. ଆଜି ସବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ମିଳିଛି. କେସ୍ ନମ୍ବ -୭ବୋଲି କାଶିପୁର ଥାନା ଅଧିକାରୀ ପ୍ରକାଶ କରିଛନ୍ତି .

Recent Comments

Leave Comments

Top