logo
add image
ପିଅନ ଦ୍ଵାରା ଚାଲିଛି ମୁନିଖୋଲ ହୋମିଓ ପାଥି ଡାକ୍ତରଖାନା:-ଡାକ୍ତର ଓ ଫାର୍ମାସିଷ୍ଟ୍ ନିଯୁକ୍ତି ପାଇଁ ଦାଵୀ।

ପିଅନ ଦ୍ଵାରା ଚାଲିଛି ମୁନିଖୋଲ ହୋମିଓ ପାଥି ଡାକ୍ତରଖାନା:-ଡାକ୍ତର ଓ ଫାର୍ମାସିଷ୍ଟ୍ ନିଯୁକ୍ତି ପାଇଁ ଦାଵୀ।

ମୁନିଗୁଡା/୧୨/୯/୦୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଜନସାଧାରଣଙ୍କ ସୁଵିଧା ଏବଂନିକଟରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ନିରାମୟ ଯୋଜନା ସାଙ୍ଗକୁ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନରେ ହୋମିଓପାଥି ଚିକିତ୍ସା ନିମନ୍ତେ ଆୟୁର୍ଵେଦ ଡାକ୍ତରଖାନା ନିର୍ମାଣ କରାଇଛନ୍ତି ,ହେଲେ ସେଥିରେ କିଛିଦିନ ପର୍ଯ୍ୟନ୍ତ ସହରାଞ୍ଚଳ ଡାକ୍ତର ଓ ଫାର୍ମାସିଷ୍ଟ୍ ମାନେନିଯୁକ୍ତି ପାଇ  ଡାକ୍ତରଖାନା ଚଳାଇଵାପରେ ଆଉ ଵର୍ଷଵର୍ଷ୍ ଧରି ଵାଵୁମାନଙ୍କର ଡାକ୍ତରଖାନାରେ ଦେଖାମିଳିଲା ନାହି,ଅସ୍ଥାୟୀ ପିଅନ ଏକା କେବଳ ଡାକ୍ତରଖାନା ଜଗି ବସିବାପରି ଘଟଣା ଦେଖିବାକୁ ମିଳିଛି ରାୟଗଡାଜିଲ୍ଲା ମୁନିଗୁଡା ବ୍ଲକ ମୁନିଖୋଲ ଠାରେ ଥିବା ହୋମିଓପାଥି ଚିକିତ୍ସା ଡାକ୍ତରଖାନା। ଏହି ପଞ୍ଚାୟତର ହଜାର ହଜାର ଡଙ୍ଗରିଆ ଆଦିଵାସି ଡଙ୍ଗର ପାହାଡ ଊପରେ ବସବାସ କରନ୍ତି,ସେମାନଙ୍କ ପାଖରେ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇପଡିଥାଏ।ଏହା ଦେଖି ତତ୍ କାଳୀନ ଵିଧାୟକ ଶ୍ରୀଯୁକ୍ତ ସାରଙ୍ଗଧର କାଡ୍ରାକାଙ୍କ ଉଦ୍ୟମରେ ତାଙ୍କ ନିଜ ଗାଁ ମୁନିଖୋଲରେ ୨୦୦୯ ମସିହାରେ ଶ୍ରୀ କାଡ୍ରାକାଙ୍କ କରକମଳରେ ଉଦ୍ଘାଟନ ହୋଇଥିଲା ଏହି ହୋମିଓପାଥି ଡାକ୍ତରଖାନା ଏବଂ ସେଵେଠାରୁ ଡାକ୍ତର ଫାର୍ମାସିଷ୍ଟ୍ ନୀୟମିତ ରହି ଲୋକଙ୍କୁ ସ୍ବାସ୍ଥ୍ୟ ସେବାଯୋଗାଉ ଆସୁଥିଲେ।ଶ୍ରୀକାଡ୍ରାକା ବିଧାୟକରୁ ଯିବାପରଠାରୁ ଡାକ୍ତରଖାନା ଶ୍ରୀହୀନ ହୋଇପଡିଲା।ବର୍ଷବର୍ଷ ଧରି ଡାକ୍ତର ଓ ଫାର୍ମାସିଷ୍ଟଙ୍କର ଆଜି ପର୍ଯ୍ୟନ୍ତ ଦେଖା ମିଳୁନାହିଁ।ଲୋକଙ୍କର ସ୍ବାସ୍ଥ୍ୟସେଵା ପାଇବା ଆଶା ନିରାଶ୍ୟ ଜନକ ହୋଇଗଲା।ହେଲେ ଜଣେ ସ୍ଥାନୀୟ ଯୁବକ ଅସ୍ଥାୟୀ ଭାଵେ ନ ହଜାର ଟଙ୍କାରେ ପିଅନଭାଵେ ଡାକ୍ତଖାନା ଜଗିବସିଛନ୍ତି।କିନ୍ତୁ ପିଅନ ଜଣଙ୍କ କୋରାପୁଟୁରୁ ନିଜଖର୍ଚରେ ସେଠାରୁ ଔଷଧ ଆଣି ଲୋକମାନଙ୍କୁ ସେବା ଯୋଗାଉଅଛି।କିନ୍ତୁ ଶୁଣିବାକୁ ମିଳୁଛି ଏଠାରେ ନିଯୁକ୍ତି ଥିବା ଡାକ୍ତର ତାଙ୍କର ଅଫିସରଙ୍କ ସହିତ ଯୋଗ ସୂତ୍ର ରଖି ଅଫିସରଙ୍କୁ ମାସିକିଆ ଦେଇ ବାହାରେ କ୍ଲିନିକ୍ ଚଳାଉଥିବା ଶୁଣିବାକୁ ମିଳୁଛି।ଏପଟେ ଡାକ୍ତରଖାନା ଗୃହ ଵିପଦ ଶୀଳ ହୋଇ ଛାତରୁ ସିମେଣ୍ଟ ରର୍ଡ ଖସୁଛି।ଏଠାରେ ସାଧାରଣରେ ପ୍ରଶ୍ନ ଉଠିଛି ଆମ  ରାଜ୍ୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକାର ଆୱ।ର୍ଡ ପାଇ ଓଡିଶା ଜାତିକୁ ଗର୍ଵିତ କରି ଵିଶ୍ଵରେ ଏକନମ୍ଵର ମୁଖ୍ୟମନ୍ତ୍ରୀ ହେବାର ଶୌଭାଗ୍ୟ ଲାଭକରିପାରିଛନ୍ତି।ହେଲେ ରାଜ୍ୟରେ ଡାକ୍ତରଖାନାକୁ ଅସ୍ଥାୟୀ ପିଅନ ଵର୍ଷବର୍ଷ ଧରି ଚଳାଉ ଥିବାରୁ ଡାକ୍ତର ନିଯୁକ୍ତି ଅନାଵଶ୍ୟକ ହୋଇ ପିଅନର ଜନସେବାପାଇଁ କେତେନମ୍ବର ଉପାଧି ମିଳିବାନେଇ ଚର୍ଚା ଯୋରଧରିଛି।ତେଣୁ ସରକାର ଜନକଲ୍ୟାଣପ୍ରତି ଦୃଷ୍ଟି ଦେଇ ଏଠାରେ ଡାକ୍ତର ଫାରମାସିଷ୍ଟ୍ ନିଯୁକ୍ତି ଦେବାକୁଦାଵୀ ହେଉଛି।

Recent Comments

Leave Comments

Top