logo
add image
ଟ୍ରକସହ ଧକ୍କାହେଲା ଅଟୋ । ଅଟୋ ଡାଇଭର ସମେତ ୮ ଜଣ ଛାତ୍ରଛାତ୍ରୀ ଆହତ,୩ଗୁରୁତର ।

ଟ୍ରକସହ ଧକ୍କାହେଲା ଅଟୋ । ଅଟୋ ଡାଇଭର ସମେତ ୮ ଜଣ ଛାତ୍ରଛାତ୍ରୀ ଆହତ,୩ଗୁରୁତର ।

ମୁନିଗୁଡା/୧୦/୯/୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ଥାନା ହାଟ ଦହିଖାଲ ନିକଟରେ ଏକଟ୍ରକ୍ ସହ ଅଟୋର ଧକ୍କାହେବା ଫଳରେ ଅଟୋରେ ବସିଥିବା ୭ ଜଣ ଛାତ୍ରୀଛାତ୍ରଙ୍କ ସମେତ ଅଟୋ ଡ୍ରାଇଭର ଆହତ ହୋଇ ମୁନିଗୁଡା ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ସେଥିମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି.ଆଉଜଣେ ଛାତ୍ରୀଙ୍କୁ ସ୍ଵାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ବିଷମକଟକ ଖ୍ରୀଷ୍ଟୀଆନ ମେଡିକାଲକୁ ନେଇ ପରିବାର ତରଫରୁ ଭର୍ତ୍ତି କରାଯାଇଥିବା ସୁଚନାରୁ ଜଣାପଡ଼ିଛି। ୮ ଜଣଙ୍କ ମଧ୍ୟରୁ ୫ ଜଣ ଛାତ୍ରୀ ଓ ୨ଜଣ ଛାତ୍ରଅଛନ୍ତି ।ଅଟୋଟି ଅମ୍ବାଦଳା ଗ୍ରାମରୁ ଲୋବ୍ନା ବାଗ ,ସଞ୍ଜନା ବାଗ, ଅର୍ପିତା କରକରିଆ,ସମୟ ରଞ୍ଜନ କରକରିଆ,ମେମୋ କରକରିଆ,ଯିଗ୍ୟାସା କୈଶଲ୍ୟା,ଶେନ୍ନେହା, ଡଙ୍ଗରୀ, ଏବଂ ଅଟୋ ଚାଳକ ରିତମ୍ କରକରିଆ,ଛାତ୍ରୀଛାତ୍ରଙ୍କୁ ନେଇ ପାଠପଢୀବା ପାଇଁ ସବୁଦିନ ଭଳି ମୁନିଗୁଡା ଆଦର୍ଶ ବିଦ୍ୟାଳୟକୁ ଆସୁଥିବା ବେଳେଏହି ଦୁର୍ଘଟଣା ଘଟିଛି । ଖବରପାଇ ମୁନିଗୁଡା ପୋଲିସ, ମୁନିଗୁଡା ବିଡିଓ ଓ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ମାନେ ଡାକ୍ତରଖାନାରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ଅବସ୍ଥା ପଚାରି ବୁଝିଥିଲେ ।ଅମ୍ବାଦୋଳା ପୋଲିସ ଶେଷରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁନିଗୁଡ଼ାରେ ପହଞ୍ଚି ଘଟଣାର ଛାତ୍ରଛାତ୍ରୀ ମାନଙ୍କୁ ପଚରା ଉଚରା କରି ଅଧିକ ଜାଣିବାକୁ ତଦନ୍ତ ଯାରିରଖିଛନ୍ତି । ଘଟଣା ଘଟିଥିବା ଟ୍ରକ କେଉଁ ଆଡେ ପଲାଇ ଯାଇଛି  ତାହା ଜଣାପଡିନାହିଁ ରାୟଗଡ଼ା ଠାରୁ ଅମ୍ବାଦୋଳା ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଛି ଓ ସମସ୍ତଙ୍କୁ ଖବର ଦିଆଯାଇଛି ବୋଲି ଅମ୍ବାଦୋଳା ପୋଲିସ ପକ୍ଷରୁ ଜଣାଯାଇଛି।  ( ସଞ୍ଜୟ କୁମାର ନାଗଙ୍କ ରିପୋର୍ଟ )

Recent Comments

Leave Comments

Top