ଗରଡ଼ମା/ରାୟଗଡା/୦୯/୦୯/୨୨ଗଛପଡ଼ି ଭାଙ୍ଗିଲାଘର ଆହାତ ହେଲେ ୫ ଜଣ. ଘଟଣା ଘଟିଛି ଗଜପତି ଜିଲ୍ଲା ଗରଡ଼ମା ପଞ୍ଚାୟତ ଗରଡ଼ମା ଗାଁରେ l ସୂଚନା ପ୍ରକାରେ ଗତକାଲି ମଧ୍ୟ ରାତିରେ ଏକ ଗଛପଡିବାରୁ ଗରଡ଼ମା ଗାଁରେ ଚାରୋଟି ଘର ଭାଙ୍ଗିବା ସହ ପାଞ୍ଚଜଣ ଆହାତ ହୋଇ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମେଡିକାଲରେ ଭର୍ତି ହୋଇଛନ୍ତି l ଘଟଣା ସ୍ଥଳରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଅଗ୍ନିଶ୍ରମ ବିଭାଗ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିବା ସହ ଆହାତ ପାଞ୍ଚ ଜଣକୁ ଚନ୍ଦ୍ରପୁର ମେଡିକାଲରେ ଭର୍ତି କରିଛନ୍ତି l ସବୁଠୁ ବଡ କଥା ହେଲା ଜଣେ ତେରବର୍ଷର ବାଳିକାକୁ ମୁଣ୍ଡରେ ଆଘାତ ଲାଗିଛି l ଗରଡ଼ମା ଅଞ୍ଚଳ ଗଜପତି ଜିଲ୍ଲାର ହୋଇଥିଲେ ମଧ୍ୟ ପ୍ରଶାସନର ଦୁର୍ବଳତା କାରଣରୁ ଏହି ଅଞ୍ଚଳ ଗଜପତି ଜିଲ୍ଲାରୁ ବିଛିନ୍ନ. ତେଣୁ ଏହି ଅଞ୍ଚଳର ଲୋକମାନେ ରାୟଗଡା ଜିଲ୍ଲାକୁ ହିଁ ସବୁ କ୍ଷେତ୍ରରେ ନିର୍ଭର କରିଥାନ୍ତି l
(ରିପୋର୍ଟ-ସହଦେଵ ସାହୁ)
Recent Comments