logo
add image
 ଗଜପତି ମହାରାଜାଙ୍କ ଆଶୁ ଆରୋଗ୍ୟ କାମନା

ଗଜପତି ମହାରାଜାଙ୍କ ଆଶୁ ଆରୋଗ୍ୟ କାମନା

ଗୁଣୁପୁର/19/02/2022/ ନ୍ୟୁଜ-ଆଧାର ଓଡିଶା- କୋଟି କୋଟି ଓଡିଆଙ୍କ ମଉଡ଼ମଣି ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଶ୍ରୀ ଗଜପତି ମହାରାଜାଙ୍କ ଆଶୁ ଆରୋଗ୍ୟ କାମନା କରି ରାୟଗଡା ଜିଲ୍ଲା ଗୁଣୁପୁର ସଙ୍ଗମ ଘାଟରେ ଥିବା ଅଦ୍ୟେତ ବେଦାନ୍ତ ଆଶ୍ରମ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ପୀଠରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଥମେ ଆଶ୍ରମ ପରିଚାଳକ ଗଜପତି ଓ ମହାପ୍ରଭୁ ଜଗନ୍ନାଥଙ୍କ ସହ ତାଙ୍କ ସମ୍ପର୍କ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଅନ୍ତେବାସୀ ଙ୍କୁ ବୁଝାଇଥିଲେ ପରେ ଅନୁଷ୍ଠାନ ପରିଚାଳକ ପୂଜ୍ୟ ନଳିନୀ ମହାରାଜ ଙ୍କ ତତ୍ତ୍ୱାବଧାନରେ ଦ୍ୱାବିଂଶବାର ମହା ମୃତ୍ୟଞ୍ଜୟ ମନ୍ତ୍ରପାଠ, ହନୁମାନ ଚାଳିସା ପାଠ, ଅଖଣ୍ଡ ଦୀପ ଜାଳି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସୁସ୍ଥତା କାମନା କରାଯାଇଥିଲା । ଗତକାଲି ମହାରାଜା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।        

Recent Comments

Leave Comments

Top