logo
add image
 ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ନିର୍ବାଣ ଟ୍ରଷ୍ଟତରଫରୁ ମାଗଣା ଚକ୍ଷୁଶିବିର ଆୟୋଜନ I 

 ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ନିର୍ବାଣ ଟ୍ରଷ୍ଟତରଫରୁ ମାଗଣା ଚକ୍ଷୁଶିବିର ଆୟୋଜନ I 

ବିଷମ କଟକ/ରାୟଗଡା/୦୪ /୦୯/ ୨୨/ (ଆଧାର ନ୍ୟୁଜ )ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଳକର ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଆଜି  ନିର୍ବାଣ ଟ୍ରଷ୍ଟ ଓ ଶଙ୍କର ନେତ୍ରାଳୟ ସମରଝୋଲା ହିଂଜିଲି କାଟୁର ମିଳିତ ଆନୁକୂଲ୍ୟରେ ନିଶୁଳ୍କ ଚକ୍ଷୁ ଶିବିର ଅନୁଷ୍ଠିତ ହେଇଯାଇଛି I ବିଷମ କଟକ ବ୍ଳକର ୨୧ଟି ପଞ୍ଚୟତ ମଧ୍ୟରୁ ଆଜି ଛାଞ୍ଚଡାଗୁଡା ଓ ବିଷମକଟକ ଗ୍ରାମପଞ୍ଚାୟତରେ ଥିବା ଦୃଷ୍ଟିହୀନ ବ୍ୟକ୍ତିମାନକୁ ନେଇ ଏହି ଶିବିରଟି ବିଷମ କଟକର (ଆଫସା )ଯୁବକ ସଂଘର ସହଯୋଗରେ ଆୟୋଜିତ ହୋଇଥିଲା I
ଏହି ଶିବିରରେ ବିନା ମୂଲ୍ୟରେ ସମସ୍ତଙ୍କ ଚକ୍ଷୁର ପରୀକ୍ଷା କରା ଯାଇଥିଲା ,ଏଥିରେ ନିର୍ବାଣ ଟ୍ରଷ୍ଟ ମୁଖ୍ୟ ସ୍ୱାମୀ ନିର୍ବାଣା ନନ୍ଦ ଗିରି , (ଆଫସା) ଯୁବକ ସଙ୍ଘର ସଭାପତି ଏମ ଦିଲୀପ କୁମାର ,ବିଷମକଟକ ରାଷ୍ଟ୍ରୀୟ ସୁରକ୍ଷା ସଙ୍ଘ ଶାଖାର ସୁବୋଧ ପ୍ରଧାନୀ,ବରିଷ୍ଟ ଆଇନି ଜୀବୀ ଓ ସମାଜ ସେବୀ  ଦିଲିପି କୁମାର ପଟ୍ଟନାୟକ ,ମୁଖ୍ୟ ଅତିଥି ବିଷମ କଟକ ବ୍ଳକ ଉପାଧ୍ୟକ୍ଷ  ଦେବୀ ପ୍ରସାଦ ପଟ୍ଟନାୟକ,ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ନମିତା କୁଳୁଷିକା, ନାଏବ ସରପଞ୍ଚ ଜି ପ୍ରଦୀପ କୁମାର,ଚାଂଚରାଗୁଡା ସରପଞ୍ଚ ଶ୍ରୀମତୀ ଚଂଚଳା ୱାଡାକା ପ୍ରମୁଖ ଦ୍ୱୀପ ପ୍ରଜ୍ୱଳନ କରି ଶିବିର କ୍ରଯ୍ୟକ୍ରମ ଆରମ୍ଭ କରାଯାଇଥିଲା I ଶିବିରରେ ସର୍ଵମୋଟ ୩୦୫ ଜଣ ଲୋକ ଚିକିତ୍ସା ପାଇଁ ପଞ୍ଜିକରଣ କରିଥିବା ବେଳେ ଏଥିରୁ ୫୨ଜଣଙ୍କୁ ନିଶୁଳ୍କ ଚଷମା ବଣ୍ଟନ କରାଯାଇଥିଲା,ଏଥିରୁ ୯୮ଜଣଙ୍କୁ ମାଗଣାରେ ଅସ୍ତ୍ର ପ୍ରଚାର ପାଇଁ ଶଙ୍କର ନେତ୍ରାଲୟ,ସମରଝୋଲା  ହିଂଜିଲି କାଟୁ ନିଜସ୍ୱ ଗାଡି ଯୋଗେ ପଠାଯାଇଥିବା ସୂଚନା ରହିଛି I ଏହି ଶିବିରରେ ଆଜି ମୁଖ୍ୟତ ଯୋଗେଶ୍ୱର ପ୍ରଧାନ,ଅତିସ ପଟନାୟକ,ହର ପଟନାୟକ ,ସେଖ ଗାଉସ ,ଶେଖ ଇସାକ, ନିଖିଲ ପଟ୍ଟନାୟକ,ଶୁଭମ ପାଢ଼ୀ,ମୋହମ୍ମଦ ଜାକିରସହଯୋଗ କରିଥିବା ବେଳେ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ  ଶିବିର ଆୟୋଜନ ମେନେଜର ନଳିନୀ କାନ୍ତ ରାଉତ ,ଭଗବାନ ପଣ୍ଡା ,ଦେବସ୍ମିତା ମହାପାତ୍ର ,ସୁକେଶ ପାଣିଗ୍ରାହୀ,ଗାୟତ୍ରୀ ସେଠି,ଶୁଭଶ୍ରୀ ସେଠି,ଚାନ୍ଦିନୀ ସାବତ,ସୋନାଲି ସ୍ୱାଇଁ,ପ୍ରମୁଖ ଉପସ୍ଥିତ ଥିଲେ I         ( ରିପୋର୍ଟ-ଵିଷମ କଟକରୁ କାଶିନାଥ ପାଳ)
                                

Recent Comments

Leave Comments

Top