ନବରଙ୍ଗପୁର/୨୫/୮/୨୦୨୨/(ଆଧାର ନ୍ୟୁଜ ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ପୁଜାରୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାଡାବାନ୍ତି ପ୍ରବଣ ଖୁଣ୍ଟିପଦର ୨ମୃତ ଓ ଲାମତାଗୁଡ଼ା ଗ୍ରାମ ପଞ୍ଚାୟତ ପଡ଼ାଆଉଳି ୨ମୃତ ହୋଇଥିବା ବେଳେ, ଖୁଣ୍ଟି ପଦର ଗ୍ରାମରେ ଗୋଟିଏ ପରିବାରର ଗୋଟିଏ ଶିଶୁ ଅର୍ଥାତ୍ ସମ୍ପର୍କରେ ନାତି ଓ ଜେଜେ ବାପା ଭଣ୍ଡୁରୁ ସାନ୍ତାଙ୍କ ପାଞ୍ଚଦିନ ମଧ୍ୟରେ ଗୋଟିଏ ପରିବାର ମଧ୍ୟରେ ୨ଜଣଙ୍କର ମୃତ୍ୟୁ ହୋଇଛ. ଏହାପରେ ଗ୍ରାମରେ ଝାଡା ବାନ୍ତିରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦିନରାତି ରହି ଚିକିତ୍ସା କରୁଥିଲେବି କେତକ ଚିକିତ୍ସାଳୟ ଯିବାକୁ ଭୟ କରୁଥିବା ଦେଖିବାକୁ ମିଳୁଛି।ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପଞ୍ଚାୟତ ରାଜ୍ ବିଭାଗ ତରଫରୁ ବିଭିନ୍ନ ସଚେତନ କଲେବି ଫଳପ୍ରଦ ହେଉନଥିବା ପରିଲକ୍ଷିତ ହେଉଛି। ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଡକ୍ଟର ସମଲାଇ ପ୍ରସାଦ ପଣ୍ଡା ପୂଜାରୀଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ବ୍ଲକ୍ ପ୍ରଶାସନିକ ଅଧିକାରୀ ଭାବେ ଗୋଷ୍ଟି ଉନ୍ନୟନ ଅଧିକାରୀ ଦୁର୍ଯ୍ୟଧନ ଭୋଇ,ବ୍ଲକ୍ କଂଗ୍ରେସ ଦଳର ବ୍ଲକ୍ ସଭାପତି ଏକ ଟିମି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡକ୍ଟର କାଳୀପ୍ରସାଦ ବେହେରା ସଂପୃକ୍ତ ଗ୍ରାମରେ ଗ୍ରସ୍ଥକରି ମୃତ୍ୟୁ ପରିବାରଙ୍କୁ ତୁମର ସମାଜ ସଂସ୍କାର କେତେ ଦିନରେ କରୁଛ କହି ଚାଲିଗଲେ ବୋଲି ଗ୍ରାମବାସୀଙ୍କ ଠାରୁ ପ୍ରକାଶ। ଆଜି ପୁଣି ନବରଙ୍ଗପୂର ବିଧାୟକ ସଦାଶିବ ପ୍ରଧାନୀ ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଧ୍ୟକ୍ଷା ନିଲେନ୍ଦ୍ରୀ ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ,କୁତୁ ଶେଖର ସଗରିଆ, ସମେତ ବିଜେଡ଼ିର ବ୍ଲକସ୍ତରୀୟ, ନେତା ସଂପୃକ୍ତ ଝାଡାବାନ୍ତି ପ୍ରବଣ ଗ୍ରାମକୁ ଗ୍ରସ୍ଥ କରିଥିଲେ। ପୁଜାରିଗୁଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଅନାଦି ମାଝୀ ସଂପୂର୍ଣ୍ଣ ବିବରଣୀ ଟିକି ଟିକି କରି ବିଧାୟକଙ୍କୁ ଅବଗତ କରିଥିଲେ। ଆଲୋଚନା ସମୟରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଦୀପ କୁମାର ଦାସ, ସନ୍ତୋସ ସାହୁ ମହିଳା ସ୍ବାସ୍ଥ୍ୟ କର୍ମୀ ଆଶା ଅଙ୍ଗନୱାଡ଼ି ପୂର୍ବତନ ସରପଞ୍ଚ କୁମର ପୁଜାରୀ ମନ ସାନ୍ତା, ଚିତ ନାଗ ସୁଶୀଲ ସାନ୍ତା, ରାଜେନ୍ଦ୍ର ସାନ୍ତା, ବିଧାୟକ ଉପସ୍ଥିତ ଥିବା ଗ୍ରାମବାସୀଙ୍କୁ ଝାଡା ବାନ୍ତି ହେଲେ ଲଜ୍ୟା ନ କରି ଗ୍ରାମର ମହିଳା ଓ ଯୁବକ ସଙ୍ଗ ର ସହାୟତାରେ ଚିକିତ୍ସାଳୟ ଯିବାକୁ ପରାମର୍ଶ ଦେଇଛନ୍ତି।ପିଇବା ପାଇଁ ଗରମ ପାଣି ପିଇବାକୁ ପରାମର୍ଶ ଦେଇଥିଲେ। ଗ୍ରାମରେ ଶୁଦ୍ଧ ପାନୀୟ ଜଳ ପୂଜାରିଗୁଡ଼ା ସରପଞ୍ଚ ଯୋଗାଇ ଦେଇଥିବାରୁ ଭରି ଭରି ପ୍ରଶଂସା କରିଥିଲେ। ଶେଷରେ ବିଧାୟକ ସାବୁନ୍ ଓ ବିସ୍କୁଟ ଉପସ୍ଥିତି ଗ୍ରାମବାସୀଙ୍କୁ ବଣ୍ଟନ କରିଥିଲେ। (ରିପୋର୍ଟ-ଶେଫାଳି ପାଟନାଏକ)
Recent Comments