ସୁବର୍ଣ୍ଣପୁର/୨୪/୮/୨୦୨୨/ (ଆଧାର ନ୍ୟୁଜ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚାୟତ କଲେଜଠାରେ ରାଜ୍ୟ ପୋଲିସ ବିଭାଗର ନିର୍ଦ୍ଧେଶରେ ମୋ ସରକାର ତରଫରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶୁଭ ଉଦ୍ଘାଟନ କରି ରକ୍ତଦାତା ତଥା ଅଞ୍ଚଳର ଅନ୍ୟାନ୍ୟ ଅଗ୍ରଣି ସେଚ୍ଛାସେଵୀ ସଂଗଠନର କର୍ମକର୍ତ୍ତାଙ୍କୁ ସମ୍ମାନିତ କରି ଉତ୍ସାହିତ କରିଥିଲେ l ଉଲୁଣ୍ଡା ପୋଲିସକୁ ଏହି ବିଶାଳ ଶିବିର ଆୟୋଜନରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଏସ ଡି ପି ଓ ଡୋଳାମଣି ଭୋଇ,ଆର ଟି ଓ ରବିନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବରେ ଉଦଯାପନୀ ଉସ୍ସବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରଭଣେ ଯୋଗଦେଇ ରକ୍ତଦାତା,ସ୍ବେଛାସେବୀ ସଂଗଠନ ତଥା ଉଲୁଣ୍ଡା ଟାଉନ୍ ଥାନା ପୋଲିସ୍ କୁ ରକ୍ତ ଦାନ କ୍ଷେତ୍ର ରେ ଉତ୍କୃଷ୍ଟ ସଫଳତା ହେତୁ ଭୂୟସୀ ପ୍ରଶଂସା କରି ଅଗ୍ରଣୀ ସ୍ବେଛାସେବୀ ସଂଗଠନ କୁ ସମ୍ବର୍ଦ୍ଧିତ କରିଥିଲେ । ଏବଂ ବ୍ଲକ ଲେବେଲ ଥାନା ରେ ଗ୍ରାମାଞ୍ଚଳ ରେ ୫୦୯ ୟୁନିଟ ରକ୍ତ ସଂଗ୍ରହ ବିଷୟ ଆଜି ସମସ୍ତ ଙ୍କୁ ଚକିତ କରିଛି ବୋଲି କହିଥିଲେ l ସୁବର୍ଣ୍ଣପୁର ,ବରଗଡ଼, ତଥା ଭିମସା ବୁର୍ଲା ରକ୍ତ କେନ୍ଦ୍ରର କର୍ମଚାରୀ, ପୋଲିସ ଟିମ , ସ୍ବଚ୍ଛ ଭାରତ ସଂଗଠନ ସୋନପୁର କର୍ମକର୍ତ୍ତା ,ରେଜିଷ୍ଟ୍ରେସନ୍, ରକ୍ତ ସଂଗ୍ରହ, ନାମ ପଞ୍ଜିକରଣ,ପ୍ରମାଣପତ୍ର ବଣ୍ଟନ ତଥା ରକ୍ତ ସଂଗ୍ରହ କାର୍ଯରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏସ ଡି ପି ଓ ଡୋଳାମଣି ଭୋଇ, ଓ ଉଲୁଣ୍ଡା ଆଇ ଆଇସି ଚନ୍ଦ୍ରଚୂଡ଼ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନରେ ଅନୁଷ୍ଠିତ ଏହି ମେଗା ରକ୍ତଦାନ ଶିବିରରେ ରକ୍ତଦାତା ସଂଗଠନ,ପଶ୍ଚିମ ଓଡିଶା ଯୁବାମଞ୍ଚ, ଓଡ଼ିଶା ଡ୍ରାଇଭର ମହାସଂଘ ଉଲୁଣ୍ଡା ଶାଖା, ଉଲୁଣ୍ଡା ଯୁବ ମହାସଂଘ, ରଘୁନାଥ ଯୁବା କ୍ଲବ, ଜଗନ୍ନାଥ କ୍ଲବ କୋଟ ସମଲେଇ, ଉଲୁଣ୍ଡା ବଜରଙ୍ଗ ଦଳ, ମେଟାକାନି ମହିଳା କଲେଜ, ଉଲୁଣ୍ଡା ପଞ୍ଚାୟତ ସମିତି କଲେଜ, ରମେଶ ପ୍ରସାଦ ଡିଗ୍ରୀ କଲେଜ,ବଣିକ ସଂଘ, ଉଲୁଣ୍ଡା ରାଇସ ମିଲ ୟୁନିୟନ, ଅଗ୍ନିଶମ ବାହିନୀ, ଫରେଷ୍ଟ ବିଭାଗ, ଟାଟା ପାୱାର କର୍ମଚାରୀ, ଚନ୍ଦ୍ର ମଣି ଦାଶ ଯୁବକ ସଂଘ, ଆମ ପୋଲିସ ସମିତି,ବ୍ଲକ ସ୍ତରୀୟ ସମସ୍ତ ସରପଞ୍ଚ , ଙ୍କ ସହଯୋଗ ରେ ଆଜି ଏ ବିଶାଳ ଶିବିର ସଫଳ ହୋଇ ଓଡିଶା ର ସମସ୍ତ ରେକର୍ଡ କୁ ବ୍ରେକ କରିଛି l ଆମ ପୋଲିସ ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, ଜ଼ିଲ୍ଲା ହାବିଲଦାର ସଂଘ ସଭାପତି କୁମୁଦ ରଞ୍ଜନ ମେହେର,ସମ୍ପାଦକ ସୁଦଂlଶୁ ମେଂଡେଲି, ଜ଼ିଲ୍ଲା ପୋଲିସ ରକ୍ତ ସଂଯୋଜକ ମନୋଜ ପଣ୍ଡା, ଓ ସାମ୍ବାଦିକ ତଥା ସୋନପୁର ସ୍ୱଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଏହି ଶିବିର ଓ ଉଭୟ ସମ୍ବର୍ଦ୍ଧିତ ସଭା ସଂଯୋଜନା କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ ଓ ଥାନାର ସମସ୍ତ କର୍ମଚାରୀ ପ୍ରମୁଖ ଶୃଙ୍ଖଳା ରକ୍ଷା କରିଥିଲେ । ଶେଷରେ ଆରକ୍ଷୀ ନିରୀକ୍ଷକ ପ୍ରଦ୍ୟୁମ୍ନ ପଟେଲ ରକ୍ତଦାତା ଓ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ରାଜ୍ୟ ଡ୍ରାଇଭର ମହାସଙ୍ଘର ଉଲୁଣ୍ଡାର ସଭ୍ୟ ଆଦିକନ୍ଦ ଦେହୁରୀ ଚକ୍ଷୁଦାନ ପାଇଁ ଆଜି ସଭାରେ ଏସପିଙ୍କ ଆଗରେ ଘୋଷଣା କରି ଅଙ୍ଗଦାନ ପାଇଁ ଆଗାମୀ ଯୁବପିଢୀ ଙ୍କୁ ପ୍ରେରଣା ଦେଇଥିଲେ l ଆଜିର ଏହି ମେଗା ଉସ୍ଛାବରେ ଗୋଟାଏ ବାହାଘର ଉଛବ ଭଳି ସମସ୍ତ ରକ୍ତଦାତା ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା l ଆଜିର ସମୁଦାୟ ୫୦୯ ୟୁନିଟ ରକ୍ତରୁ ସୋନପୁର ବ୍ଲଡ଼ ବ୍ୟାଙ୍କକୁ ୧୫୦ ୟୁନିଟ, ବରଗଡ଼ ସରକାରୀ ରକ୍ତ କେନ୍ଦ୍ରକୁ ୧୨୯ ୟୁନିଟ ଓ ବୁର୍ଲା ମେଡିକାଲ ରକ୍ତ କେନ୍ଦ୍ରକୁ ୨୩୦ୟୁନିଟ ରକ୍ତପ୍ରଦାନ କରାଯାଇଛି l (ରିପୋର୍ଟ-ଯୁଧିଷ୍ଠିର ସାହୁ)
Recent Comments