କାଶୀପୁର/ରାୟଗଡା/୧୧/୦୮/୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗଡିବାଲୀ ପଞ୍ଚାୟତର ଦୁରୂପାଇ ଗ୍ରାମର ରାମ ଚନ୍ଦ୍ରମାଝୀଙ୍କ ସ୍ତ୍ରୀ ସୁଦ୍ଧାମାଝୀଙ୍କର ଗତକାଲି ଗର୍ବଯନ୍ତ୍ରଣା ହେବାରୁ ଆଶା ହାରାବତି ବିଶୋଇ ANM ଜେମା ମଣି ସେଠିଙ୍କୁ ଜଣାଇବା ପରେ ଜେମା ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ. ଯାହା ଫଳରେ ଆମ୍ବୁଲାନ୍ସ ଆସି ଗାଁକୁ ରାସ୍ତା ନଥିବାରୁ ଗର୍ଲିମା ଛକଠାରେ ଅଟକି ଯାଇଥିଲା l ବାଧ୍ୟହୋଇ ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକ, ଆଶାକର୍ମୀ, ମା ଗୃହରେ କାର୍ଯ୍ୟରତ ଥିବା ପଦ୍ମିନୀ ଶବର ଓ ANM ଯାଇ ପରିବାର ଲୋକଙ୍କ ସହିତ ମିସି ତିନି କିଲମିଟର ଷ୍ଟେଚରରେ ବୋହି ଆଣିବାପରେ ୧୦୮ ଆମ୍ବୁଲାନ୍ସ ଯୋଗେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ l ବର୍ତମାନ ଗର୍ବବତୀଙ୍କର ସ୍ୱାସ୍ଥ୍ୟଅବସ୍ଥା ଠିକ ଥିବା ଜଣାପଡିଛି l ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାଏକ ସାହାଯ୍ୟ କରି ରାଜ୍ୟ ସରକାରଙ୍କ ଠାରୁ ବେଷ୍ଟ ପାଇଲୋଟ ଉପାଧିରେ ସନ୍ନମାନୀତ ହୋଇଛନ୍ତି l (ରିପୋର୍ଟ-ସହଦେଵ ସାହୁ)
Recent Comments