ଟିକିରି/ରାୟଗଡା/୧୧/୦୮/୨୨/ (ଆଧାର ନ୍ୟୁଜ) ଆଜି ଏକ ଅବାଭନିୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ବସଷ୍ଟାଣ୍ଡ ଠାରେ, ବସରେ ପେଟ ପାଟଣା ପାଇଁ ନୀତି ଦିନ ହେଲ୍ପଟ ହିସାବରେ କାର୍ଯ୍ୟ କରୁଥିଲେ l ଟିକିରି ମେଡିକାଲକୁ ନେବା ସମୟରେ ତାଙ୍କର ମୃତ୍ୟୁ ହଇଥିଲା l ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିର ( ନିର) ବୋଲି ଜଣା ପଡିଥିଲା l ସେହି ମୃତକ ହେଉଛନ୍ତି ରାୟଗଡା ଜିଲ୍ଲା ସଦର ହଲୁବା ପଞ୍ଚାୟତ କୋଡିଙ୍ଗ ଗୁଡା ଗ୍ରାମର ବୋଲି ଜଣା ପଡିଛି l ସେ ଏକ ଘରୋଇ ହନୁମାନ ବସରେ କାର୍ଯ୍ୟ କରୁଥିଲେ, ଟିକିରି ବସ ଷ୍ଟାଣ୍ଡରେ ବସରୁ ପାଇପ ଉଲାଇବା ସମୟରେ ଏହି ଘଟଣାଟି ଘଟି ଥିଲା l ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡକ୍ଟର ପ୍ରିୟ ରଞ୍ଜନ ମହନ୍ତ ଟିକିରି ଥାନାକୁ ଲିଖିତ ଅଭିଯୋଗ ଦେଲାପରେ ଟିକିରି ଏ.ଏସ.ଆଇ ମନୋଜ କୁମାର ଜେନା ଘଟଣା ସ୍ଥଳ ଏବଂ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି. ଖବର ଲେଖାହେବା ପର୍ଯ୍ୟନ୍ତ ମୃତକଙ୍କ ପରିବାର ଘଟଣା ସ୍ଥଳକୁ ଆସିନାହାନ୍ତି l (ରିପୋର୍ଟ-ସହଦେଵ ସାହୁ)
Recent Comments