logo
add image
ଜାତୀୟ କୃମିନାଶକ ଦିବସ ନିମନ୍ତେ ଶିକ୍ଷକଙ୍କୁ ତାଲିମ 

ଜାତୀୟ କୃମିନାଶକ ଦିବସ ନିମନ୍ତେ ଶିକ୍ଷକଙ୍କୁ ତାଲିମ 

ରାମନଗୁଡ଼ା/ରାୟଗଡା/୧୦/୦୮/୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରାମନାଗୁଡା ପକ୍ଷରୁ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧିନସ୍ଥ ପ୍ରାଥମିକ ବିଦ୍ୟାଳୟ ,ଉଚ୍ଚ ବିଦ୍ୟାଳୟ ସହ ସରସ୍ୱତୀଜାତୀୟ କୃମିନାଶକ ଦିବସ ନିମନ୍ତେ ଶିକ୍ଷକଙ୍କୁ ତାଲିମ ଏହି ତାଲିମ ଶିବିରରେ ଜାତୀୟ କୃମି ନାଶକ ଦିବସକୁ ଅଗଷ୍ଟ ୧୨ ତାରିଖ ଦିନ ପାଳନ କରାଯିବ.ଏବଂ ୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ମାନଙ୍କରେ କୃମି ନାଶକ ବଟିକା ଦିଆଯିବା ସହ ୧ ରୁ ୫ ବର୍ଷ ବୟସର ପିଲା ମାନଙ୍କୁ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ,ଆଶା କର୍ମୀଙ୍କ ଦ୍ଵାରା ପ୍ରଦାନ କରାଯିବ ସେହିପରି ୬ ବର୍ଷରୁ ୧୯ ବର୍ଷ ବୟସ ପିଲା ମାନଙ୍କୁ  ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଦିଆଯିବା ପାଇଁ  ଉପସ୍ଥିତ ଶିକ୍ଷକ ,ଶିକ୍ଷୟିତ୍ରୀ ମାନଙ୍କୁ  ତାଲିମ ଶିବିରରେ ବାର୍ତା ପ୍ରଦାନ କରାଯାଇଥିଲା।  ୧୧ଟି କ୍ଳଷ୍ଟର ସି ଆରସିସି ମାନଙ୍କ ଦ୍ୱାରା ସମସ୍ତ ଶିକ୍ଷକ ମାନଙ୍କୁ କୃମି ନାଶକ ବଟିକା ଓ ଆର ଏସ ପ୍ୟାକେଟ ,ଆଇଇସି ସାମଗ୍ରୀ ରିପୋର୍ଟ ପ୍ରଦାନ କରାଯାଇଥିଲା ।ଏଥିରେ ଜନସ୍ୱାସ୍ତ୍ୟ ସମ୍ପ୍ରସାରଣ ଅଧିକାରୀ ସଂଘମିତ୍ରା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡାକ୍ତର ସିଦ୍ଧାର୍ଥ ମଲ୍ଲିକ ,ଡାକ୍ତର ଭାଗବତ ପ୍ରସାଦ ପାଢ଼ୀ ତାଲିମ ପ୍ରଦାନ କରିଥିଲେ।ଶେଷରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ହିମିରିକା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ ଶିବିରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିପିଏମ କମଳାକର ରାଓ ପରିଚାଳନା କରିଥିଲେ।           (ରିପୋର୍ଟ-ସହଦେଵ ସାହୁ) 

Recent Comments

Leave Comments

Top