ସୁବର୍ଣ୍ଣପୁର/୧୦/୦୮/୨୦୨୨/ (ଆଧାର ନ୍ୟୁଜ)ଉପ କାରାଗାର ସୋନପୁର ଠାରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା.ଏଥିରେ ୧୧୦ ଜଣଙ୍କୁ ଟୀକା ପ୍ରଦାନ କରା ଯାଇଥିଲା ! ଭେକସିନେଟର ଭାବରେ ରମ୍ଭାବତୀ ହାତୀ ଓ ଭେରିଫାୟର ଭାବରେ ବେଦବ୍ୟାସ ଜଗଦଲା କାର୍ଯ୍ୟ ସମ୍ପାଦନା କରିଥିଲେ .ଆମ୍ବୁଲାନ୍ସ ଗାଡି ସହିତ ଚକ୍ରଧର ମହାପାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ.ଜେଲ ସୁପରିଟେଣ୍ଡେଣ୍ଟ ଡ଼ିଲେଶ୍ଵର ଜେନା, ଡା ପ୍ରସନ୍ନ କୁମାର ମିଶ୍ର, ଫାର୍ମାସିଷ୍ଟ ପ୍ରଭାକର ଦଳେଇ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ l ଏବଂ ସ୍ୱାସ୍ଥ୍ୟ ବିଭାଗ ସମେତ ଜ଼ିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ l
Recent Comments