କାଶୀପୁର/ରାୟଗଡା/୦୯/୦୮/୨୨/ (ଆଧାର ନ୍ୟୁଜ) ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଶିଶୁପାସ୍ ଗ୍ରାମରେ ଜମୁନା ସାହୁଙ୍କ ଦେହ ଅସୁସ୍ଥ ହେବାପରେ ଡଙ୍ଗାସିଲ ସ୍ଵାସ୍ଥ୍ୟ କର୍ମିକୁ ଜଣାଇଥିଲେ.ଏହି ଫୋନ ପାଇବାପରେ ତୁରନ୍ତ ସ୍ଵାସ୍ଥ୍ୟ କର୍ମି ଏକ ଆମ୍ବୁଲାନ୍ସ ନେଇ ସେହି ଗ୍ରାମକୁ ଯାଇଥିଲେ. ଏକ ପରିତାପର ବିଷୟ ଏହିକିଯେ ସେହି ଗ୍ରାମକୁ ଯିବାକୁ ହେଲେ ଏକ ନଦୀପାର ହୋଇ ଯିଵାକୁ ପଡେ ନଦୀ ଆରପାରିର ଆମ୍ବୁଲାନ୍ସ ରଖି ସ୍ଵାସ୍ଥ୍ୟକର୍ମୀ ଓ ଆସା ଦିଦି ଆମ୍ବୁଲାନ୍ସ ଡାଇଭର ଶିବାଯି ବିଶୋଇ ଚାଲିଚାଲି ଯାଇ ନଦୀ ପାରହୋଇ ସେହି ଗ୍ରାମକୁଯାଇ ପହଞ୍ଚିଥିଲେ. ହେଲେ ଜମୁନା ସାହୁଙ୍କ ଦେହ ବହୁତ ଖରାପ ହେବାରୁ ତୁରନ୍ତ ଷ୍ଟେଚର ସାହାଯ୍ୟରେ ଆଣିବା ଉପର ମୁଣ୍ଡରେ ଅଧିକା ବର୍ଷା ହେବାର ସେହି ନଦୀରେ ବର୍ଷାପାଣି ବଢ଼ିଥିବା ଫଳରେ ସ୍ଵାସ୍ଥ୍ୟ କମି ଓ ଆସା ଦିଦି ଆମ୍ବୁଲାନ୍ସ ଡ଼୍ରାଇଭର ଓ ସେହି ଗ୍ରାମର କିଛିଲୋକ ମିଶି ବହୁତ କଷ୍ଟରେ ନଦୀ ପାର କରିଥିଲେ. ହେଲେ ଲୋକେ କହୁଛନ୍ତି ଯେ କୁଆଡେ N A M ଦିଦିଙ୍କ ଗୋଡନଦୀରେ ଖସି ପଡିଯାଉଥିଲା.ଯାହାଫଳରେ NAM ଦିଦି ପଡ଼ିବା ସଙ୍ଗେ ସଙ୍ଗେ ତୁରନ୍ତ ଜଣେ ତାଙ୍କୁ ଧରିପକେଇଥିଲେ.ସ୍ୱାଧୀନତାର ୭୫ବର୍ଷ ପରେବି ଆଦିବାସୀ ଅଧ୍ୟୁଷିତ ଅଂଚଳର ଆଦିବାସୀ ମାନେ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି.ଏକଥା ବୋଧହୁଏ ପ୍ରଶାଶନଏବଂ ନେତା ମନ୍ତ୍ରୀ କେହିବି ଜାଣିପାରୁ ନାହାନ୍ତି.କିମ୍ବା ଜାଣିମଧ୍ୟ ଆଖିବୁଜି ଦେଇଛନ୍ତି.ଜାଣିଶୁଣି ନିରୀହ ଆଦିବାସି ମାନଙ୍କୁ ବିପଦ ମୁହଁକୁ ଟାଣି ନେଉଛନ୍ତି.ଏଭଳି ବିପଦପୂର୍ଣ୍ଣ ଯାତାୟାତ ପାଇଁ କିଏ ଦାଈ? ଜିଲ୍ଲା ପ୍ରଶାସନ କି ନେତା ମନ୍ତ୍ରୀ ? (ରିପୋର୍ଟ-ସହଦେଵ ସାହୁ )
Recent Comments