logo
add image
 ୨୦ ଵର୍ଷ ହେବ କାମକୁ ଆସୁନି ବିଜାପୁରୁ ହୋମିଓପ୍ୟାଥିକ ଚିକିତ୍ସାଳୟ ରୋଗୀ ହନ୍ତସନ୍ତ

୨୦ ଵର୍ଷ ହେବ କାମକୁ ଆସୁନି ବିଜାପୁରୁ ହୋମିଓପ୍ୟାଥିକ ଚିକିତ୍ସାଳୟ ରୋଗୀ ହନ୍ତସନ୍ତ

ମୁନିଗୁଡା/ରାୟଗଡା/୬/୮/୦୨୨/ (ଆଧାର ନ୍ୟୁଜ) ଲୋକଙ୍କ ପାଇଁ ସରକାରଙ୍କର କୁମ୍ଭିର କାନ୍ଦଣା  କ୍ରମଶଃ ପଦାକୁ ଆସୁଛି। କଥାକୁ ହାଲକା ଅର୍ଥରେ ନେଵା ଉଚିତ୍ ନୁହେଁ। ମଣିଷ ଯେତେବେଳେ ଅସୁସ୍ଥ ହୋଇପଡେ ସେତେଵେଳେ ଡାକ୍ତର ଓ ଔଷଧର ଆବଶ୍ୟକ ପଡେ, ଯାହାକି ମଣିଷକୁ ମୃତ୍ୟୁ ମୂଖରୁ ବଞ୍ଚିବାକୁ ହୋଇଥାଏ। ସେଥିପାଇଁ ଡାକ୍ତରଙ୍କୁ ଭଗବାନଙ୍କର ଏକ ଅବତାର ଵୋଲି ଵିଵେଚନା କରାଯାଇଥାଏ। ଆଜି ତାର ଏକ ଵ୍ୟତିକ୍ରମ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଚନ୍ଦ୍ରପୁରୁ ବ୍ଲକ  ନଦୀ ନାଳ, ଵଣ, ପାହାଡ ଘେରା ବିଜାପୁରୁ ପଞ୍ଚାୟତ ସଦରମହକୁମାର ଦୃଶ୍ୟ। ଵିଜାପୁରୁ ଠାରୁ ଜିଲ୍ଲା ସଦରମହକୁମା ପ୍ରାୟ ୧୬୦ କିମି ଏବଂ ବ୍ଲକ ସଦର ମହକୁମା ପ୍ରାୟ ୪୦ କିମି,ଦୂରତା ମଧ୍ୟରେ ରହିଛି, ସେତେବେଳେ ପାଦଚଲା ଓ ସାଇକେଲ ଏବଂ ଭାର ସାହାଯ୍ୟରେ କୌଣସି ରୋଗିଙ୍କୁ ଚନ୍ଦ୍ରପୁରୁ ଚିକିତ୍ସାଳୟକୁ ନେଵାକୁ ହେଉଥିଲା । ଗାଡିମଟର ଯିବାପାଇଁ ଏଵେକା ପରି ରାସ୍ତାଘାଟର ସୁଵିଧା ନଥିଲା। ଲୋକମାନଙ୍କର ଏପରି ଅସୁଵିଧା ଦେଖି ସରକାର ୧୯୯୬ ମସିହା ଅପ୍ରେଲ ମାସରେ ସରକାରୀ ହୋମିଓପାଥି ଚିକିତ୍ସାଳୟ ସ୍ଥାପନା କରିଥିଲେ । କିଛିଦିନ ଗୁଡାରୀ ଆଡୁ ଡାକ୍ତର ଓ କର୍ମଚାରୀମାନେ ଆସି ଲୋକମାନଙ୍କର ସେଵା କରୁଥିଲେ। କିଛିଦିନ ପରେ ଧିରେ ଧିରେ ଦଶ ପନ୍ଦର ଦିନରେ ଥରେ ଆସି ପଳାଉଥିଲେ। କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଦୀର୍ଘ କୋଡିଏ ବର୍ଷ ହେଵ ଡାକ୍ତର ଓ କର୍ମଚାରୀମାନେ ଏହି ସରକାରୀ ହୋମିଓପାଥି ଚିକିତ୍ସାଳୟକୁ ଆସୁନାହାନ୍ତି, ସମସ୍ତଙ୍କ ମନରେ ଗୋଟିଏ ଧାରଣା ସରକାର ହୋମିଓପ୍ୟାଥିକ ଚିକିତ୍ସାଳୟ ଉଠାଇ ନେଇଗଲେ। ଏପରି ଭାଵନାରେ ଲୋକମାନେ ଥାଇ, କହିଲେ ସରକାର ଆମ ଗାଁରେ ଚିକିତ୍ସାଳୟ ସ୍ଥାପନା କାଗଜପତ୍ରରେ ଲିପିବଦ୍ଧ କରି ଵା ବା ନେଇଗଲେ। ଠିକାଦାର ଯେନେ ତେନେ ପ୍ରକାରେ ଘର କରି ବିଲ୍ ନେଇଗଲା। ହେଲେ ଘର ସହ ହୋମିଓପ୍ୟାଥିକ ଚିକିତ୍ସାଳୟ ଲେଖା ଛାଡିଗଲେ। କୋଡିଏ ବର୍ଷ ହେଵ ଡାକ୍ତର ଓ କର୍ମଚାରୀମାନଙ୍କ ଚେହେରା ଦେଖି ନଥିବା ଵେଳେ ଚିକିତ୍ସାଳୟ ଉଠିଯିବା ଗୁଜବ କେତେଦୁର ଯୁକ୍ତି ଯୁକ୍ତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଵେ ଶୁଣିବାକୁ ମିଳୁଛି ଏହି ସରକାରୀ ହୋମିଓପାଥି ଚିକିତ୍ସାଳୟରେ ଡାକ୍ତର ସମେତ କର୍ମଚାରୀମାନେ ନିଯୁକ୍ତି ହୋଇ ପାଞ୍ଚବର୍ଷ ପରେ ବଦଳି ହୋଇଛନ୍ତି,ଏସଵୁ ତାଙ୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ  କାଗଜ କଲମରେ ହୋଇଛି। ଅପରପକ୍ଷରେ ଶୁଣିବାକୁ ମିଳୁଛି ଏଠାକାର ନିଯୁକ୍ତି ପାଇଥିବା ଡାକ୍ତର ଅନ୍ୟ ଜାଗାରେ ନିଜର କ୍ଲିନିକ୍ ଚଳାଇଥିବା ଵେଳେ ଅନ୍ୟ କେତେକ ବଦଳି ହୋଇ ଆସିଥିବା କାଗଜ କଲମରେ ହେଡ ଅଫିସରେ ଯୋଜନା କରି ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିବା ଅଭିଯୋଗ ହେଉଛି। ତେଣୁ ଡାକ୍ତର ଓ କର୍ମଚାରୀମାନେ ନେତାଙ୍କ ଵାହୁଛାୟାତଳେ ରହି ଦୁଇଜାଗା ଚାକିରି କରିଥିବା ସନ୍ଦେହକୁ ଦୂର କରିବାପାଇଁ ଉଚ୍ଚସ୍ତରୀୟ ତଦନ୍ତ ସହ ସ୍ଵତନ୍ତ୍ର ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯିବାକୁ ଦାବି କରିଛନ୍ତି। ସରକାର ଲୋକମାନଙ୍କ ହିତ ଦୃଷ୍ଟିରୁ ତୁରନ୍ତ ଡାକ୍ତର ଓ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେଇ ଗ୍ରାମ୍ୟ ସ୍ଵାସ୍ଥ୍ୟ କମିଟି ଦ୍ଵାରା ତଦାରଖ କରାଯିବା ପାଇଁ  ସରକାରଙ୍କ ଠାରେ ଗ୍ରାମବାସୀ ଦାଵି କରିଛନ୍ତି।   (ରିପୋର୍ଟ-ସଞ୍ଜୟ କୁମାର ନାଗ)

Recent Comments

Leave Comments

Top