କଲ୍ୟାଣସିହପୁର/ରାୟଗଡ଼/୦୪/୦୮/୨୨/ (ଆଧାର ନ୍ୟୁଜ) କାଶୀପୁର ବ୍ଲକରୁ ଆରମ୍ଭ ହେଇ କଲ୍ୟାଣସିଙ୍ଘପୁରକୁ ବ୍ୟପିଥିବା ଝାଡ଼ା ବାନ୍ତିକୁ ଗମ୍ଭୀରର ସହ ନେଇଛି ପ୍ରଶାସନ। କାରଣ କାଶିପୁରରେ ଏବକୁ ୧୦ ଜଣ ପ୍ରାଣ ହରାଇଥିବା ବେଳେ କଲ୍ୟାଣସିଙ୍ଘପୁର ବ୍ଲକରେ ଜଣେବ୍ୟକ୍ତି ବୋଲି କୁହାଯାଉଥୁବା ବେଳେ ଡାକ୍ତରୀ ଟିମ ତରଫରୁ ତତ୍ପରତା ଦେଖିବାକୁ ମିଳିଛି। କଲ୍ୟାଣସିଙ୍ଘପୁର ବ୍ଲକର ସିକରପାଇ, ବୁଡ଼ାଗୁଡା ଅଞ୍ଚଳର ଗୁରୁତୁଲୀ, ବୁଡ଼ାଗୁଡା, ଲଷ୍ମୀନଗର, କୃଷ୍ଣନଗର, ସିକରପାଇ ଗ୍ରାମ ମାନଙ୍କରେ ଝାଡ଼ା ବାନ୍ତି(କଲେରା)ବ୍ୟପିବାରେ ଲାଗିଛି। ତେଣୁ ସିକରପାଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଚୈତନ ତିଆକା, ସମିତି ସଭ୍ୟ ନଗେଶ ମିଣିଆକା ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଗ୍ରାମ ଗ୍ରାମ ବୁଲି ବୁଲି ସଚେତନ କରୁଛନ୍ତି। ଗତ ୨ ଦିନ ହେଲା ଏହି ଅଭିଯାନ ଆରମ୍ଭ କରାଯାଇଛି ସିକରପାଇ, ଲଷ୍ମୀନଗର, କରିକଲପଡୁ,ଧାମଣୀମା ଢେପାସାହି, କୃଷ୍ଣ ନଗର, ଲେଳିବାଡି ଗ୍ରାମକୁ ଯାଇ ସ୍ୱଂୟ ସହାୟକ ଗ୍ରୁପ ସହାୟତାରେ ସଚେତନ କରାଯାଇଛି। ହାତ ଧୋଇବା, ଗରମ ପାଣି ପିଇବା, ଉଷୁମ ଖାଦ୍ୟ ଖାଇବା, ବାହାରେ ମଳ ତ୍ୟାଗ ନ କରିବା, ଅଳ୍ପ ଝାଡ଼ା ବାନ୍ତି ହେଲେ ଡାକ୍ତର ପରାମର୍ଶ କରିବା ପାଇଁ ସଚେତନ କରିଛନ୍ତି। ସେହିଭଳି ସାବୁନ, ସାନିଟାଇଜର, ଅନ୍ୟ ଆବଶ୍ୟକୀୟ ସରଞ୍ଜାମ ବଣ୍ଟନ କରି ସତର୍କ ରହିବାକୁ କହିଛନ୍ତି। ସେହିଭଳି ପଞ୍ଚାୟତର ୨୧ ଗୋଟି ଗାଁକୁ ସଚେତନ କରାଯିବ ଏହା ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ ବୋଲି ପି ଇ ଓ ଶ୍ରୀ ସାହୁ କହିଛନ୍ତି। ଯେତେବେଳ ପର୍ଯ୍ୟନ୍ତ ବିପଦ ଟାଲିନାହିଁ ପଞ୍ଚାୟତ ତରଫରୁ ଆମେ ସମସ୍ତେ ସଜାଗ ରହିବୁ ସବୁ ପାରିସ୍ଥତି କୁ ମୁକାବିଲା ପାଇଁ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି। ବିଶେଷ ଭାବରେ ଏହି ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହେଇଥିବାରୁ ମହିଳା ମାନଙ୍କ ପାଖରେ ସଚେତନର ଅଭାବ ରହିଛି ତେଣୁ ତାଙ୍କୁ ସଚେତନ କରିବା ଦରକାର ରହିଛି ବୋଲି କହିଛନ୍ତି।
Recent Comments