ସୁବର୍ଣ୍ଣପୁର/ 0୧/0୮/୨୨/ (ଆଧାର ନ୍ୟୁଜ) ସୁବର୍ଣ୍ଣପୁର ଜିଲ୍ଲାରେ ନିଶା ଦ୍ରବ୍ୟର ବ୍ୟବହାରରେ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଜିଲ୍ଲା ସ୍ତରୀୟ ସମନ୍ୱୟ ଓ ପରିଚାଳନା କମିଟି ବୈଠକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ନିଶାଦ୍ରବ୍ୟର ବ୍ୟବହାରକୁ ନିୟନ୍ତ୍ରଣ କରିବା ସହ ନିରାକରଣ ନିମନ୍ତେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା l ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମନୋଜ କୁମାର ଅଦାବର, ବୈଠକର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ସହକାରୀ ପରିଚାଳକ ଅଣ ସଂକ୍ରମକ ରୋଗ ଗୀତାଞ୍ଜଳି ମେହେର ପି ପି ଟି ମାଧ୍ୟମରେ ଜିଲ୍ଲାରେ ନିଶା ଦ୍ରବ୍ୟର ତଥ୍ୟ ନିଆଯିବାକୁ ଥିବା କାର୍ଯ୍ୟକ୍ରମର ଉପସ୍ଥାପନ କରିଥିଲେ lଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଥିବା ଜିଲ୍ଲା କାର୍ଯ୍ୟାଳୟ,ସମସ୍ତ ବ୍ଲକସ୍ତରୀୟ କାର୍ଯ୍ୟାଳୟ ପରିସରକୁ ନିଶାଦ୍ରବ୍ୟ ମୁକ୍ତ ଅଞ୍ଚଳ ଘୋଷଣା କରାଯିବାକୁ ସମସ୍ତ କାର୍ଯ୍ୟାଳୟର ମୁଖ୍ୟ ପ୍ରମୁଖ ଆବଶ୍ୟକ ପଦକ୍ଷେପ ନେବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି l ପୁନଶ୍ଚ ବ୍ଲକ ଓ ଗ୍ରାମାଞ୍ଚଳ ସ୍ତରରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ଓ ନିରାକରଣ କମିଟି ଗ୍ରହଣ ପୂର୍ବକ ଆବଶ୍ୟକ ସଚେତନତା ଉପରେ ବୈଠକରେ ଆଲୋଚନା କରାଯାଇଛି l ବ୍ଲକ ଓ ଗ୍ରାମ୍ୟ ସ୍ତରରେ ଗଠିତ କମିଟିରେ ସ୍ଥାନୀୟ ଜନ ପ୍ରତିନିଧି, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରଭୁତିଙ୍କୁ ସାମିଲ କରାଯାଇ ବ୍ୟାପକ ସଚେତନତା କରାଯିବା ଉପରେ ମଧ୍ୟ ଆଲୋଚନା କରାଯାଇଛି l ଏପରିକି ନିଶାଦ୍ରବ୍ୟ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ରହିଥିବା ଅନୁପାଳନର ସୁନିଶ୍ଚିତ କାର୍ଯ୍ୟକାରୀ ନିମନ୍ତେ ଯତ୍ନବାନ ହେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି l ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସହ ଗ୍ରାମାଞ୍ଚଳ ଗୁଡିକରେ ନିଶାଦ୍ରବ୍ୟ କାରବାର ତଥା ବ୍ୟବହାରକୁ ନିୟନ୍ତ୍ରଣ କରିବା ଉପରେ ଗଠିତ ଚଢ଼ଉ ଟିମ ଦ୍ୱାରା ନିୟମିତ ଯାଞ୍ଚ ସହ ଚଢ଼ାଉ କରାଯିବାକୁ ବିଶେଷ ଆଲୋଚନା କରାଯାଇଛି l ଜିଲ୍ଲାର ପ୍ରତ୍ୟେକ ସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ନିଶାଦ୍ରବ୍ୟ ବ୍ୟବହାରରକୁ ପରିମାଣ ଉପରେ ଆବଶ୍ୟକ ପରାମର୍ଶ ଦେବାକୁ ଉପସ୍ଥିତ ଶିକ୍ଷା ବିଭାଗର ଅଧିକାରୀ ତଥା ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କୁ ପରାମର୍ଶ ଦେଇଛନ୍ତି ବୈଠକର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶ l ଏହା ବ୍ୟତୀତ ନିଶାଦ୍ରବ୍ୟ ନିରାକରଣ ତଥା ବ୍ୟବହାରକୁ ରୋକିବାକୁ ହେଲେ ଏହାର ଏକ ତଥ୍ୟ ଭିତ୍ତିକ ପ୍ରସ୍ତୁତି କରିବା ଉପରେ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି,ଯାହା ନିଶାଦ୍ରବ୍ୟ ନିରାକରଣ ଓ ନିୟନ୍ତ୍ରଣରେ ବିଶେଷ ସହାୟକ ହେବା ସହିତ କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଭାବରେ ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିବ l ଏହି ବୈଠକ ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ହେମନ୍ତ କୁମାର ପାଢ଼ୀ,ଏ ଡି ଏମ ଓ ( ପରିବାର କଲ୍ୟାଣ ) ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ,ଏଡିପିଏଚଓ (ରୋଗ ନିୟନ୍ତ୍ରଣ ) ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ / ଅଧ୍ୟକ୍ଷା ପ୍ରମୁଖ ଯୋଗଦାନ କରିଥିଲେ l ଜିଲ୍ଲାରେ ୧୮ଗୋଟି ଶିକ୍ଷାନୁଷ୍ଠାନକୁ ନିଶାଦ୍ରବ୍ୟ ନିରାକରଣ ତଥା ବ୍ୟବହାରକୁ ରୋକିବା ସହ ନିଜ ନିଜ ଶିକ୍ଷାନୁଷ୍ଠାନକୁ ନିଶାଦ୍ରବ୍ୟ ମୁକ୍ତ ପରିସର ଘୋଷଣା କରିଥିବା ହେତୁ ଅତିଥି ବୃନ୍ଦ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେl କାର୍ଯ୍ୟକ୍ରମ ଶେଷରେ ସଂକ୍ରମକ ରୋଗ ବିଜ୍ଞାନୀ ଡ଼ଃ ବିଷ୍ଣୁ ଚରଣ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ l (ରିପୋର୍ଟ-ଯୁଧିଷ୍ଠିର ସାହୁ)
Recent Comments