ନବରଙ୍ଗପୁର/ (ଆଧାର ନ୍ୟୁଜ )ନବରଙ୍ଗପୁର ଜିଲ୍ଲା ଟିର୍ଲୀଅମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଠାରେ ବିଶ୍ୱହେପାଟାଇ ଟିସ୍ ଦିବସ ପାଳନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବରଂଗପୁର ଏବଂ ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ କାର୍ଯ୍ୟକ୍ରମର ସଭାପତିତ୍ୱ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ବେହେରାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ଅତିଥି ପରିଚୟ ପ୍ରଦାନ କରିଥଲେ।ମୁଖ୍ୟ ବକ୍ତା ଭାବେ ଡ ମଳୟ କୁମାର ତ୍ରିପାଠୀ ଡି ପିଏଚଓ ନବରଂଗପୁର ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ହେପଟାଇଟିସ ରୋଗର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟାନ୍ୟ ବକ୍ତାଭାବେ ହନୁମନ୍ତ ମାଝୀ ଏଡିପିଏଚସିଓ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ କିଭଳି ସତର୍କତା ଅବଲମ୍ବନ କରିବେ,ସେବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏପିଡମିଓଲୋଜିଷ୍ଟ ଡ ଶିଳ୍ପୀଦାସ ଏଵଂ ମାଇକ୍ରୋ ବାୟୋଲୋଜିଷ୍ଟ ଅର୍ଧେନ୍ଦୁ ଭୂଷଣ ପ୍ରଧାନ କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭାବେ ନିଜର ବକ୍ତବ୍ୟ ପରିବେଷଣ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ବିଶେଷଜ୍ଞଙ୍କ ଦ୍ଵାରା ଦିଆଯାଇ ଥିଲା। ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରବଣ କୁମାର ପୁଝାରୀ, ସୁଲୋଚନା ନାୟକ ଓ ରବୀନ୍ଦ୍ର ମାଳି ଯୋଗଦେଇ ଥିଲେ। ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।।
Recent Comments