logo
add image
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଟେଲ ମାନଙ୍କରେ ଖାଦ୍ୟଯାଞ୍ଚ ଫୋଫାଡ଼ିଲେ ବାସି ଖାଦ୍ୟ

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଟେଲ ମାନଙ୍କରେ ଖାଦ୍ୟଯାଞ୍ଚ ଫୋଫାଡ଼ିଲେ ବାସି ଖାଦ୍ୟ

ସୁବର୍ଣ୍ଣପୁର/୨୮/୦୭/୨୦୨୨/ (ଆଧାର ନ୍ୟୁଜ) ରୋଡ ରାସ୍ତାରେ ହେଉ କିମ୍ବା ନର୍ଦମା କଢ଼ରେ ହେଉ ଯେଉଁଯାଗାରେ ଦେଖିବ ଖାଲି ନାଶ୍ତା ଦୋକାନ ଓ ଫଳ କଦଳୀ ଦୋକାନ.କୌଣସି ରେଷ୍ଟଷ୍ଟେସନ ନାହିଁ ପ୍ରଶାସନର.ବାହାଘର ବେଳେ ବାଇଗଣ ରୁଆ ସଦୃଶ୍ୟ.ରାସ୍ତା କଡରେ କରିଥିବା ନାଶ୍ତା ଖୋଲାରେ ବିକ୍ରି କରି ବିପଦକୁ ଟାଣୁଥିବା ଅସାଧୁ ବ୍ୟବସାୟୀମାନେ ନିର୍ଦ୍ୱନ୍ଦରେ ବେପାର କରି ଚାଲିଛନ୍ତି.ମଶା ମାଛି,ପୋକ ମାନେ ଖାଦ୍ୟଉପରେ ବସିଥିଲେବି ସେହି ଅଖାଦ୍ୟକୁ ଲୋକମାନଙ୍କୁ ଖାଇବାକୁ ଦିଆଯାଉଛି.ଆହୁରି ପିଇବା ପାଣି ମଧ୍ୟ ଦାଉସଯଇଛି.ବଣ ପାହାଡ଼ ଘେରା ଜିଲ୍ଲା ମାନଙ୍କରେ ନିରୀହ ଆଦିବାସୀମାନେ ଏଥିରେ ବଳି ପଡୁଥିବାରେ ଦେଖିବାକୁ ମିଳୁଛି.ଏହାଦ୍ୱାରା ଡାଇରିଆ,ହଇଜା ବ୍ୟାପିବାରେ ଲାଗିଛି.ଯାହାକି ରାୟଗଡା,ନଭରଙ୍ଗପୁର ଜିଲ୍ଳାର ଏହାର ଏକ ଜ୍ୱଳନ୍ତ ଉଦାହରଣ.ଏହାକୁ ଲକ୍ଷ୍ୟକରି ସୁବର୍ଣ୍ଣପୁର ଜ଼ିଲ୍ଲାପାଳଙ୍କ ନିର୍ଦ୍ଧେଶରେ ସୋନପୁର ସହରର ହୋଟେଲ ଓ ରେସ୍ଟରାଣ୍ଟ ମାନଙ୍କରେ ଖାଦ୍ୟର ମାନ ଯାଞ୍ଚ ଓ ସଚେତନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଆଜି ସହରର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରିଛନ୍ତି l ଡ଼ାଇରିଆ ରୋଗ ବ୍ୟାପୁଥିବାରୁ ସୋନପୁର ସହରରେ ଦୂଷିତ ପାଣି ଓ ଦୂଷିତ ଖାଦ୍ୟ ଯେପରି ହୋଟେଲ ଓ ରେସ୍ଟରାଣ୍ଟ  ମାନଙ୍କରେ ଲୋକମାନଙ୍କୁ ନଦିଅନ୍ତି ସେଥିପାଇଁ ସୋନପୁର ସହରରେ ଏ ସବୁର ଯାଞ୍ଚପାଇଁ ଏକଟିମ ସମସ୍ତ ହୋଟେଲ ଓ ରେସଟୁରାଣ୍ଟକୁ ଯାଇ ଖାଦ୍ୟର ମାନ ପରୀକ୍ଷଣ ଓ ସଚେତନ କରିଛନ୍ତି  lଏବଂ ବିଭିନ୍ନ ଜାଗାରୁ ୫୦ /୬୦ କେଜି ବାସି ଓ ମଶାମାଛି ପଡ଼ିଥିବା ଖାଦ୍ୟ ଫୋଫାଡ଼ି ଆଗାମୀ ଦିନରେ ଏସବୁର ସୁଧାର ଦିଗରେ ଧ୍ୟାନ ନଦେଲେ ଦୋକାନୀ ମାନଙ୍କୁ ହଜାର ହଜାର ଟଙ୍କା ଜୋରିମାନା କରି ଦୋକାନକୁ ସିଲ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଗିଦ କରାଯାଇଛି  l ଏହି ଟିମରେ ଖାଦ୍ୟନିରାପତ୍ତା ଅଧିକାରୀ ସସ୍ମିତା ନାଏକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଓ ଅନ୍ୟ ମାନଙ୍କ ମଧ୍ୟରେ ରୁଚିକାନ୍ତ ଭୋଇ, ଶ୍ରୀବନ୍ତ ଖଣ୍ଡଗିରି,ରାକେଶ ମାହାନା ପ୍ରମୁଖ ଟିମ ସାମିଲରହି ଖାଦ୍ୟର ମାନ ନିରୀକ୍ଷଣ କରୁଥିବାର ଦେଖିବାକୁ ମିଳିଛି. l                              ରିପୋର୍ଟ-ଯୁଧିଷ୍ଠିର ସାହୁ 

Recent Comments

Leave Comments

Top