logo
add image
 ଶଗଡା ଗ୍ରାମପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ ।

 ଶଗଡା ଗ୍ରାମପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ ।

ବୌଦ୍ଧ/୨୮/୭ /୨୨/ (ଆଧାର ନ୍ୟୁଜ) ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ୍ ଶଗଡା ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଚନ୍ଦ୍ରମା ଅନୁଷ୍ଠାନ ଏବଂ ଶଗଡ଼ା ଗ୍ରାମପଂଚାୟତ ଅଧିନସ୍ଥ ବଣିକ ସଂଘର  ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିଵିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ, ଏବଂ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ଦେଇଥିଲେ. ଏବଂ ଏହି ଭଳି  କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ଜାରି ରଖିବାପାଇଁ ଚନ୍ଦ୍ରମା ଅନୁଷ୍ଠାନକୁ ଉତ୍ସାହିତ କରିଥିଲେ. ଏହି  ଶିବିରରେ ମୋଟ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ  ଶଗଡା  ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସାନ୍ଧ୍ୟରାଣୀ ମହାକୁଡୁ, ପ୍ରାଥମିକ ସ୍ଵାର୍ଥକେନ୍ଦ୍ର ଶଗଡା ମେଡିକାଲ ଅଫିସର ଶ୍ରୀ ବିଶ୍ୱନାଥ ଶତପଥୀ , ଚନ୍ଦ୍ରମା ଅନୁଷ୍ଠାନର ଉପ-ସଭାପତି କରୁଣାକର ଘଣ୍ଟୁଆଳ ଓ କର୍ମକର୍ତା ,ଶଗଡା ବଣିକସଂଘର ସ୍ୱେଚ୍ଛାସେବୀ  କର୍ମୀମାନେ ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ଉକ୍ତ ଶିବିରକୁ ସାଫଲ୍ୟମଣ୍ଡିତ କରିଥିଲେ ।                                         (ବୌଦ୍ଧରୁ ଧବଳେଶ୍ଵର ମହାପାତ୍ରଙ୍କ ରିପୋର୍ଟ ।)  

Recent Comments

Leave Comments

Top