logo
add image
 ସୋନପୁର ଥାନାରେ ମେଗା ରକ୍ତଦାନ ଶିବିର-୩୬୦ ୟୁନିଟ ରକ୍ତ ସଂଗ୍ରହ

 ସୋନପୁର ଥାନାରେ ମେଗା ରକ୍ତଦାନ ଶିବିର-୩୬୦ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର/୨୭/୦୭/୨୦୨୨/ (ଆଧାର ନ୍ୟୁଜ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରର ଟାଉନ୍ ଥାନା ଠାରେ ମୋ ସରକାର ତରଫରୁ  ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରକୁ ସୁବର୍ଣ୍ଣପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶୁଭ ଉଦଘାଟନ କରି ରକ୍ତଦାତା ତଥା ସହରର ବିଭିନ୍ନ ଅଗ୍ରଣୀ ସେଚ୍ଛାସେଵୀ ସଂଗଠନର କର୍ମକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ.ଏବଂ ସୋନପୁର ପୋଲିସକୁ ମେଗା ରକ୍ତଦାନ ଶିବିର ଆୟୋଜନରେ ସହଯୋଗ କରିଥିବାରୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଏସ ଡି ପି ଓ ପୁଷ୍ପାଞ୍ଜଳି ନୀଙ୍ଗି, ଆରଟିଓ ରବିନ ପଟ୍ଟନାୟକ  ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଯୋଗଦେଇ ରକ୍ତଦାତା ,ସ୍ୱେଚ୍ଛାସେବୀ  ସଂଗଠନ  ତଥା ସୋନପୁର ଟାଉନ୍ ଥାନା ପୋଲିସ୍ କୁ ରକ୍ତଦାନ କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା ହେତୁ ଭୂୟସୀ ପ୍ରଶଂସା କରିଥିଲେ । ସୁବର୍ଣ୍ଣପୁର ,ବରଗଡ଼, ତଥା ଭିମସାର ବୁର୍ଲା ରକ୍ତ କେନ୍ଦ୍ରର କର୍ମଚାରୀ ,ସୋନପୁର ପୋଲିସ ଟିମ ,ଆଶା ନର୍ସିଂ ହୋମ କର୍ମଚାରୀ , ସ୍ୱଚ୍ଛଭାରତ ସଂଗଠନ କର୍ମକର୍ତ୍ତା ଶିବିରରେ ରେଜିଷ୍ଟ୍ରେସନ୍ ରକ୍ତ ସଂଗ୍ରହର ନାମ ପଞ୍ଜିକରଣ, ପ୍ରମାଣପତ୍ର ବଣ୍ଟନ ତଥା ରକ୍ତ ସଂଗ୍ରହ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିଲେ । ପୋଲିସ ଆର ଆଇ ପ୍ରଦୁମ୍ନ ପଟେଲ ଓ ଆଇ ଆଇ ସି କୃଷ୍ଣଚନ୍ଦ୍ର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ମେଗା ରକ୍ତଦାନ ଶିବିରରେ ଲଳିତା ରାଇସ ମିଲ୍, ପ୍ରତୀକ ରାଇସ ମିଲ, ମାହେଶ୍ୱରୀ ସଂଗଠନ ତରଭା , ଡ଼୍ରାଇଭର ମହାସଂଘ, ବୋଲବମ୍ ଚାରିଟେବୁଲ ଟ୍ରଷ୍ଟ ,ବ୍ଲକ ଛକ ଉଡ଼ାଓ କ୍ଲବ୍, ଟାଟା ପାୱାର କର୍ମଚାରୀ , ଯସୋଦା  ଦେବୀ ନର୍ସିଂ କଲେଜ, ଭଗବତୀ ଯୁବକ ସଂଘ , କେମିଷ୍ଟ ଓ ଡ୍ରଗିଷ୍ଟ୍ ଆସୋସିଏସନ୍ ,ଜିଲ୍ଲା ରକ୍ତ ଦାତା ସଂଘ, ଓ ତଥା ରକ୍ତ ଦାନ ରେ ସାମିଲ ଥିବା ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ବିଭିନ୍ନ ବ୍ୟାଙ୍କ କର୍ମଚାରୀ,ସମସ୍ତ ବ୍ୟବସାୟୀ, ବିଭିନ୍ନ କଲେଜ ଛାତ୍ର ଛାତ୍ରୀ ଙ୍କ ସକ୍ରିୟ ଯୋଗଦାନ୍ ଓ ସହଯୋଗ ରେ ଆଜିର ଏ ଶିବିର ସଫଳ ହୋଇଥିବା ପରିଲକ୍ଷିତ ହୋଇଛି l ଏ ଏସ ଆଇ ପୀୟୂଷ ନାଏକ୍,ଏସ ଆଇ ସୌମ୍ୟ ରଂଜନ ସାହୁ ,ଏ ଏସ ଆଇ ଏକା ଦଶିଆ ପଧାନ,ଏ ଏସ ଆଇ ସୁଶୀଲ ବିଶି ,ଏ ଏସ ଆଇ ଦିଲୀପ ସାହୁ ,ଏ ଏସ ଆଇ ରଞ୍ଜିତ ମହାପାତ୍ର, ହାବିଲଦାର ସୁଧୀର ଷାଣ୍ଢ, କନେଷ୍ଟବଲ୍ ସଂଘ ସଭାପତି କୁମୁଦ ରଂଜନ ମେହେର ,ସମ୍ପାଦକ ସୁଧାଂଶୁ ଶେଖର ମେଣ୍ଡେଲି, ହାବିଲ ଦାର ମନୋଜ ପଣ୍ଡା ,ଦିନେଶ ମିଶ୍ର ,ବଣ୍ଟି ଆଗ୍ରୱାଲl, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ମନୋରଂଜନ ତ୍ରିପାଠୀ ତଥା ଟାଉନ ଥାନାର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ । (ରିପୋର୍ଟ-ଯୁଧିଷ୍ଠିର ସାହୁ) 

Recent Comments

Leave Comments

Top