ବିଷମକଟକ/ରାୟଗଡା/୨୭/୦୭/୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲା କାଶୀପୁର ଠାରେ ବ୍ୟାପିଥିବା ହୋଇଜା ନିୟନ୍ତ୍ରଣ ପାଇଁ ପ୍ରଶାସନ ସବୁ ପ୍ରକାର ଚେଷ୍ଟା ଜାରି ରଖିଥିଲେ ମଧ୍ୟ ତାହା ଅଣାୟତ୍ତ ହେବାରେ ଲାଗିଛି I ବର୍ତମାନ ସୁଦ୍ଧା ଏହା କାଶୀପୁର ବ୍ଲକର ବିଭିନ୍ନ ଅଞ୍ଚଳକୁ ବ୍ୟାପି ସାରିଥିବା ବେଳେ ପ୍ରଶାସନ ପକ୍ଷରୁ ଏହାର ଚିକିତ୍ସା ଓ ଉପଶମ ପାଇଁ ଯେତିକି ପଦକ୍ଷେପ ଗ୍ରହଣ କରାଯାଉଛି ସେତିକି ମାତ୍ରାରେ ଏହାପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ସୃଷ୍ଟି କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଚିକିତ୍ସା ବିଭାଗ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି I ଏହି ପରିପ୍ରେକ୍ଷୀରେ ଆଜି ବିଷମକଟକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଡାଏରିଆ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା I ସ୍ଥାନୀୟ ବ୍ଲକ ପ୍ରଶାସନ ତରଫରୁ ଏହି ସଚେତନତା ବୈଠକ ଆୟୋଜିତ କରାଯାଇଥିଲା I ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅଂଶୁପ୍ରଭା ଚୌଧୁରୀ ବୈଠକରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି ମାନଙ୍କୁ, ବିଭାଗୀୟ ଅଧିକାରୀ ମାନଙ୍କୁ ଏହି ରୋଗ ବ୍ୟାପିବାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସଚେତନତା ଅଵଲମ୍ବନ କରିବା ବିଷୟରେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ I ଏଥି ସହ ନିଜ ନିଜ ଅଞ୍ଚଳର ଜନ ସାଧାରଣଙ୍କୁ ଏହି ବିଷୟରେ ସଚେତନ ରହିବା ପାଇଁ ସମସ୍ତ ସରପଞ୍ଚ, ସମିତି ସଭ୍ୟ ମାନଙ୍କୁ ନିବେଦନ କରିଥିଲେ I ସଚେତନତା ମାଧ୍ୟମରେ ହିଁ ଏହି ସମସ୍ୟାର ସମାଧାନ ସହଜ ସାଧ୍ୟ ବୋଲି ସେ ବୈଠକ ରେ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ I ବୈଠକର ପରିଚାଳନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଲବର୍ଟ ଲାକ୍ରା କରିଥିବା ବେଳେ, ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅଂଶୁପ୍ରଭା ଚୌଧୁରୀ ପଂଚାୟତ ସମିତି ଅଧକ୍ଷା ଯଶୋଦା ହୁଇକା, ଉପାଧକ୍ଷ ଦେବି ପ୍ରସାଦ ପଟନାୟକ, ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ରାଜଶ୍ରୀ ପାତ୍ର, ମଙ୍ଗଳ ବିଭାଗ ଅଧିକାରୀ ଶୁଭପ୍ରଦା ସାଷ୍ମଲ, ବିଭିନ୍ନ ଗ୍ରାମ ପଂଚାୟତ ର, ସରପଞ୍ଚ, ସମିତି ସଭ୍ୟ ଏବଂ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ I
Recent Comments