logo
add image
ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଟିକିରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ସ୍ୱାସ୍ଥ୍ୟମନ୍ତ୍ରୀ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଟିକିରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ରାୟଗଡା/୨୩/୦୭/୨୨/ (ଆଧାର ନ୍ୟୁଜ) ଝାଡ଼ାବାନ୍ତି ପ୍ରଭାବିତ ଅଂଚଳର ଗାଁ ମାନଙ୍କୁ ବୁଲି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନାଥ ସାରକା।ଆଜି ଦିନ ମଧ୍ୟାହ୍ନ ସମୟରେ ରାୟଗଡ ପହଁଚି ଜିଲ୍ଲାପାଳ ଜିଲ୍ଲା ଚିକିତ୍ସାଧିକାରି ଓ ଡାକ୍ତରୀ ଟିମ ସହ କଥାହେଇ ଅବସ୍ଥା କଣ ହେଇଛି ପଚାରି ବୁଝିଥିଲେ। ବର୍ତମାନ ସୁଦ୍ଧା କାଶୀପୁର ବ୍ଲକ ଟିକିରିରୁ ଆରମ୍ଭକରି ଅନ୍ୟ ଗ୍ରାମ ମାନଙ୍କୁ ବ୍ୟାପୁଥୁବାରୁ ଲୋକମାନେ ଆତଙ୍କିତ ହେଇ ପଡିଛନ୍ତି। ଆଜି ସୁଦ୍ଧା ମିଳିଥିବା ଖବର ଅନୁସାରେ ବିଭିନ୍ନ ଗ୍ରାମର ୯ ଜଣଙ୍କ ମୃତ୍ୟୁ ହେଇଛି ବୋଲି ଜଣାପଡ଼ିଥିବା ବେଳେ ଶତାଧିକ ଆକ୍ରାନ୍ତ ହେଇଥିବା ପ୍ରାଥମିକ ତଦନ୍ତରେ ଜଣା ପଡିଛି।ଏହି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲେ ହେଁ ବିପଦ ଟଳିନାହିଁ । ଏଭଳି ପରିସ୍ଥିତି ପାନୀୟ ଜଳ ଦୂଷିତ ଯୋଗୁଁ ଘଟିଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ତେଣୁ ପ୍ରଶାସନ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦେଉଛି। ଏହିଭଳି ସବୁଦିନ ଯୋଗାଇଦେବାକୁ ଦାବୀ ହେଉଛି। ମନ୍ତ୍ରୀ ଦୋୟ ପ୍ରଭାବିତ ଟିକିରି ଝଡ଼ିଆ ସାହି, ଡୁଡୁକାବାହାଲ,ଉଶାପଡା ଓ ଅନ୍ୟ ପ୍ରଭାବିତ ଅଞ୍ଚଳ ବୁଲି ପିଡ଼ିତଙ୍କ ପରିବାରଙ୍କୁ ଭେଟି ସାନ୍ତ୍ୱନା ଦେଇ ସବୁ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ଏହି ପରିଦର୍ଶନ ଟିମରେ ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି,ଜିଲ୍ଲାପାଳ ସ୍ୱାଧ୍ୟାଦେଵ ସିଂ ଜିଲ୍ଲା ଚିକିତ୍ସାଧିକାରି ଲଲମୋହନ ରାଉତରାୟ ଓ ଅନ୍ୟ ଡାକ୍ତର ମାନେ ଯୋଗଦେଇ ପରିସ୍ଥିତି ପରଖି ଥିଲେ। ରିପୋର୍ଟ-ସହଦେଵ ସାହୁ

Recent Comments

Leave Comments

Top