କାଶିପୁର/ରାୟଗଡା/୨୨/୦୭/୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ହଇଜା ଘଟଣା ବ୍ୟାପୀବା ଘଟଣାରେ ଭିବ୍ରିଓ ଜୀବାଣୁ ଚିହ୍ନଟ ପରେ ଏବେ ଶିଗେଲା ଓ ଇ -କୋଲାଈ ଜୀବାଣୁ ଚିହ୍ନଟ ହୋଇଛି ,୨୪ଟି ଇ-କୋଲାଇ, ୮ଟି ଭିବ୍ରିଓ ନମୁନାରେ ଜୀବାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏବେ ମଧ୍ୟ ପ୍ରାୟ ୬୦ ଜଣ ଅକ୍ରାନ୍ତ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି ।ଅକ୍ରାନ୍ତଙ୍କୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଈ ଦିଆଜାଉଥିବା ବେଳେ ପରିମଳ ବ୍ୟବସ୍ଥା ଓ ସଚେତନା ହେଲେ ଅତି ଶୀଘ୍ର ସୁଧାର ଆସିପାରିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । (ରିପୋର୍ଟ-ସହଦେବ ସାହୁ )
Recent Comments