logo
add image
 ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ଓ ଜିଲ୍ଲାପାଳଙ୍କ କାଶୀପୁର ଡାଇରିଆ ପ୍ରଭାବିତ ଅଞ୍ଚଳ ଗ୍ରସ୍ଥ 

 ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ଓ ଜିଲ୍ଲାପାଳଙ୍କ କାଶୀପୁର ଡାଇରିଆ ପ୍ରଭାବିତ ଅଞ୍ଚଳ ଗ୍ରସ୍ଥ 


                   ସ୍ୱାସ୍ଥ୍ୟ ସେବା ସ୍ଥିତି ଅନୁଧ୍ୟାନ କରି ଫୁଟାପାଣି ପିଇବl ନିମନ୍ତେ ସଚେତନ କଲେ  
ରାୟଗଡା/୨୦/୦୭/୨୨/ (ଆଧାର ନ୍ୟୁଜ) ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ଟି.ଆପାଙ୍ଗ ରାଓ ଓ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବସିଂ ଆଜି କାଶିପୁର ବ୍ଲକ ଟିକିରି ଓ ଅନ୍ୟାନ୍ୟ ଡାଇରିଆ ପ୍ରଭାବିତ ଗ୍ରାମ ଗୁଡ଼ିକ ପୃଥକ ପୃଥକ ଭାବେ ଗ୍ରସ୍ଥ କରିଛନ୍ତି । ଜିଲ୍ଲା ପାଳ ପ୍ରଥମେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ କଥା ପଚାରୀ ବୁଝିଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ କିଚିତ୍ସା ନିମନ୍ତେ କଣ ସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ  ଚିକିତ୍ସା ଅଧିକାରୀ ଓ ଅନ୍ୟ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ ।କୌଣସି ରୋଗୀଙ୍କୁ ତଳେ ସୁଆଇବା ନିମନ୍ତେ ମନାକରିଥିଲେ ଓ ଆବଶ୍ୟକ ପପଡିଲେ ଉତ୍କଳ ହସ୍ପିଟାଲ ଉଶାପଡାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଧେଶ ଦେଇଥିଲେ l
 ଏହାପରେ ଜିଲ୍ଲାପାଳ ଡଙ୍ଗାସିଲ ପ୍ରାଥମିକ ସ୍ଵlସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରେ ଡାକ୍ତର ମାନଙ୍କ  ସହିତ ଆଲୋଚନା କରି ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ରହିବାକୁ କହିଥିଲେ l ସେଠାରେ ଫାର୍ମାସିଷ୍ଟ ନଥିବାରୁ ତୁରନ୍ତ ପୋଷ୍ଟିଂଗ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ସେଠାରୁ ମାଳିଝରଣ,କାକୁଡିପଦର ଗ୍ରାମକୁ ଯାଇ ସେଠାରେ ଗ୍ରାମବାସୀଙ୍କ ଆଲୋଚନା କରିଥିଲେ lଜଳ ବିଶୋଧନ ବ୍ୟବସ୍ଥା, ହେଲଜିନ ବଟିକା, ବିଳିଚିଙ୍ଗ ପାଉଡ଼ର ଦିଆଯାଇଥିବା ଘରେ ପଶି ଅନୁଧ୍ୟାନ କଲେ l ଗ୍ରାମବାସୀଙ୍କୁ  ଫୁଟାପାଣି ପିଇବା ନିମନ୍ତେ କହିଥିଲା l ତାପରେ କାଶୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ ଓ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ l
ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ମଧ୍ୟ ଗ୍ରସ୍ଥକରି ଟିକିର ସ୍ୱାସ୍ଥ୍ୟକେନ୍ଦ୍ର ଓ ଉଷା ପଡ଼lସ୍ଥିତ ଉତ୍କଳ ଆଲୁମିନା ହସ୍ପିଟାଲ ପରିଦର୍ଶନ କରି ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ଆଲୋଚନା କରିଥିଲେ। ସେଠାରୁ  ଦୁଡୁକାବାହାଲ ଗ୍ରାମକୁ  ଯାଇ ସ୍ଥିତ ଅନୁଧ୍ୟାନ କରିବା ସହିତ କୂଅ ଓ ନୂତନ ଗଭୀର କୂପ ଦେଖିଥିଲେ lସେଠାରୁ କାଶୀପୁର ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ. ଡାକ୍ତର ରୋଗୀମାନଙ୍କ ସହିତ ଆଲୋଚନା କରିଥିଲେ ଲ ଜିଲ୍ଲାପାଳ ଗ୍ରସ୍ଥବେଳେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଭି.ଏଲ.ଏନ ରାଜୁ, ବିଡିଓ କାଶିପୁର ଦେବାଶିଷ କର, ତହସିଲଦାର ଶରତ ଚନ୍ଦ୍ର ଶବର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରିପୋର୍ଟ-ସହଦେଵ ସାହୁ  

Recent Comments

Leave Comments

Top