ରାୟଗଡା/୧୯/୦୭/୨୨/ (ଆଧାର ନ୍ୟୁଜ) କୋରାପୁଟ , ରାୟଗଡା ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କ କଲେ ଆରଏମଆରସି ଟିମ ଲିଡର ଡା ବିଭୂତ ଭୂଷଣ ପାଲ । କିଛି ବର୍ଷର ନିରବତା ପରେ ପୁଣିଥରେ ରାୟଗଡା ଜିଲ୍ଲା କାଶିପୁର ବ୍ଲକକୁ ଫେରିଛି ହଇଜା । ଝାଡାବାନ୍ତି ଆକ୍ରାନ୍ତରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩୦ ରୁ ଉର୍ଦ୍ଧ ରୋଗୀ କାଶିପୁର ଗୋଷ୍ଠୀ କେନ୍ଦ୍ର, ଟିକିରି ପ୍ରାଥମିକ ଗୋଷ୍ଠୀ କେନ୍ଦ୍ର , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ଆଦିତ୍ୟ ବିର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି. ତନ୍ମଧ୍ୟରୁ୪୫ ଜଣ ସୁସ୍ଥହେଇ ଘରକୁ ଫେରିଛନ୍ତି । ବର୍ତମାନ ପରିସ୍ଥିତିରେ ଝାଡାବାନ୍ତି ସଂକ୍ରମଣ କେବଳ କାଶୀପୁର ନୁହଁ କାଶିପୁର ସୀମାନ୍ତକୁ ଲାଗି ରହିଥିବା କଳାହାଣ୍ଡି ଏବଂ କୋରାପୁଟ ପ୍ରତି ବିପଦ ସଂକେତ ଦେଇଛନ୍ତି ରିଜିଓନାଲ ମେଡିକାଲ ରିସର୍ଚ୍ଚସେଣ୍ଟର (ଆରଏମଆରସି) ର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ ।ଏଥିସହ ଆଜି ଏକ ସ୍ଵତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କାଶୀପୁରରେ ଚିହ୍ନଟ ହେଲା ଭାଇବେରିଆ କଲେରା । ୧୦ଜଣଙ୍କ ଠାରୁ ସଂଗୃହିତ ମଳ ନମୁନାମଧ୍ୟରୁ ୩ ଟିରେ ଭାଇବେରିଆ କଲେରା ଭୂତାଣୁ ଥିବା ଜଣାପଡିଛି । ଆଜି ରିପୋଟ ମିଳିବା ପରେ ସମ୍ପୃକ୍ତ ଆଞ୍ଚଳ ଦେଇ ବହି ଯାଉଥିବା ନଦୀ ,ନାଳ ,ପୋଖରୀ ,କୂଅ,ନଳକୂପ ସମେତ ପାନିୟ କିମ୍ବା ଦୈନନ୍ଦିନ ବ୍ୟବହାର ଜଳ ଉଛକୁ ବ୍ୟବହା କରିବା ପାଇଁ ବାରଣ କରିଛି ଜିଲ୍ଲା ପ୍ରଶାସନ । ଲୋକଙ୍କ ବ୍ୟବହାର ପାଇଁ ସମ୍ପୃକ୍ତ ଅଞ୍ଚଳରେ ପାଣି ଟେଙ୍କର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ସ୍ଵଧା ଦେବ ସିଂ । ତା ସାଙ୍ଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୯୪୩୭୪୪୮୭୪୭ ନମ୍ବର ହେଲପ ଡେସ୍କ ନମ୍ବର ଜାରି କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କାଶୀପୁରା ସମସ୍ତ ୭ ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଚିକିଛାର ବ୍ୟବସ୍ଥା କରାଯାଇଥିବା ବେଳେ ଉଷାପଡା ଉତ୍କଳ ହସ୍ପିଟାଲରେ ୫୦ ଶଯ୍ୟା ବିଶିଷ୍ଟ ସ୍ଵତନ୍ତ୍ର ୱାର୍ଡ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ପାଇଁ ମହଜୁଦ ଜଖା ଯାଇଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ କାଶୀପୁର ବ୍ଲକରେ ଗତ ୧୦ ଦିନ ଧରି ବ୍ୟାପିଥିବା ଝାଡାବାନ୍ତି ଏବେ ହଇଜାର ରୂପ ଧାରଣ କରିଛି । ଏଭଳିକି ଏହା ମହାମାରୀ ଆଡକୁ ଗତିକରୁଥିବା ଅନୁମାନ କରାଯାଉଛି । ଝାଡା ବାନ୍ତିର ପ୍ରକୃତ କାରଣ ଖୋଜିବାହାର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚସେଣ୍ଟର (ଆରଏମଆରସି) ର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ କାଶୀପୁର ଡାଇରିଆ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି । ତେବେ ଗତ ୧୪ ତାରିଖରେ ସଂଗୃହିତ ହୋଇଥିବା ୧୦ଜଣଙ୍କ ମଳ ଓ ଜଳ ନମୁନା ପରୀକ୍ଷା ପରେ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ଜଣାପଡିଛି । ଜିଲ୍ଲା ଜନସ୍ୱାସ୍ଥ୍ୟ ଲ୍ୟାବରେ ପରୀକ୍ଷା ପରେ ତିନି ଜଣଙ୍କ ଶରୀରରେ ହଇଜା ଜୀବାଣୁ ଚିହ୍ନଟ ହୋଇଛି । ଏହି ନମୁନା ଦୁଡୁକାବାହାଲ ଗ୍ରାମର ୩ଜଣ ଆକ୍ରାନ୍ତଙ୍କ ମଳ ଏବଂ ସେହି ଗ୍ରାମର ଜଳ ନମୁନାରୁ ଏହା ଚିହ୍ନଟ କରାଯାଇଥିବା ଜଣାପଡିଛି । କାଶୀପୁର ଅଞ୍ଚଳରେ ବ୍ୟାପୀଥିବା ଝାହାଡାବାନ୍ତିରେ କଲେରା ଜୀବାଣୁ ରହିଥିବା ଆଜି ସ୍ପଷ୍ଠ କରିଛନ୍ତି ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂ । ସେପଟେ ଆଜି ଆରଏମଆରସି ଟିମ୍ ମୁଖ୍ୟ ଡାକ୍ତର ବିଭୁତି ଭୂଷଣ ପାଳ ମଧ୍ୟ ଏହା କଲେରାର ପ୍ରଭାବବୋଲି ସ୍ଵଷ୍ଟ କରିଛନ୍ତି । ଡାକ୍ତର ପାଳଙ୍କ କହିବା କଥା ପୁର୍ବରୁ ମଧ୍ୟ ରାୟଗଡା ,କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାରେ ହଇଜା ବ୍ୟାପିଥିଲା ।ବର୍ତମାନ ପୁଣି ଠାରେ କଲେରା ଜୀବାଣୁ ଚିହ୍ନଟ ପରେ ଯଦି ବର୍ଷା ଲାଗିରହେ ତେବେ ରାୟଗଡା ,କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାପ୍ରତି ବିପଦ ସୃଷ୍ଟି କରିବ । ବିଶେଷ କରି କୋରାପୁଟ ଜିଲ୍ଲାର ଦଶମନ୍ତପୁର ଲକ୍ଷ୍ମୀପୁର ,ରାୟଗଡା ଜିଲ୍ଲାର କାଶୀପୁର ,କଲ୍ୟାଣସିଂପୁର ,କୋରାନରା ,ବିଷମକଟକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଅଞ୍ଚଳ ପ୍ରତି ବିପଦ ଥିବା ଡା. ପାଲ କହିଛନ୍ତି । ଆଜି ଆରଏମଆରସିର ଡାକ୍ତର ବିଭୁତି ଭୂଷଣ ପାଳଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ଟିକିରି, ଦୁଡୁକା ବାହାଲ, ମାଇକଞ୍ଚ, ଡଙ୍ଗାସିଲ ଓ କାଶୀପୁର ଯାଇ ପ୍ରଥମେ ଜଳ ଏବଂ ରୋଗୀଙ୍କ ଠାରୁ ମଳର ନମୁନା ସଂଗ୍ରହ କରିଥିଲେ । ବିଭିନ୍ନ ଜଳଉତ୍ସରୁ ନମୁନା ସଂଗ୍ରହକରି ପରୀକ୍ଷଣ ପାଇଁ ନେଇଥିଲେ । ନମୁନା ସଂଗ୍ରହ ପରେ ରାୟଗଡା ଆସି ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଏବଂ ଜିଲ୍ଲାପାଳଙ୍କ ସହିତ ବୈଠକ କରିଥିଲେ ଆରଏମଆରସି ଟିମ୍ । ଏଣେ ବିଭିନ୍ନ ମେଡିକାଲରେ ୭୩ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭, ଉଷାପଡା ଉତ୍କଳ ହସ୍ପିଟାଲରେ ୩୨, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨, ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୧ ଓ କୋରାପୁଟ ସ୍ଥିତ ଏସଏଲଏନ ମେଡିକାଲ କଲେଜରେ ଜଣେ ଚିକିତ୍ସିତ ହେଉଥିବା ଜଣାପଡିଛି । ସେହିଭଳି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବାଟିମ ଆଜି ପ୍ରାୟ ୩୦ ଜଣଙ୍କ ଚିକିତ୍ସା କରିଛନ୍ତି । ତେବେ ଗୋଟିଏ ପରେ ଗୋଟିଏ ଗାଁକୁ ଏହା ମାଡି ଚାଲିଛି । ତେଣୁ ସ୍ଥିତି ଗମ୍ଭୀର ହେଉଥିବା ଜଣାପଡିବାପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ କୋରାପୁଟରୁ ଆସି ଚିକିତ୍ସା ଚଳାଇଛନ୍ତି । ଏସଏଲଏନ ମେଡିକାଲ କଲେଜର ପ୍ରଫେସର ଏସ.ଏନ ନାଏକ ଓ ଡାକ୍ତର ପି.ସି .ପଣ୍ଡା ବିଭିନ୍ନ ମେଡିକାଲ କ୍ୟାମ୍ପ ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଏତଦ ବ୍ୟତିତ କେଉଁ ସମୟରେ କିପ୍ରକାର ଚିକିତ୍ସା କରାଯିବା ଆବଶ୍ୟକ ତାହା ମଧ୍ୟ ଅନ୍ୟ କନିଷ୍ଠ ଡାକ୍ତରଙ୍କୁ ପରାମର୍ଶ ଦେଉଛନ୍ତି । ଚିକିତ୍ସା ପଦ୍ଧତି ଓ ନିନ୍ତ୍ରଣ ପାଇଁ କେଉଁଔଷଧ ବ୍ୟବହାର କରାଯିବା ଆବଶ୍ୟକ ତାହା ସେମାନଙ୍କୁ ବୁଝାଇ ଥିଲେ । ତେବେ ହଇଜା ଜୀବାଣୁ ବାହାରିଥିବା ଜଣାପଡିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଝାଡାବାନ୍ତି ସମ୍ପୂର୍ଣ ନିୟନ୍ତ୍ରଣକୁ ଆସୁନଥିବା ଓ ହଇଜା କାରଣରୁ ସମଗ୍ର କାଶୀପୁର ବ୍ଲକରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟିହୋଇଛି । ଦୁଷିତ ଜଳହିଁ ଏହାର କାରଣ ବୋଲି ଆରଏମଆରସି ବିଶେଷଜ୍ଞ ଟିମ୍ କହିଛନ୍ତି । ପରୀକ୍ଷା ରିପର୍ଟରୁ ଯାହା ଜଣାପଡିଛି ସେଥିରେ ଜୀବାଣୁ ରହିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲାଲମୋହନ ରାଉତରାୟ କହିଛନ୍ତି । ତେବେ ତାହା କେଉଁ ପ୍ରକାର ଜୀବାଣୁ ତାହା ଆରଏମ ଆର ସି ଟିମ୍ ଅନୁସନ୍ଧାନ ପରେ ସ୍ପଷ୍ଟ ଜଣାପଡିବ ବୋଲି ସେ କହିଛନ୍ତି । ପ୍ରତ୍ୟକ୍ଷ ନହେଲେ ମଧ୍ୟ ପରୋକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ହଇଜା ହୋଇଥିବା ସ୍ୱିକାର କରିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କାରଣରୁ କାଶୀପୁରକୁ ପୁଣି ହଇଜା ଫେରିଲାକି ବୋଲି ଲୋକଙ୍କ ମନରେ ମଧ୍ୟ ପ୍ରଶ୍ନ ଯାତ ହୋଇଛି । ଅପରପକ୍ଷରେ ଆଜି ମଧ୍ୟ ସ୍ୱାସ୍ଥ୍ୟବିଭାଗ ଟିମ ଓ ଆନ୍ୟାନ୍ୟ ଅଧିକାରୀ ଲୋକଙ୍କୁ ସଚେତନ କରିବା ସହ ହାଲୋଜେନ ଟାବଲେଟ ପାଣିରେ ମିଶାଇ ସେବନ କରିବାକୁ କହୁଥିବା ନଜରକୁ ଆସିଛି । ନିୟମିତ ବ୍ୟବଧାନରେ ଓଆରଏସ ବଣ୍ଟନ ସହ ଔଷଧ ଗ୍ରହଣ କରିବାକୁ ଲୋକଙ୍କୁ କହିଥିଲେ । ଘଟଣାରୁ ପ୍ରକାଶ ଯେ, ଗତ କିଛିଦିନ ହେବ କାଶୀପୁର ବ୍ଲକରେ ଝାଡାବାନ୍ତି ବ୍ୟାପିବା ଧିରେ ଧିରେ ଆରମ୍ଭ ହୋଇଥିଲା । ତେବେ ଆରମ୍ଭରେ ଏହାକୁ ଗୁରୁତ୍ତ୍ୱ ଦିଆ ନଯିବା କାରଣରୁ ବର୍ତ୍ତମାନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଏହିବ୍ଲକର ସୁରୁଗୁଞ୍ଜା, ଟିକିରି, ରୁଆଲେପେଟା, ଖୁରିଗାଁ, ଅଣ୍ଡିରାକଞ୍ଚ, ପୋଡାପାଡି, ଗୋବରିଘାଟି, ଦୁଡୁକାବାହାଲ, ବଡମାରିଭଟା , ଜଲାକୁରା, ରାଉତଘାଟି, କାକୁଡିପଦର ଭଳି ଅନେକ ଗାଁରେ ଆଜି ମଧ୍ୟ ପ୍ରାୟ ୭୦ ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । (ରିପୋର୍ଟ-ସହଦେଵ ସାହୁ )
Recent Comments