ପାଇକମାଳ/ବରଗଡ଼/୧୮ /୦୭ /୨୨/(ଆଧାର ନ୍ୟୁଜ) ବରଗଡ ଜିଲ୍ଲା ପାଇକମାଳ ବ୍ଲକ ଜର୍ଜଗଡ଼ ଗ୍ରାମରେ ସୋମବାରପାଇକମାଳ ନିକଟସ୍ଥ ଜର୍ଜଗର୍ଡରେ ଆଜି ଦୁଇପହରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା, ସୂଚନା ଅନୁସାରେ ଯୋଗେନ୍ଦ୍ର ବରିହା (୨୨) ନାମକ ଜଣେ ଯୁବକର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ମୃତକର ଭେଣେଇ ଘରେ ଖପର ସଜାଡୁ ଥିବା ବେଳେ ଘରର ବିଦ୍ୟୁତ ତାରରୁ କରେଣ୍ଟ ଲାଗି ଯାଇଥିଲା । ଏହା ଦେଖି ଯୋଗେନ୍ଦ୍ର ଭେଣେଇ ସ୍ବପ୍ନ ମାଝୀକୁ ବଞ୍ଚାଇବା ପାଇଁ ଯାଇଥିବା ବେଳେ ନିଜେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛି । ପରିବାର ଓ ଆଖପାଖ ଲୋକେ ତୁରନ୍ତ ଉଭୟଙ୍କୁ ପାଇକମାଳ ଡାକ୍ତରଖାନାକୁ ନେଇଥିଲେ ହେଲେ ଯୋଗେନ୍ଦ୍ରକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ତାର ଭେଣେଇକୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦେଇଥିବା ଜଣା ପଡ଼ିଛି । ସୂଚନା ପାଇବା ପରେ ପାଇକମାଳ ଥାନା ଅଧିକାରୀ ବିଶ୍ଵଜିତ ମନବୋଧ ଡାକ୍ତରଖାନା ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି । ଅନ୍ୟପଟେ ଯୋଗେନ୍ଦ୍ର ଅଚାନକ ମୃତ୍ୟୁକୁ ଗ୍ରାମବାସୀ ମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ପାଇକମାଳ ଥାନାରେ କେଶ ନମ୍ବର ୧୫୨/୨୨ ରୁଜୁକରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଓ ବିଦ୍ୟୁତ ବିଭାଗ ଏସଡି ଓ ପୁରନ୍ଦର ସାହୁ ପ୍ରମୁଖ ସେହି ବିଦ୍ୟୁତ ତାରକୁ କାଟିଥିବା ଶ୍ରୀ ମନବୋଧ ସୂଚନା ପ୍ରଦାନ କରିଛନ୍ତି ହେଲେ ଗୋଟିଏ ମାସ ଭିତରେ ପାଇକମାଳ ଅଂଚଳରେ ବିଦୂତ କରେଣ୍ଟ ପାଇଁ ତିନି ଜଣଙ୍କ ମୃତ୍ୟୁ ଘଟିଛି I ପାଇକମାଳ ନିକଟସ୍ଥ ଲୌଡ଼ମାଳ ଠାରେ ଗୋଟିଏ ଛେଳି ଜଗାଲି, ପରେ ଅମରପାଲି ସ୍ଥିତ ସଂଜୁ ଅଗ୍ରୱାଲ ନାମକ ଜଣେ ମହିଳା ଏବଂ ଆଜି ଯୋଗେନ୍ଦ୍ର ବରିହାର ମୃତ୍ୟୁ ହୋଇଛି .
(ରିପୋର୍ଟ-ପାଇକମାଳରୁ ବିଦ୍ୟାଧର ସାହୁ )
Recent Comments