ଗୁଣୁପୁର/ରାୟଗଡା/୧୬ /୦୭ /୨୦୨୨/ (ଆଧାର ନ୍ୟୁଜ) ଆଜି ଗୁଣୁପୁରର ଥାୟର କେର ଲେବ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ପିନାକିଲ ହସ୍ପିଟାଲ, ବିଶାଖାପାଟଣା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l ପିନାକିଲ ହସ୍ପିଟାଲର ସୁନାମଧନ୍ୟ ଡାକ୍ତର ବିଶେଷଜ୍ଞ ମାନେ ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇ ରୋଗୀ ମାନଙ୍କର ଚିକିତ୍ସା କରିଥିଲେ l କ୍ଷାତି ସମ୍ପନ୍ନ ଡାକ୍ତର ମାନେ ଆସିଥିବାରୁ ପ୍ରବଳ ଭିଡ଼ ଜମିଥିଲା l ସମସ୍ତ ରୋଗୀ ମାଗଣା ଚିକିତ୍ସା ପାଇ ଖୁସି ହୋଇଥିଲା l ଡ଼. ଅନିଲ କୁମାର ନାଥ (ଅସ୍ତି ସମ୍ବନ୍ଧୀୟ ), ଡ଼. ଶ୍ରୀନିବାସ (ଭେଷଜ ବିଶେଷଜ୍ଞ ), ଡ଼. ଫନିନ୍ଦ୍ରା ନାଥ ରେଡି (ଛାତି ସମ୍ବନ୍ଧୀୟ ), ଡ଼. ଲକ୍ଷ୍ମଣ କୁମାର ( ଶିଶୁ ରୋଗ ବିଶେଷଜ୍ଞ ) ଓ ଡ଼. ଶ୍ରବଣ କୁମାର ଏହି ଶିବିରରେ ଯୋଗ ଦେଇ ରୋଗୀ ମାନଙ୍କୁ ମାଗଣା ସେବା ଚିକିତ୍ସା କରିଥିଲେ l ପିନାକିଲ ହସ୍ପିଟାଲ ର P. R. O ସୁନିତ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏଭଳି ମାଗଣା ସ୍ୱାସ୍ଥ୍ୟ ସେବାକୁ ସହରର ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଥିଲେ l (ରିପୋର୍ଟ-ନରସିଂହ ମହାନ୍ତି)
Recent Comments