ରାୟଗଡା/୧୬/୦୭/୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବସିଂ ଆଜି କାଶିପୁର ବ୍ଲକ ଟିକିରି ଡାଇରିଆ ପ୍ରଭାବିତ ଗ୍ରାମ ଗୁଡ଼ିକ ଗ୍ରସ୍ଥ କରିଛନ୍ତି । ପ୍ରଥମେ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ କଥା ପଚାରୀ ବୁଝିଥିଲେ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ କିଚିତ୍ସା ନିମନ୍ତେ କଣସବୁ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ । ରୋଗୀମାନଙ୍କୁ ନେବା ଆଣିବା ପାଇଁ ୩ଟି ଆମ୍ୱୁଲାନ୍ସ ସେବା ପାଇଁ ନିୟମିତ ଥିବା କଥା ଡାକ୍ତର ମାନେ କହିଲେ । ଜିଲ୍ଲାପାଳ ଆହୁରୀ ଗୋଟିଏ ଆମ୍ୱୁଲାନ୍ସ ରାୟଗଡାରୁ ଟିକିରି ପଠାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ । ଏହାପରେ ଜିଲ୍ଲାପାଳ ଡାଇରିଆ ସଂକ୍ରମିତ ଝୋଡିଆ ସାହି ବୁଲି ଦେଖି ଡାଇରିଆରେ ମୃତକ ପରିବାର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରୁ ଜିଲ୍ଲାପାଳ ଦୁଡୁକାବାହାଲ ଗ୍ରାମକୁ ଯାଇ ସେଠାରେ ମଧ୍ୟ ମୃତକ ପରିବାରକୁ ଭେଟି ଆଲୋଚନା କରିବା ସହିତ ପିଇବା ପାନି ପାଇଁ ବ୍ୟବହାର କରୁଥିବା କୂଅଁ ବୁଲି ଦେଖିଥିଲେ । ଗ୍ରାମରେ ସୌରଚାଳିତ ଡୁଆଲ ପମ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଗ୍ରାମୀଣ ଜଳ ଯୋଗାଣ ସଂସ୍ଥାର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦୁଇ ଦିନ ଭିତରେ କାର୍ଯ୍ୟକାରୀ ନହେଲେ ଜଣାଇବା ନିମନ୍ତେ ତୁଡୁକା ବାହାଲ ନାଏବ ସରପଞ୍ଚଙ୍କୁ କହିଥିଲେ । ସେମାନେ ବ୍ୟବହାର କରୁଥିବା ପିଇବା ପାଣିର ଉତ୍ସ ବୁଲି ଦେଖିଥିଲେ । ପ୍ରଭାବିତ ଗ୍ରାମରେ ତୁରନ୍ତ ସାନିଟାଇଜ (ବିଶୋଧନ) କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୃତକ ପରିବାରକୁ ରେଡକ୍ରସ୍ରୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ବ୍ୟବସ୍ଥା କରିବାକୁ ବିଡିଓ କାଶିପୁରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଉଷାପଡା ସ୍ଥିତ ଉତ୍କଳ ଆଲୁମିନା ମେଡିକାଲକୁ ଯାଇ ସେଠାକାର ଡାକ୍ତର ଓ ଉତ୍କଳ ଆଲୁମିନାର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ଆବଶ୍ୟକ ପଡିଲେ ଡାଇରିଆ ରୋଗୀଙ୍କୁ ଏଠାକୁ ଅଣାଯାଇ ଚିକିତ୍ସା କରାଯିବ ଓ ଏଥି ନିମନ୍ତେ ୩୦ ଗୋଟି ସ୍ୱତନ୍ତ୍ର ଶଯ୍ୟା ପ୍ରସ୍ତୁତ ରଖିବାକୁ କହିଥିଲେ ।ଜିଲ୍ଲାପାଳ ଗ୍ରସ୍ଥ ବେଳେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଲାଲ ମୋହନ ରାଉତରାୟ, ରାୟଗଡା ଉପ-ଜିଲ୍ଲାପାଳ, ଭୀମସେନ ଶବର, ବିଡିଓ କାଶିପୁର ଦେବାଶିଷ କର, ତହସିଲଦାର ଶରତ ଚନ୍ଦ୍ର ଶବର, ଡି.ପି.ଏମ୍ ରାଜେଶ ପଟ୍ଟନାୟକ, ଉପଖଣ୍ଡ ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଉତ୍କଳ ଆଲୁମିନାର ମୁଖ୍ୟ ମେଜର ବେଗ,ଲୋକ ସମ୍ପର୍କ ଅଧିକାରୀ ପିତାମ୍ୱର ବେହେରା, ଡା. ରାଜେନ୍ଦ୍ର ମଣ୍ଡଳ,ତନ୍ମୟ ମହାନ୍ତି,ନାଏବ ସରପଞ୍ଚ ଦୁଡୁକା ବାହାଲ, ଟିକିରି ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ । (ରିପୋର୍ଟ-ସହଦେଵ ସାହୁ )
Recent Comments