ରାୟଗଡ-୧୫/୦୭/୨୨ଲଗାଣ ବର୍ଷା ଯୋଗୁଁ ଜ୍ୱର ଓ ଝାଡା ବାନ୍ତି ରାୟଗଡ଼ରେ ଆତଙ୍କ ସର7ସୃଷ୍ଠି କରିଛି। ଜିଲ୍ଲାର କଲ୍ୟାଣପୁର ବ୍ଲକରେ ଜ୍ଵରର ଆତଙ୍କରେ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏବେ କାଶୀପୁର ବ୍ଲକର ଶିଳ୍ପାଞ୍ଚଳ ବୋଲାଉଥୁବା ଟିକିରି ଅଂଚଳରେ ଝାଡା ବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ୫ ଜଣ ମହିଳା ପୁରୁଷ ମୃତ୍ୟୁବରଣ କରିଥିବା ପ୍ରାଥମିକ ତଦନ୍ତରେ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି। ଏମାନେ ହେଲେ ଡୁଦୁକା ବାହଲ ଗ୍ରାମର ସବିତା ନାୟକ, ଟିକିରି ସଦରର କୋରାପୁଟିଆ ସାହିର ଧୋବା ମାଝୀ, ସରୋଜିନୀ ମାଝୀ, ଅଞ୍ଜ ମାଝୀ ଓ ରଜନୀ ମାଝୀ ବୋଲି ଡାକ୍ତରୀ ରିପୋର୍ଟ ରୁ ଜଣା0ପଡ଼ିଛି। ମୃତକଙ୍କ ସମ୍ପର୍କୀୟଙ୍କ କହିବା କଥା ଅନୁସାରେ ମାତ୍ର ୩ ୪ଟା ଝାଡ଼ା ହେଲାପରେ ରୋଗୀ ବହୁତ ଦୁର୍ବଳ ହେଇ ପଡୁଛନ୍ତି. ମେଡିକାଲ ନେଲା ବେଳକୁ ରୋଗୀ ଚେତା ରହୁନାହିଁ ବୋଲି ଜଣାଇଛନ୍ତି। ଏହି ଖବର ପାଇ ଜିଲ୍ଲା ଚିକିତ୍ସା ଅଧିକାରୀ ଲାଲ ମୋହନ ରାଉତରାୟ ଘଟଣାର ଅନୁଧ୍ୟାନ କରି ତୁରନ୍ତ ଏକ ଡାକ୍ତରୀ ଟିମ ପଠାଇ ଚିକିତ୍ସା ଆରମ୍ଭ କରିଛନ୍ତି। ଗତ କିଛିଦିନ ତଳେ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା କଥା ଖବରକାଗଜ ର ପୃଷ୍ଠା ମଣ୍ଡନ କରୁଥିଲା। ଏହି ଦୁଃଖଦ ଘଟଣା ଘଟିବାରୁ ଶ୍ରୀ ରାଉତ ରାୟ ଜଣେ ଜରୁରୀ କାଳୀନ ଡାକ୍ତର ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଡାକ୍ତରୀ ଟିମ ଅଂଚଳର ଘରେ ଘରେ ବୁଲି ସଚେତନତା କରାଇ ପାନୀୟ ଜଳ ଗରମ କରି ଘୋଡାଇ ରଖି ପିଇବାକୁ ପରାମର୍ଶ ଦେବା ସହ ଯଦି କିଛି ହୁଏ ତୁରନ୍ତ ଡାକ୍ତର ଖାନାକୁ ଯୋଗାଯୋଗ କରି ଚିକିତ୍ସା ହେବାକୁ ପରାମର୍ଶ ଦେଇଛନ୍ତି।ଡାକ୍ତରୀ ଟିମର ଅନୁସନ୍ଧାନରେ ଜଣା ପଡ଼ିଛି କି ଏକ ଖୋଲା କୂଅରୁ ପାଣି ପିବାରୁ ପାଣିର ଦୋଷରୁ ଏଭଳି ହେଉଛି ବୋଲି କହିଛନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଜିଲ୍ଲା ପ୍ରଶାସନ ବିଫଳ ହେଇଛି ବୋଲି କୋରାପୁଟ ସାଂସଦ ସପ୍ତଗିରୀ ଉଲକା ନିନ୍ଦା କରିଛନ୍ତି। ଲୋକମାନେ ଅଧିକ ଚିକିତ୍ସିତ ହେଉଥୁବାରୁ ଅଘଟଣାର ଆଶଙ୍କା ବଢିଥିବାରୁ ଲୋକମାନେ ଆତଙ୍କିତ ଅଛନ୍ତି କାରଣ ଆଗକୁ ବର୍ଷା ଋତୁ ଅସୁଥୁବାରୁ ପ୍ରଶାସନ ତତ୍ପର ହେଇ ପ୍ରତିଷେଧକ ପଦକ୍ଷେପ ନିଆ ନ ଗଲେ ବଡଧରଣର ବିପଦକୁ ଏଡାଇ ନ ଯାଇପାରେ । (ରିପୋର୍ଟ-ସହଦେଵ ସାହୁ)
Recent Comments