logo
add image
ଫୁଲବାଣୀରେ ଘରଭୁଶୁଡି ମା ଓ ଝିଅ ମୃତ, ବାପାପୁଅ ଗୁରୁତର

ଫୁଲବାଣୀରେ ଘରଭୁଶୁଡି ମା ଓ ଝିଅ ମୃତ, ବାପାପୁଅ ଗୁରୁତର

ଫୁଲବାଣୀ/ କନ୍ଧମାଳ/(ଆଧାର ନ୍ୟୁଜ) କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଲଗାଣ ବର୍ଷା ଯୋଗୁଁ କଚlଘର ଭୁଶୁଡ଼ି ଗୋଟଏ ପରିବାରର ଦୁଇ ଜଣଙ୍କ ମୃତ୍ଯୁ ଘଟିଥିବା ବେଳେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି l ଖବରରୁ ପ୍ରକାଶ ଯେ, ଫୁଲବାଣୀ ତ୍ରିଦେବ ନଗରରେ ଅପରାହ୍ନ ସମୟରେ ବ୍ରଜବନ୍ଧୁ ମାଝୀଙ୍କ ପରିବାର ଲୋକେ ଖାଉଥିବା ସମୟରେ ଲଗାଣ ବର୍ଷା ଯୋଗୁଁ ହଠାତ୍ ଘରକାନ୍ଥ ସବୁ ଭୁଷୁଡ଼ି ପଡିଥିଲା, ଫଳରେ ଘର କାନ୍ଥ ତଳେ ବାପା ମା ଓ ପୁଅ ଝିଅ ସମସ୍ତେ ଚାପି ହୋଇ ରହିଯାଇଥିଲେ l ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନିଟିକୁ ଖବର୍ ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଟିମ୍ ହ୍ୟୁମାନିଟି ସଦସ୍ୟ ପହଁଚି ପରିବାର ଲୋକଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତି କରିଥିଲେ l କିନ୍ତୁ ଡାକ୍ତର ମା ଓ ୫ ବର୍ଷର ଝିଅଙ୍କୁ ମୃତ ଘୋଷଣା କରିଥିଲେ l ମୃତ ମହିଳା ହେଲେ ସୁରତି ମାଝୀ ଓ ମୃତ ଝିଅ ସ୍ମିତା ରାଣୀ ମାଝୀ ବୋଲି ଜଣାପଡିଛି l

Recent Comments

Leave Comments

Top