ପାଇକମାଳ/ବରଗଡ/14/07/22(ଆଧାର ନ୍ୟୁଜ )ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛେଳିଆମାଲ ଗ୍ରାମର ଦିବ୍ୟାଙ୍ଗ ବବିତା ବାଗଙ୍କୁ ଆଜି ଗ୍ରାମବାସିଙ୍କ ଗହଣରେ ଏକ ହୁଇଲ ଚେଆର୍ ପ୍ରଦାନ କରାଯାଇଛି।ଗ୍ରମବାସିଙ୍କ ତରଫରୁ ଭୁବନେଶ୍ୱର କୁଲିତାସମାଜ କଲ୍ୟାଣ ସଙ୍ଗଠନକୁ କୁମାରୀ ବବିତା ବାଗ୍ ଙ୍କ ବିଷୟରେ ଅବଗତ କରାଯାଇଥିଲା। ଆଜି ସଙ୍ଗଠନ ତରଫରୁ ପ୍ରଦାନ କରାଯାଇଛି। ଏହି ସମୟରେ ଗ୍ରାମର ଶ୍ରୀ ଶାନ୍ତଲାଲ ପ୍ରଧାନ ,ପୁର୍ବତନ ସରପଞ୍ଚ ଶ୍ରୀମତୀ ସୁମତି ସାହୁ ,ଅହଲ୍ୟା ପ୍ରଧାନ ,ଶୈଳ ପ୍ରଧାନ ,ପିରବତି ସାହୁ ,ତ୍ରୀନାଥ ପ୍ରଧନ ,ଆରତି ବାଗ ଅନ୍ତ ବାଗ ଉପସ୍ଥିତ ରହି ଏହି ମହତ କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ ।ହୁଇଲ ଚେୟାର ପାଇ ବବିତା ବାଗ ନିଜର ଖୁସି ଜାହିର କରିଥିଲେ I ଶ୍ରୀମାନ ଟାଇଲ ଭୋଇ ଉକ୍ତ କାର୍ଯ୍ୟର ନେତୃତ୍ୱ ନେଇଥିଲେ I (ବିଦ୍ୟାଧର ସାହୁଙ୍କ ରିପୋର୍ଟ)
Recent Comments