ରାୟଗଡା/୧୧/୦୭/୨୦୨୨/ (ଆଧାର ନ୍ୟୁଜ) ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ବିଶ୍ୱ ଜନସଂଖ୍ୟା ସ୍ଥିରତା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡା ବରଦାକାନ୍ତ ମିଶ୍ର ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ସୁପରିଟେନଡେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଡା ପ୍ରଦୀପ୍ତ କୁମାର ସୁବୁଦ୍ଧି, ଶ୍ରୀ ଜେ ରାଜେଶ୍ୱର ରାଓ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ପରିବାର ନିୟୋଜନ ସଚେତନତା ରଥର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ୱ । ପ୍ରତିବର୍ଷ ଜୁଲାଇ ୧୧କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ । ପ୍ରତିବର୍ଷ ଭଳି ଚଳିତବର୍ଷ ବିଶ୍ୱ ଜନସଂଖ୍ୟା ପକ୍ଷ ଦୁଇଭାଗରେ ବିଭକ୍ତ କରାଯାଇଛି ଯଥା ୨୭ ଜୁନ ୧୦ ଜୁଲାଇ ସଚେତନତା ପକ୍ଷ ଏବଂ ୧୧ ଜୁଲାଇରୁ ୨୪ ଜୁଲାଇ ସ୍ଥିରତା ପକ୍ଷ । ଏହି ବର୍ଷର ବିଷୟବସ୍ତୁ ହେଉଛି “ପରିବାର ନିୟୋଜନକୁ ଆପଣାନ୍ତୁ, ଉନ୍ନତିର ନୂତନ ଅଧ୍ୟାୟ ଲେଖନ୍ତୁ ।”ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନ୍ଫରେନ୍ସ ହଲରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆଶାକର୍ମୀ ଏବଂ ନର୍ସିଙ୍ଗ ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଡା ବରଦାକାନ୍ତ ମିଶ୍ର ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ସୁପରିଟେନଡେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜନସଂଖ୍ୟା ଦିବସ ପାଳନର ମୂଳ ଉଦ୍ଦେଶ୍ୟ ବିଷୟରେ ବର୍ଣ୍ଣନା କରିବା ସହିତ ପରିବାର ସମୃଦ୍ଧ ହେବାପାଇଁ ପରିବାର ଯୋଜନା ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ, ଯାହା ରାଜ୍ୟ ତଥା ଦେଶର ସମୃଦ୍ଧତା । ସମସ୍ତ ଯୋଗ୍ୟ ଦମ୍ପିଙ୍କୁ ପରିବାର ନିୟୋଜନ ସେବା ପ୍ରଦାନ କରିବା ନିମନ୍ତେ ଗୁରୁତ୍ୱାରୋପ ଦେବା ସହିତ ଗୋଷ୍ଠୀସ୍ତରରେ ନିରନ୍ତର ପରିବାର କଲ୍ୟାଣ ସେବା ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେବା ବିଷୟରେ ପ୍ରଜନନ ଶିଶୁ ସ୍ୱାସ୍ଥ୍ୟର ଉପ ପରିଚାଳକ ଶ୍ରୀ ଭଗବାନ ମେହେର ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ପାନୁ କିଶାନ ଏବଂ ଶ୍ରୀ ମାଧବ ଚନ୍ଦ୍ର କିଲାକା ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ପରିବାର କଳ୍ୟାଣ ସେବା କ୍ଷେତ୍ରରେ ରାୟଗଡା ଜିଲ୍ଲାକୁ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ସମ୍ମାନିତ କରାଯାଇଛି । ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ସର୍ବାଧିକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ନିମନ୍ତେ ଡା ଶ୍ରବଣ କୁମାର ସାହୁକାରଙ୍କୁ ରାଜ୍ୟ ସ୍ତରରେ ଶ୍ରେଷ୍ଠ ପୁରଷ୍କାର ପ୍ରଦାନ କରାଯାଇଛି ।ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପ୍ରବାଇବା ପାଇଁ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ) ଶ୍ରୀ ସୁରେଶ ମହାକୁଡ ଏବଂ ଶ୍ରୀ ଜଗବନ୍ଧୁ ପାଳଙ୍କୁ ଯଥାକ୍ରମେ ଭାବେ ରାଜ୍ୟ ସ୍ତରରେ ପ୍ରଥମ ଏବଂ ଦ୍ୱିତୀୟ ପୁରଷ୍କାର ପ୍ରଦାନ କରାଯାଇଛି । (ରିପୋର୍ଟ-ସହଦେଵ ସାହୁ)
Recent Comments