ପୀରହାଟ/ ଭଦ୍ରକ/୩/୬/୨୦୨୨/ (ଆଧାର ନ୍ୟୁଜ) ତିହିଡ଼ି ବ୍ଲକ ଅଧୀନ ପୀରହାଟ ସ୍ଥିତ ବୈଷ୍ଣବାନନ୍ଦ ବିଦ୍ୟାପୀଠରେ ମଞ୍ଜୁଶ୍ରୀ ମହାନ୍ତି ଚାରିଟେବଲ ଟ୍ରଷ୍ଟ ଆୟୋଜନ,ଲାୟନ୍ସ କ୍ଲବ ଓ ପ୍ରଦେଶ ସେବା ସଂଗଠନ ସହଯୋଗିତାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପୀରହାଟ ଥାନା ଅଧିକାରୀ ଗୟାଧର ବେହେରା ଏହାକୁ ଉଦ୍ଘାଟନ କରିଥିବା ବେଳେ ଡାକ୍ତର ବିଚିତ୍ରା ନନ୍ଦ ମିଶ୍ର ମୁଖ୍ୟ ଅତିଥି, ଭଦ୍ରକ ଲାୟନ୍ସ କ୍ଲବର ସଭାପତି ଅଶୋକ କୁମାର ମହାନ୍ତି ଓ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ପାଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ଓ ଟ୍ରଷ୍ଟର ସଭ୍ୟ ବିଜୟ କେତନ ମହାନ୍ତି ସଂଯୋଜନା କରିଥିଲେ । ସଭା ପ୍ରାରମ୍ଭରେ ବିଦ୍ୟାଳୟ ପ୍ରତିଷ୍ଠାତା ବୈଷ୍ଣବାନନ୍ଦ ଓ ମଞ୍ଜୁଶ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଶିବିରେ କ୍ୟାନସର, ହୃଦରୋଗ, ଶଲ୍ୟ, ଭେଷଜ, ଦନ୍ତ ଓ ସାଧାରଣ ଚିକିତ୍ସା କ୍ଷେତ୍ରରେ ମୋଟ ୫୬୦ ରୋଗୀଙ୍କୁ ଚିକିତ୍ସା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଡାକ୍ତରମାନେ କଟକରୁ ଆସିଥିଲେ । ଟ୍ରଷ୍ଟ ତରଫରୁ ମ୍ୟାନେଜିଂ ଟ୍ରଷ୍ଟି ବିଜୟ କେତନ ମହାନ୍ତି, ଲାୟନ୍ସ କ୍ଲବର ପ୍ରକାଶ ଜେନା, ସରୋଜ ଦାସ, ନିରଞ୍ଜନ ଗୁପ୍ତା, ଶୁଭାନାଲ୍ଲା ଖାଁ, ପ୍ରିତିରଂଜନ ଦାସ, ଶରତ ମହାନ୍ତି ଓ ପ୍ରଦେଶ ସେବା ସଂଗଠନର ସଭାପତି ରଂଜନ ମିଶ୍ର, ଗୌତମ ମିଶ୍ର, ଆର୍ତ୍ତବଲ୍ଲଭ ବାରିକ, ସୁଶାନ୍ତ କୁମାର ପଣ୍ଡା, ପବିତ୍ର ବାରିକ, ଅକ୍ଷୟ ରଣା, ଲୋକନାଥ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ବିଦ୍ୟାଳୟ ପକ୍ଷରୁ ସୁରେନ୍ଦ୍ର କୁମାର ବଳ, ଅରୁଣ କୁମାର ମହାନ୍ତି, ଉମାକାନ୍ତ ଖଣ୍ଡେଇ, ଲୋକନାଥ ଆଚାର୍ଯ୍ୟ, ଶାନ୍ତନୁ ମହାନ୍ତି, ମଦନ ମୋହନ ବେହେରା, ବସନ୍ତ କୁମାର ନାୟକ, ଭଗବାନ ନାଥ, ପ୍ରମିଳା ପାଣିଗ୍ରାହୀ, ଯୁକ୍ତା ମିଶ୍ର ପ୍ରମୁଖ ସହଯୋଗ କରି ଶିବିରଟିକୁ ସଫଳ କରିଥିଲେ ।
Recent Comments