ସୁବର୍ଣ୍ଣପୁର/୦୩/୦୬/୨୨/ (ଆଧାର ନ୍ୟୁଜ) ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ତରଭା ମାରୱାଡି ଧର୍ମଶାଳା ଠାରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି l ମା ମାହେଶ୍ୱରୀ ସ୍ୱେଚ୍ଛାସେବୀ ସଂଗଠନ ସୁବର୍ଣ୍ଣପୁର ଜ଼ିଲ୍ଲା ଶାଖା ଓ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ମିଳିତ ସହଯୋଗରେ ଆୟୋଜିତ ଏହି ମାଗଣା ମେଗା ସ୍ୱାସ୍ଥ୍ୟ ଶିବିରକୁ ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଆମରେଶ ପଣ୍ଡା ଶ୍ରୀ ଜଗନ୍ନାଥଙ୍କ ଠାରେ ପୂଜା ଅର୍ପଣ ସହ ଶୁଭ ଉଦଘାଟନ କରି ମା ମାହେଶ୍ୱରୀ ସଂଗଠନ ଓ ବିକାଶ ହସ୍ପିଟାଲର ଏଭଳି ଆୟୋଜନ,ଉଦ୍ୟମ ଓ ମା ମାହେଶ୍ୱରୀର ସ୍ୱାସ୍ଥ୍ୟ, ପରିମଳ, ରକ୍ତଦାନ, ଓ କୋଭିଡ ସଙ୍କଟ ବେଳେ ଦୁସ୍ଥ ନିଃସହାୟ ଲୋକଙ୍କ ସେବା ଭଳି ସମସ୍ତ ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ l ଓ ଏଇ କ୍ୟାମ୍ପ ମାଧ୍ୟମରେ ଗରିବ ସାଧାରଣ ଲୋକେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଭଲ ଭାବେ ବୁଝିବା ସହିତ ତାର ଲାଭ ମଧ୍ୟ ଉଠାଇପାରିବେ ବୋଲି ମତ ରଖି ଆୟୋଜକ ଓ ଶିବିରକୁ ସହଯୋଗ କରିଥିବା ସମସ୍ତ ବୁଦ୍ଧିଜୀବୀ, ମିଡ଼ିଆ, ସ୍ୱେଚ୍ଛାସେବୀ ସଂଗଠନର ମଙ୍ଗଳ କାମନା କରିଥିଲେ l ସମ୍ମାନିତ ଅତିଥି ଭାବେ ସୋନପୁର ଉପ ଜ଼ିଲ୍ଲାପାଳ ଡ଼. ଈପସିତା ମିଶ୍ର, ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ,ଏନ ଏସିର ଅଧ୍ୟକ୍ଷl ବନ୍ଦିତା ନାଏକ, ଉପାଧ୍ୟକ୍ଷ ଗଗନ ଆଗ୍ରୱାଲା, ଅଧ୍ୟାପିକା ମିନତୀ ମିଶ୍ର ,ତରଭା ମେଡିକାଲ ଅଫିସର, ତହସିଲଦାର, ପ୍ରାକ୍ତନ ଅଧ୍ୟକ୍ଷ ଶୈଳେନ୍ଦ୍ର ସାହୁ, ବରିଷ୍ଠ ନାଗରିକ ହରିବନ୍ଧୁ ପାଣିଗ୍ରାହୀ, ଜୟ ପ୍ରକାଶ ସାହୁ, ଏନ ଏ ସି ଅଧିକାରୀ ସୂର୍ଯ୍ୟା ମଣି ଭୋଇ, ମାରୱାଡି ଯୁବା ମଞ୍ଚ ଅଧ୍ୟକ୍ଷ ପିୟୁଷ ଅଗ୍ରୱାଲl, ମାହେଶ୍ୱରୀ ସଂଗଠନ ସଭାପତି ଅଙ୍କୁଶ ପାଣ୍ଡିଆ, ଉପଦେଷ୍ଟା ବ୍ୟାସଦେବ ନନ୍ଦ, ଲୋଟଶ ଷଡ଼ଙ୍ଗୀ, ଦୀନେଶ ଶର୍ମା, ଡ଼. ଲଳିତ ସାହୁ, ମାହେଶ୍ୱରୀର ତରଭା ଶାଖା ସଭାପତି ପ୍ରଦୀପ ମେହେର, ଆକବର ଅଲ୍ଲୀ, ଯୋଗଦେଇ ଏଭଳି ଶିବିର ଓ ସେବା କାର୍ଯ୍ୟ କୁ ଆହୁରି ବ୍ୟାପକ କରିବାକୁ ଉତ୍ସାହିତ କରି ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶୁତି ଦେଇଥିଲେ l ବିକାଶ ମେଡିକାଲ ବରଗଡ଼ର ସମସ୍ତ ଅଭିଜ୍ଞ ଡାକ୍ତର ବିମୋୟ ଷଡ଼ଙ୍ଗୀ, ବୀରେନ୍ଦ୍ର ଗର୍ତିଆ, ରବି ଜେନ, ଶୋଭନ ହୋତା, ଅଭିନାଶ ନାଏକ, ଗୌତମ ଭି, ଓ ଡା, ରାଜେନ୍ଦ୍ର ଷଡ଼ଙ୍ଗୀ ୧୫୦୦ରୁ ଊର୍ଧ୍ୱ ରୋଗୀଙ୍କୁ ଚିକତ୍ସା ଓ ମାଗଣା ଔଷଧ ପ୍ରଦାନ କରିଥିଲେ l ମା ମାହେଶ୍ୱରୀ ସଂଗଠନର ଏହି ଆୟୋଜନରେ ବରଗଡ଼ ବିକାଶ ମେଡିକାଲ, ତରଭା ମେଡିକାଲ, ତରଭା ମାରୱାଡି ଯୁବା ମଞ୍ଚ, ଲାୟନ୍ସ କ୍ଲବ, ଓ ନାଗରିକ କମିଟି ସମେତ ସୁବର୍ଣ୍ଣପୁରର ସ୍ୱଚ୍ଛ ଭାରତ ସଂଗଠନ ସମସ୍ତ ସହଯୋଗ ଯୋଗାଇଥିଲେ l ଏହି ସ୍ୱାସ୍ଥ୍ୟ ମେଳା ଉପଲକ୍ଷେ ଆଜି ସ୍ୱଚ୍ଛ ଭାରତ ସଂଗଠନ ଓ ମାହେଶ୍ୱରୀ ଓ ତରଭାର ବିଭିନ୍ନ ସଂଗଠନର ମିଳିତ ସହଯୋଗରେ ଆୟୋଜିତ ଏକ ପଲିଥିନ ମୁକ୍ତ ସଚେତନତା କାର୍ଯ୍ୟକ୍ରମକୁ ଏସପି ଶ୍ରୀ ପଣ୍ଡା ଉଦଘାଟନ କରି ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ l
Recent Comments