ରେଢ଼ାଖୋଲ/ସମ୍ବଲପୁର/ (ଆଧାର ନ୍ୟୁଜ) ୨୮/୦୬/୨୨/ କିଶିଣ୍ଡା ଥାନାରେ ମୋ ସରକାର ୫ଟି ସେଲ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା lଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଏସ ଡି ପି ଓ ରେଢ଼ାଖୋଲ ପ୍ରଶାନ୍ତ କୁମାର ମେହେର ଉଦଘାଟନ କରିଥିବାବେଲେ ଆଇ ଆଇ ସି ପ୍ରଶାନ୍ତ ସାମଲ ଉପସ୍ଥିତ ଥିଲେ l ଏହି ଶିବିରରେ ସର୍ବମୋଟ ୮୨ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି l ଏହି ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର ଡାକ୍ତର ପ୍ରତୀକ ପ୍ରିୟବ୍ରତ, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ, ପାଇନୁ ଭୋଇ,ସ୍ମୃତି ପଟ୍ଟନାୟକ ଏବଂ ଜନକ ବେହେରା ପରିଚାଳନା କରିଥିଲେ । ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡା ଙ୍କ ସଂଯୋଜନା ରେ ଏହି ଶିବିର ଆୟୋଜନ କରାଯାଇଥିଲl । ଏହି ଶିବିରକୁ ପାଣିମରା ସରପଞ୍ଚ ଜଗନ୍ନାଥ ସାହୁ, ଗିରିଶ୍ଚନ୍ଦ୍ରପୂର୍ ସରପଞ୍ଚ ଶୁଭେନ୍ଦୁ ପ୍ରଧାନ, କିସୀନ୍ଦା ଥାନା ର ସମସ୍ତ କର୍ମଚାରୀ,ସ୍ଵାଧୀନ ପ୍ରଧାନ ଏବଂ ସ୍ଥାନୀୟ ଲୋକ ସହଯୋଗ କରିଥିଲେ l ଏସ ଡି ପି ଓ ପ୍ରଶାନ୍ତ ମେହେର ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବୀରେନ ପ୍ରଧାନ ,ଶଙ୍କର ନାୟକ,ଅକ୍ଷୟ ନାୟକ ,ଅତୁଲ୍ୟ ରାଉଳ, ପ୍ରମୋଦ ମାଝୀ ଏବଂ ନେତ୍ରାନନ୍ଦ ରାଉଳ ଶିବିରରେ ସହଯୋଗ କରିଥିଲେ lରକ୍ତ ଅଭାବ ରେ କାହାରି ଜୀବନ ନ ଯାଉ ଏହା ହିଁ ସମ୍ବଲପୁର ପୋଲିସ ର ଉଦେଶ୍ୟ ।ପୋଲିସ ର ଏହି ଶିବିରକୁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି l ଶେଷରେ ସମସ୍ତ ରକ୍ତଦାତା ଏବଂ ସହଯୋଗୀ ମାନଙ୍କୁ ଆଇ ଆଇ ସି ପ୍ରଶାନ୍ତ ସାମଲ ଧନ୍ୟବାଦ୍ ଜଣାଇଛନ୍ତି l
Recent Comments