logo
add image
ନବରଙ୍ଗପୁର ରେ ଆନ୍ତର୍ଜାତୀୟ ୟୋଗ ଦିବସ ପାଳିତ। 

ନବରଙ୍ଗପୁର ରେ ଆନ୍ତର୍ଜାତୀୟ ୟୋଗ ଦିବସ ପାଳିତ। 

ନବରଙ୍ଗପୁର/ (ଆଧାର ନ୍ୟୁଜ  ) ନବରଙ୍ଗପୁରରେ ଆନ୍ତର୍ଜାତୀୟ ୟୋଗ ଦିବସ ପାଳିତ ହୋଇଯାଇଛି। ଲାୟନ୍ କ୍ଲବ,ନେହେରୁ ଯୁବ କେନ୍ଦ୍ର ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ପରିସ୍ଥିତିରେ ବ୍ୟସ୍ତ ବହୁଳ ଜୀବନରେ ୟୋଗ ମାଧ୍ୟମରେ କିପରି ବିଭିନ୍ନ ରୋଗରୁ ମୁକ୍ତି ପାଇବା ଏବଂ ନିଜକୁ ସୁସ୍ଥ ଓ ଫିଟ୍ ରଖିବା ସେ ସମ୍ପର୍କରେ ୟୋଗାଶିକ୍ଷା ସହିତ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗଦେଇ ଆନ୍ତର୍ଜାତୀୟ ୟୋଗା  ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ସୁସ୍ଥ ଏବଂ ନିରୋଗ ଶରୀର ପାଇଁ ସମସ୍ତଙ୍କର ଦୈନି ଦିନ ଜୀବନରେ ୟୋଗା ଅଭ୍ୟାସ ରଖିବାର ଜରୁରୀ ଓ ଆବଶ୍ୟକତା ବିଷୟରେ ଗୁରୁତ୍ଵ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇ ତ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ତହସିଲଦାର ନବରଙ୍ଗପୁର ରବୀନ୍ଦ୍ର କୁମାର ରାଉତ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ଯୁବ ଅଧିକାରୀ ନେହେରୁ ଯୁବ କେନ୍ଦ୍ର, ବି.ରମେଶ, ଲାୟନ୍ କ୍ଲବ ର ସଭାପତି, ଜଗନ୍ନାଥ୍ ମହାପାତ୍ର, ଅଧ୍ୟକ୍ଷ ନବରଙ୍ଗପୁର ମହାବିଦ୍ୟାଳୟ ଭାସ୍କର ନାଥ ବିଶ୍ଵାଳ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗ ଦିଲିପ୍ କୁମାରଙ୍କ ଦାସ, ଲାଇ ଅନ୍ କ୍ଲବ ର ସମ୍ପାଦକ ଭୁବନେଶ୍ୱର ସୌରା, ଲାୟନ୍ କ୍ଲବ ର ପ୍ରତିଷ୍ଠାତା ସଭ୍ୟ ଡକ୍ଟର କେ. ଡି. ପଟନାୟକ,ପ୍ରଜେକ୍ଟ ପଏଣ୍ଟର ସମ୍ପାଦକ, ବଳରାମ ବେହେରା,ପ୍ରମୁଖ ଯୋଗଦେଇ ଆନ୍ତର୍ଜାତୀୟ ୟୋଗା ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ପାନ୍ତାଞ୍ଜଳି ର ସୁଷମା ଜୈନ୍ ୟୋଗା ଶିକ୍ଷା ଦେଇଥିଲେ ଏବଂ ଏହାର ଆବଶ୍ୟକତା ର ଗୁରୁତ୍ଵ ବିଷୟରେ ବୁଝାଇଥିଲେ।ଏଥିରେ ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ, ପ୍ରଜେକ୍ଟ୍ ପଏଣ୍ଟ, ନେହେରୁ ଯୁବ କେନ୍ଦ୍ର, ଲୟନ୍ କ୍ଲବ ର ସଦସ୍ୟ ସଦସ୍ୟା, ସ୍ଵଛା ସେବୀ ପ୍ରମୁଖ ଯୋଗଦେଇ ଥିଲେ। ଏହିସବୁ କାର୍ଯ୍ୟକ୍ରମକୁ ନିର୍ଦ୍ଦେଶକ ପ୍ରୋଜେକ୍ଟ ପଏଣ୍ଟ ସଂଗ୍ରାମ କେଶରୀ ସାମନ୍ତରାୟ ପରିଚାଳନା କରିଥିଲାବେଳେ ଶେଷରେ ମହିଳା ମହାବିଦ୍ୟାଳୟ ନବରଙ୍ଗପୁର ର ଅଧ୍ୟାପିକା ଡକ୍ଟର ସଂଯୁକ୍ତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। (ରିପୋର୍ଟ-ଶେଫାଳି ପାଟନାଏକ)

Recent Comments

Leave Comments

Top