ପିପିଲି/ପୁରୀ/୨୨/୬/୨୨/ (ଆଧାର ନ୍ୟୁଜ) (ନି. ପ୍ର )ପୁରୀ ଜିଲ୍ଲା ମଙ୍ଗଳପୁର ସି ଏଚ ସି ଡାକ୍ତର ଖାନରେ ନିଯୁକ୍ତି ଥିବା ଜଣେ ମହିଳା ନର୍ସିଙ୍ଗ ଅଫିସର ନିଜର ଡ଼ିଉଟି ଖିଲାପ କରିଥିବା ନେଇ ପୁରୀ ଜିଲ୍ଲାମୁଖ୍ୟ ଚିକିଛା ଅଧିକାରିଣୀ ସରକାରୀ ସ୍ତରରେ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ବୁଧବାର ଦିନ ଆମ୍ଭ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି.ଆଉମଧ୍ୟ କହିଛନ୍ତି ଏନ ଓଙ୍କ କାରଣ ଦର୍ଶାଇବା ଉତ୍ତର ମିଳିବା ପରେ ତାଙ୍କବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ. ତେଣୁ ଆଗକୁ ରଥଯାତ୍ରା ଥିବାରୁ ପଦକ୍ଷେପ ନେଇ ପାରୁନୁ ରଥପରେ ପଦକ୍ଷେପ ନିଆଯିବ. ଯାହାକି ଏହି ଘଟଣା ବିଳମ୍ବକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଲାଣି.ଏହି ଘଟଣା ଆଗାମୀ ୮ ଦିନ ମଧ୍ୟରେ ଏନଓଙ୍କୁ ବଦଳି କରାନଗଲେ ମଙ୍ଗଳପୁର ମେଡିକାଲ ଠାରେ ଜନସାଧାରଣ ତରଫରୁ ଧାରଣା ଦିଆଯିବାର ଆଶଙ୍କା ରହିଅଛି.ସୂଚନା ଅନୁଯାଇ ସରକାର ଜନସାଧାରଣ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ସାଥୀକୁ ରୋଗୀଙ୍କୁ ସେବା ଯୋଗାଇ ଦେବା ଲାଗି ଦିଡିମ୍ବ ପିଟୁ ଥିବା ବେଳେ ଏଥି ପ୍ରତି କେତେକ ସ୍ୱାସ୍ଥ୍ୟ ସେବା ଇନିଂଚାର୍ଜ ମାନେ ଉଲଂଘନ କରୁଥିବା ଜାଣିବାକୁ ମିଳିଛି. ଏହାର ସୁଯୋଗ ନେଇ ମଧ୍ୟ ତଳିଆ କର୍ମଚାରୀ ମାନେ ଦୈନିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହାଜିରା ପକାଇ ତାଙ୍କ ନିଜସ୍ୱ କାର୍ଯ୍ୟରେ ରହୁଥିବାରୁ ସେହି ସ୍ଥାନରେ ସିକ୍ୟୁରିଟି ମାନେ ହାତରେ ସିରିଞ୍ଜି. ସାଲାଇନ ଲଗାଉଥିବା ଭଳି ନଜର ଆସିଛି. ଏଭଳି ସମସ୍ୟା ଦେଖିବାକୁ ମିଳିଛି ଖୋଦ ଭୁବନେଶ୍ୱର ଉପକଣ୍ଠ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ. ସୂଚନା ଅନୁଯାଇ ରବିବାର ଦିନ ସଂଧ୍ୟା ସମୟରେ ଜଣେ ମହିଳାଙ୍କୁ ସାପ କାମୁଡି ଥିବା ବେଳେ ଅନ୍ୟ ଜଣେ ମହିଳା ଅଜଣା ରୋଗରେ ପୀଡିତ ଥିଲେ. ସେମାନଙ୍କର ପରିବାର ଲୋକ ମଙ୍ଗଳପୁର ଡାକ୍ତର ଖାନାକୁ ଆଣିଥିବା ବେଳେ ଡାକ୍ତର ଖାନରେ ନିଯୁକ୍ତି ଥିବା ନର୍ସ ମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁପସ୍ଥିତ ଥିଲେ.(ରିପୋର୍ଟ-ଦିବାକର ପ୍ରଧାନ)
Recent Comments