logo
add image
ବିଭିନ୍ନଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟଯୋଗ ଦିବସ ପାଳିତ 

ବିଭିନ୍ନଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟଯୋଗ ଦିବସ ପାଳିତ 

ବୌଦ୍ଧ/୨୧/୦୬/୨୦୨୨/ (ଆଧାର ନ୍ୟୁଜ)  ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ  ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ଏକ ଯୋଗଶିକ୍ଷା ଏବଂ ଧ୍ୟାନ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହାକୁ ଜିଲ୍ଲା ଓ ଦୌରା ଜର୍ଜ ବିକ୍ରମ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ l ଏହି ଯୋଗ ଶିବିରରେ ପରିବାର ଅଦାଲତ ବିଚାରପତି,ବୌଦ୍ଧ ପ୍ରସନ୍ନ କୁମାର କର୍ଣ୍ଣ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ,ଆନନ୍ଦ ନାରାୟଣ ମହାରଣା, ମୁଖ୍ୟ ଦଣ୍ଡାଧୀସ ଅଧିକାରୀ,ହୃଷିକେଶ ଆଚାର୍ଯ୍ୟ, ରେଜିଷ୍ଟ୍ରର ଦେୱାନୀ ଅଦାଲତ,ଶ୍ରୀମତୀ ସୁଚିତ୍ରା ପରମଗୁରୁ,ସଚିବ,ଜିଲ୍ଲା ଆଇନସେବା ପ୍ରାଧିକରଣ, ଚରଣଜିତ ଓରାମ ଏବଂ ଜିଲ୍ଲା ଓକିଲସଂଘ ସଭାପତି ତାରିଣୀ ମହାପାତ୍ର ଆଦି ଉପସ୍ଥିତ ରହି ଏହି ଶିବିରରେ ଭାଗ ନେଇଥିଲେ l ଏହି ଯୋଗ ଶିବିରରେ ଯୋଗ ଶିକ୍ଷକ  ହୃଷିକେଶ ପ୍ରଧାନ ମୁଖ୍ୟ ପ୍ରଶିକ୍ଷକ ଏବଂ ଚନ୍ଦ୍ରକାନ୍ତ ନାୟକ ସହାୟକ ଭାବରେ ଯୋଗ ଦେଇଥିଲେ l ଯୋଗ ଗୁରୁ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଯୋଗ ଅଭ୍ୟାସ କରାଇବା ସହ ଆମ ଦୈନନ୍ଦିନ ଜୀବନରେ ଏହାର ମହତ୍ୱ ଉପରେ ବିସ୍ତାର ଭାବରେ ବୁଝାଇଥିଲେ l ଏହାଛଡା  ଶାରୀରିକ ଏବଂ ମାନସିକ ସ୍ତରରେ ଯୋଗ ଅଭ୍ୟାସ ଦ୍ୱାରା କିପରି ସୁସ୍ଥ ଏବଂ ସବଳ ରହିପରିବା ତାହା ଉପରେ ମଧ୍ୟ ଆଲୋକପାତ କରିଥିଲେ l ଏଥିରେ କୋର୍ଟର କର୍ମଚାରୀଗଣ ବହୁ ପରିମାଣରେ ଭାଗନେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ l ସେହିପରି  ହୃଷିକେଶ ପ୍ରଧାନ, ଯୋଗଗୁରୁ ଓ ସହଯୋଗୀ  ଚନ୍ଦ୍ରକାନ୍ତ ନାୟକ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ସମସ୍ତ  ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗ ପ୍ରଶିକ୍ଷଣ ଦେଇଥିଲେ l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା ଯୋଗ ଦେଇ  ସମସ୍ତଙ୍କୁ ପ୍ରତିଦିନ ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ l ଆମ ଶରୀର ପାଇଁ ଯୋଗ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ l ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଶୁକୃ ସ୍ୱାଇଁ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା କ୍ରୀଡା ଅଧିକାରୀ  ପବିତ୍ର ମୋହନ  ରାଉତ, ସହକାରୀ ଜ଼ିଲ୍ଲାପାଳ ବିରଞ୍ଚି ଧରୁଆ, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ  ସରସୀ ପଣ୍ଡା, ମିଶନ ଶକ୍ତି ଡ଼ି. ପି. ସି. ଦେବଦୁତ ମିଶ୍ର, ଏବଂ ସମସ୍ତ ଅଧିକାରୀ, ସମସ୍ତ ସେକ୍ସନ ଅଫିସର, ସମସ୍ତ ବରିଷ୍ଠ ସହାୟକ, ସମସ୍ତ କନିଷ୍ଟ ସହାୟକ, କାର୍ଯ୍ୟାଳୟ ର ସମସ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯୋଗ ଦେଇ ଯୋଗ ଗୁରୁ ଙ୍କ ଠାରୁ  ଯୋଗ ଶିକ୍ଷା କରିଥିଲେ .  (ରିପୋର୍ଟ-ଧବଳେଶ୍ଵର ମହାପାତ୍ର)
                                 

Recent Comments

Leave Comments

Top