logo
add image
 ଯୋଗ ଓ ପ୍ରାଣାୟାମ ଶାରୀରିକ ଓ ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ -ଜିଲ୍ଲାପାଳ 

 ଯୋଗ ଓ ପ୍ରାଣାୟାମ ଶାରୀରିକ ଓ ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ -ଜିଲ୍ଲାପାଳ 

ସୁବର୍ଣ୍ଣପୁର/୨୧/0୬/୨୨/ (ଆଧାର ନ୍ୟୁଜ) ସୁବର୍ଣ୍ଣପୁର ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ  ଯୋଗଦିବସ ପାଳିତ ହୋଇଯାଇଛି l ସନ୍ଥ  ଭୀମଭୋଇ ସେବାଶ୍ରମ ଓ ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଆୟୋଜିତ ଜ଼ିଲ୍ଲା ପ୍ରଶାସନର ଏହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିୟମିତ ଯୋଗାଭ୍ୟାସ ଓ ପ୍ରାଣାୟାମ ପ୍ରତ୍ୟେକଙ୍କ ଶାରୀରିକ ଓ ମାନସିକ ସ୍ତରରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି l ଶିବିରରେ ଜିଲ୍ଲାପାଳ ନିଜେ ଯୋଗାଭ୍ୟାସ କରି ଆମେ ସମସ୍ତେ ଶରୀରକୁ ଫିଟନେସ ରଖିବା ସହିତ ଆମ ମନକୁ ପ୍ରଥମେ ସ୍ଥିର ରଖିବାକୁ ପଡିବ, ଆଉ ସେଥିପାଇଁ ଆମକୁ ନିୟମିତ ଭାବେ କିଛି ସମୟ ଯୋଗାଭ୍ୟାସ କରିବାକୁ ହେବ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ ,ସହରର ବୁଦ୍ଧିଜୀବୀ, ସରକାରୀ କର୍ମଚାରୀ ଓ  ବିଭିନ୍ନ  ଯୋଗ ସଂଗଠନ,ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇ କହିଥିଲେ l ସନ୍ଥ  ଭୀମଭୋଇ ଟ୍ରଷ୍ଟ  ଓ ଯୋଗ ମହୋତ୍ସବ୍ ସମିତି  ଓ  ଯୋଗାଳୟର  ରଶ୍ମି ରଞ୍ଜନ ଦାଶ, ଜୟଦ୍ରଥ ଜଗଦଲା, ସଞ୍ଜୟ ମହାପାତ୍ର, ହରିହର ଶତପଥୀ, ମନୋଜ ପଣ୍ଡା, ନିରଞ୍ଜନ ତ୍ରିପାଠୀ, କାନ୍ହୁ ଚରଣ ସାହୁ, ପ୍ରମୁଖଙ୍କ ସମେତ  ସ୍ବଛଭାରତ ସଂଗଠନ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପତଞ୍ଜଳି ଯୁବା ଭାରତ,  ସୋନପୁର କଲେଜ ଏନସିସି  ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲା ଓ କ୍ୟାଡେଟ, ଓ ଦୟାନନ୍ଦ ସ୍କୁଲ କର୍ମକର୍ତ୍ତା ସହଯୋଗ କରିଥିଲେ l ଆର ଏସ ଏସ ର କର୍ମକର୍ତ୍ତାଙ୍କ ତତ୍ୱାବଧାନ ରେ  ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ l ଆର ଏସ ଏସର ବିଭାଗ ବୌଦ୍ଧିକ ପ୍ରମୁଖ ତଥା ଯୋଗ ପ୍ରଶିକ୍ଷକ ଡକ୍ଟର ଦୀଲ୍ଲିପ ତ୍ରୀପାଠୀଙ୍କ ଯୋଗମୁଦ୍ରାର ତାଳେ ତାଳେ ସଭିଏଁ ଯୋଗାସନ ଓ ପ୍ରାଣାୟାମ ପ୍ରଦର୍ଶନ କରିଥିଲେ  । ତେବେ ଦିନକୁ ଦିନ ଯୋଗର ପରିସର ବ୍ୟାପକ ହେଉଥିବା ବେଳେ ଆଜି ସହରରେ ଶ୍ରୀ ଗୋପାଳଜୀ ଯୋଗାଳୟ ,ଜିଲ୍ଲା ଫୌଜଦାରୀ ଓ ଦେୱାନୀ ଅଦାଲତ ,ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ,ବାଲାଜୀ ମନ୍ଦିର ପରିସର ଓ ରାମଜୀ ମନ୍ଦିର ପରିସର ସମେତ ବିଭିନ୍ନ ବିଦ୍ୟାଳୟରେ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଯୋଗ ଦିବସକୁ ବେଶ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଇଛି  l ନିଜକୁ ସୁସ୍ଥ ରଖିବାକୁ ପ୍ରତ୍ୟହ ଯୋଗାସନ କରିବା ପାଇଁ ସୁବର୍ଣ୍ଣପୁର ପି -ଡି ଡି -ଆର ଡି ଏ  ନିହାର ରଞ୍ଜନ କଅଁର , ଓ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ପ୍ରମୁଖ ମଂଚାସୀନ ଅତିଥି ନିଜ ନିଜସ୍ୱ ମତ ରଖିଥିଲେ l କାର୍ଯ୍ୟକ୍ରମକୁ ଗ୍ରନ୍ଥlଗାରିକ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିଲେ l                         (ରିପୋର୍ଟ-ଯୁଧିଷ୍ଠିର ସାହୁ )

Recent Comments

Leave Comments

Top