logo
add image
ନବରଙ୍ଗପୁର ରେ ଆନ୍ତର୍ଜାତୀୟ ୟୋଗଦିବସ ପାଳିତ। 

ନବରଙ୍ଗପୁର ରେ ଆନ୍ତର୍ଜାତୀୟ ୟୋଗଦିବସ ପାଳିତ। 

ନବରଙ୍ଗପୁର/ (ଆଧାର ନ୍ୟୁଜ  ) ନବରଙ୍ଗପୁରରେ ଆନ୍ତର୍ଜାତୀୟ ୟୋଗା ଦିବସ ପାଳିତ ହୋଇଯାଇଛି। ଲାୟନ୍ କ୍ଲବ, ନେହେରୁ ଯୁବ କେନ୍ଦ୍ର ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ପରିସ୍ଥିତିରେ ବ୍ୟସ୍ତବହୁଳ ଜୀବନରେ ୟୋଗା ମାଧ୍ୟମରେ କିପରି ବିଭିନ୍ନ ରୋଗରୁ ମୁକ୍ତିପାଇବା ଏବଂ ନିଜକୁ ସୁସ୍ଥ ଓ ଫିଟ୍ ରଖିବା ସେ ସମ୍ପର୍କରେ ୟୋଗା ଶିକ୍ଷା ସହିତ ପରାମର୍ଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗଦେଇ ଆନ୍ତର୍ଜାତୀୟ ୟୋଗାଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ସୁସ୍ଥ ଏବଂ ନିରୋଗ ଶରୀର ପାଇଁ ସମସ୍ତଙ୍କର ଦୈନି ଦିନ ଜୀବନରେ ୟୋଗା ଅଭ୍ୟାସ ରଖିବାର ଜରୁରୀ ଓ ଆବଶ୍ୟକତା ବିଷୟରେ ଗୁରୁତ୍ଵ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇ ତ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ତହସିଲଦାର ନବରଙ୍ଗପୁର ରବୀନ୍ଦ୍ର କୁମାର ରାଉତ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ଯୁବ ଅଧିକାରୀ ନେହେରୁ ଯୁବ କେନ୍ଦ୍ର, ବି.ରମେଶ, ଲାୟନ୍ କ୍ଲବ ର ସଭାପତି, ଜଗନ୍ନାଥ୍ ମହାପାତ୍ର, ଅଧ୍ୟକ୍ଷ ନବରଙ୍ଗପୁର ମହାବିଦ୍ୟାଳୟ ଭାସ୍କର ନାଥ ବିଶ୍ଵାଳ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗ ଦିଲିପ୍ କୁମାରଙ୍କ ଦାସ, ଲାଇ ଅନ୍ କ୍ଲବ ର ସମ୍ପାଦକ ଭୁବନେଶ୍ୱର ସୌରା, ଲାୟନ୍ କ୍ଲବ ର ପ୍ରତିଷ୍ଠାତା ସଭ୍ୟ ଡକ୍ଟର କେ. ଡି. ପଟନାୟକ,ପ୍ରଜେକ୍ଟ ପଏଣ୍ଟ ର ସମ୍ପାଦକ, ବଳରାମ ବେହେରା,ପ୍ରମୁଖ ଯୋଗଦେଇ ଆନ୍ତର୍ଜାତୀୟ ୟୋଗା ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ପାନ୍ତାଞ୍ଜଳି ର ସୁଷମା ଜୈନ୍ ୟୋଗା ଶିକ୍ଷା ଦେଇଥିଲେ ଏବଂ ଏହାର ଆବଶ୍ୟକତା ର ଗୁରୁତ୍ଵ ବିଷୟରେ ବୁଝାଇଥିଲେ।ଏଥିରେ ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ, ପ୍ରଜେକ୍ଟ୍ ପଏଣ୍ଟ, ନେହେରୁ ଯୁବ କେନ୍ଦ୍ର, ଲୟନ୍ କ୍ଲବ ର ସଦସ୍ୟ ସଦସ୍ୟା, ସ୍ଵଛା ସେବୀ ପ୍ରମୁଖ ଯୋଗଦେଇ ଥିଲେ। ଏହିସବୁ କାର୍ଯ୍ୟକ୍ରମ କୁ ନିର୍ଦ୍ଦେଶକ ପ୍ରୋଜେକ୍ଟ ପଏଣ୍ଟ ସଂଗ୍ରାମ କେଶରୀ ସାମନ୍ତରାୟ ପରିଚାଳନା କରିଥିଲାବେଳେ ଶେଷରେ ମହିଳା ମହାବିଦ୍ୟାଳୟ ନବରଙ୍ଗପୁର ର ଅଧ୍ୟାପିକା ଡକ୍ଟର ସଂଯୁକ୍ତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। ରିପୋର୍ଟ (ଶେଫାଳି ପଟନାୟକ )

Recent Comments

Leave Comments

Top