ଗୁଣୁପୁର/ରାୟଗଡା/୨୧/୬/୨୨/ (ଆଧାର ନ୍ୟୁଜ) ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ଅନୁଷ୍ଠାନ ପରିସରରେ ବିଶ୍ୱ ଯୋଗଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗଗୁରୁ ଦୁର୍ଗାପ୍ରସାଦ ପାଣିଗ୍ରାହୀ ଯୋଗ ଦେଇ ଯୋଗର ପ୍ରାଧ୍ୟାନ୍ୟତା ଓ ଶରୀରପ୍ରତି ଏହାର ଆବଶ୍ୟକତା ବିଷୟରେ କହିବା ସହ ବିଭିନ୍ନ ଯୋଗ ଯଥା ସୂର୍ଯ୍ୟ ନମସ୍କାର,ଭ୍ରମରି,ଅନୁଲୋମ ବିଲୋମ, ବିଭିନ୍ନ ଯୋଗ କରାଇ ଥିଲେ। ଅନୁଷ୍ଠାନର କମ୍ପୁଟର ସାଇନ୍ସ ବିଭାଗର ମୁଖ୍ୟ ଡ଼ଃ ସଞ୍ଜୟ କୁମାର କୁଁଅର ,ଏମ ବି ଏ ବିଭାଗର ଡ଼ିନ ଡ଼ଃ ଜଗଦୀଶ ଏମ, ପ୍ରଫେସର ସତ୍ୟ ନାରାୟଣ ଦାସ,ପ୍ରଫେସର ବ୍ରଜ କିଶୋର ମିଶ୍ର,ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନାର ଆବାହକ ଡ଼.ପ୍ରେମାନଶୁ ଶେଖର ରଥ, କ୍ରୀଡା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ। ଏଥିରେ ଅନୁଷ୍ଠାନର ଅଧ୍ୟାପକ ,ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଯୋଗ କରିଥିଲେ।
Recent Comments