ପିପିଲି/ପୁରୀ/୨୦/୬/୨୨/ (ଆଧାର ନ୍ୟୁଜ) (ନି. ପ୍ର ) ସରକାର ଜନସାଧାରଣ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ସହିତ ରୋଗୀଙ୍କୁ ସେବା ଯୋଗାଇ ଦେବା ଲାଗି ଡିଂଡିମ୍ବ ପିଟୁଥିବା ବେଳେ ଏଥିପ୍ରତି କେତେକ ସ୍ୱାସ୍ଥ୍ୟ ସେବା ଇନିଂଚାର୍ଜ ମାନେ ଉଲଂଘନ କରୁଥିବା ଜାଣିବାକୁ ମିଳିଛି. ଏହାର ସୁଯୋଗ ନେଇ ମଧ୍ୟ ତଳିଆ କର୍ମଚାରୀ ମାନେ ଦୈନିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହାଜିରା ପକାଇ ତାଙ୍କ ନିଜସ୍ୱ କାର୍ଯ୍ୟରେ ରହୁଥିବାରୁ ସେହି ସ୍ଥାନରେ ସିକ୍ୟୁରିଟି ମାନେ ହାତରେ ସିରିଞ୍ଜି.ସାଲାଇନ ଲଗାଉଥିବା ଭଳି ନଜର ଆସିଛି. ଏଭଳି ସମସ୍ୟା ଦେଖିବାକୁ ମିଳିଛି ଖୋଦ ଭୁବନେଶ୍ୱର ଉପକଣ୍ଠ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ. ସୂଚନା ଅନୁଯାଇ ରବିବାର ଦିନ ସଂଧ୍ୟା ସମୟରେ ଜଣେ ମହିଳାଙ୍କୁ ସାପ କାମୁଡି ଥିବା ବେଳେ ଅନ୍ୟ ଜଣେ ମହିଳା ଅଜଣା ରୋଗରେ ପୀଡିତ ଥିଲେ. ସେମାନଙ୍କର ପରିବାର ଲୋକ ମଙ୍ଗଳପୁର ଡାକ୍ତର ଖାନାକୁ ଆଣିଥିବା ବେଳେ ଡାକ୍ତର ଖାନରେ ନିଯୁକ୍ତି ଥିବା ନର୍ସ ମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁପସ୍ଥିତ ଥିଲେ. ଯାହାକି ରୋଗୀମାନେ ଛଟପଟ ହେଉଥିବା ଦେଖି ରଗୀଙ୍କ ସମ୍ପର୍କୀୟ ଡ଼ିଉଟି ନଥିବା ଜଣେ ଡାକ୍ତରଙ୍କୁ ଫୋନକରି କହିଥିଲେ. ଡାକ୍ତର ବାବୁ ଜଣକ ସଂଗେ ସଂଗେ ଭୁବନେଶ୍ୱରରୁ ଆସି ପହଂଚିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ନର୍ସ ନଥିବା ଦୁଃଖ ପ୍ରକାଶକରି ମେଡିକାଲ ଇନଚାର୍ଜଙ୍କୁ ଜଣାଇବାରେ ଇନଚାର୍ଜ ଶୁଣି ନଥିଲେ. ଯାହାକି ଡାକ୍ତର ସିକ୍ୟୁରିଟି ଗାର୍ଡକୁ ଧରି ଚିକିଛା କରିଥିଲେ. ତେଣୁ ଏଠାରେ ପ୍ରଶ୍ନ ଉଠିଛି ନିଯୁକ୍ତି ଥିବା ନର୍ସ କାହା ପରାମର୍ଶରେ ଅନୁପସ୍ଥିତ ଥିଲେଏନେଇ ବିଭିନ୍ନ ପ୍ରଶ୍ନ ବାଚୀ ସୃଷ୍ଟିହୋଇଛି. ତେଣୁ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ନଜର ଦେଇ ଅନ୍ୟତ୍ର ବଦଳି କରଯିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି. (ରିପୋର୍ଟ-ଦିବାକର ପ୍ରଧାନ )
Recent Comments