logo
add image
 ସୁବର୍ଣ୍ଣପୁର ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ 

 ସୁବର୍ଣ୍ଣପୁର ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ 


ସୁବର୍ଣ୍ଣପୁର/ (ଆଧାର ନ୍ୟୁଜ)  ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ ହଲ୍ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇ ଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ( ଭାରପ୍ରାପ୍ତ) ଡା ପଦ୍ମହଂସା ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗଦାନ କରି ବିଶ୍ୱ ରକ୍ତଦାତା ଦିବସରେ ସମସ୍ତ ସୁସ୍ଥବ୍ୟକ୍ତି ରକ୍ତଦାନ କରିବା ସକାଶେ ସଂକଳ୍ପ ନେବାକୁ ଆହ୍ୱାନ କରି ଏହି ମହତ କାର୍ଯ୍ୟରେ ନିଜର ଯୋଗଦାନକୁ ସୁନିଶ୍ଚିତ କରି ଅମୁଲ୍ୟ ଜୀବନ ଦାନରେ ଭାଗିଦାରୀ ହେବାକୁ ପରାମର୍ଶ ଦେଇଛନ୍ତି l ସଭାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସୋନପୁର ନଗରପାଳ ତଥା ପଶ୍ଚିମ ଓଡିଶା ବିକାଶପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ଡ଼ଃ ମଞ୍ଜୁରାଣୀ  ସିଂ, ଏ ଡି ପି ଏଚ ଓ, ପରିବାର କଲ୍ୟାଣ,ଶ୍ରୀ ବିଶ୍ୱମ୍ବର ବେହେରା, ଡି ପି ଏମ, ଶ୍ରୀଯୁକ୍ତ ଶ୍ରୀବତ୍ସ ମଲ୍ଲିକ, ସମାଜସେବୀ ପ୍ରମୁଖ  ମଞ୍ଚାସୀନ ଥିଲେ l ଏହି ଅବସରରେ ସକାଳ ୭ ଘଣ୍ଟା  ସମୟରେ. ସୋନପୁର କଲେଜର ଏନ ସି ସି ଅଧ୍ୟକ୍ଷ ଲେଫ୍ଟନାଣ୍ଟ  ଆଶିଷ ଅଗ୍ରୱାଲଙ୍କ ନେତୃତ୍ୱରେ ସମର ଶିକ୍ଷ୍ୟାର୍ଥୀ ବାହିନୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କର୍ମକର୍ତ୍ତା,ସ୍ୱଚ୍ଛ ଭାରତ ସଂଗଠନ, ଜିଲ୍ଲା  ରକ୍ତଦାତା ସେବା ସଂଘ ଓ ଅଗ୍ରଣୀ ସମାଜସେବୀ ସଂଗଠନ ପ୍ରଭୁତିର କର୍ମକର୍ତାଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସୋନପୁର ସହର ପରିକ୍ରମା କରିଥିଲା l ଆୟୋଜିତ ସଚେତନତା ସଭାରେ ଜିଲ୍ଲାର ଛଅଟି ବ୍ଲକର  ଛଅ ଟି ସଂଗଠନ ଯଥା -ମାହେଶ୍ୱରୀ ସେନା, ମାହେଶ୍ୱରୀ ସଂଗଠନ, ଡବ୍ଲୁ ଓ ୱାଇ ଏମ , ସେବା ଫାଉଣ୍ଡେସନ, ବଜରଙ୍ଗ  ଦଳ, ଜିଲ୍ଲା ରକ୍ତଦାତା ସଂଘ ସହିତ ରକ୍ତଦାତା ବ୍ରଜେଶ୍ବରୀ ପାତ୍ର, ଦେବରାଜ ଦାସ, ମନୋଜ ପଣ୍ଡା, ମୋହନ ଦଣ୍ଡିଆ ପ୍ରମୁଖ ଙ୍କୁ ସ୍ୱତନ୍ତ୍ର ମାନପତ୍ର ସହିତ ଉପଢୌକନ ଦେଇ ସମର୍ଦ୍ଧିତ କରାଯାଇ ଥିଲା l ଏହି ଅବସରରେ ମନୋରଞ୍ଜନ ତ୍ରିପାଠୀ ବରିଷ୍ଠ ସାମ୍ବାଦିକ ଓ ରକ୍ତଦାତା ମନୋଜ ପଣ୍ଡା ନିଜ ନିଜର ଅନୁଭୂତି ବାଣ୍ଟି ଥିଲେ l ସଭା ପରେ ପରେ ଜିଲ୍ଲା ରକ୍ତଭଣ୍ଡାର ଠାରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ପ୍ୟୌରହିତ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ସଭାକାର୍ଯ୍ୟରେ ନାରାୟଣ ରଥ ସହଯୋଗ କରିଥିବା ବେଳେ  ଅକ୍ରୁର କୁମାର ହୋତା ସଭା ପରିଚାଳନା କରିଥିଲେ ଓ ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l                                                                    (ରିପୋର୍ଟ-ଯୁଧିଷ୍ଠିର ସାହୁ)

Recent Comments

Leave Comments

Top