logo
add image
 ଜୀବନ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ଗଙ୍ଗାଧର I ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ I

 ଜୀବନ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି ଗଙ୍ଗାଧର I ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ I

ପାଇକମାଳ/ବରଗଡ/୧୧ /୦୬ /୨୨/(ଆଧାର ଓଡିଶା) ଇଶ୍ୱରଙ୍କ ଲୀଳା ତାକୁ ହିଁ ଅଗୋଚର,କାହା ପାଇଁ କଣଲେଖିଛି ସେ ହିଁ ଜାଣେ I କେତେବେଳେ କାହା ଭାଗ୍ୟ କେଉଁ ଆଡକୁ ମୋଡି ହୁଏ ତାହା ଆମଭଳି ମଣିଷପକ୍ଷେ ଜାଣିବା ଭାରି କଷ୍ଟକର I ସୁସ୍ଥ ସବଳ ଗଙ୍ଗାଧର ଭାଗ୍ୟରେ ଭଗବାନ ବୋଧେ ଏହା ହିଁ ଲେଖିଥିଲେ I ଦିନ ଥିଲା ଗଙ୍ଗାଧର ରଣା ବୟସ ପ୍ରାୟ ୩୫ ବର୍ଷ. ଜଣେ ଭଲ ଡ୍ରାଇଭର ଟିଏ, ଗାଡି ଚଳାଇ ନିଜ ତଥା ନିଜ ପରିବାରର ଭରଣ ପୋଷଣ ବେଶ ଆରାମରେ କରୁଥିଲେ. ହେଲେ ବିଧାତାକୁ କିଛି ଅଲଗା ଦରକାର ଥିଲା ୨୦୦୩ ମସିହାରେ ଖଡ଼ିଆଳ ସିନାପାଲି ନିକଟସ୍ଥ ହାତିବନ୍ଧା ଠାରେ ପିକଅପ ଭ୍ୟାନ ଚଳାଇବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା ସାମାନ୍ୟ କିଛି ଆଘାତ ପାଇଥିଲେ ଏବଂ ଚିକିତ୍ସା ପରେ ପୁଣି ନିଜ କାମକୁ ଫେରିଥିଲେ ଓ ଜୀବନ ଜୀବିକା ପାଇଁ କର୍ମ କରିଚାଲିଥିଲେ,ଏହା ମଧ୍ୟରେ ରେ ୨୦୧୦ ମସିହାରେ ବିବାହକରି ନିଜ ସୁନା ର ସଂସାର ପାଇଁ ଅନେକ ସ୍ବପ୍ନ ମଧ୍ୟ ଦେଖିଥିଲେ ହେଲେ ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣଇ ତେଣିକି ଯାଇ ବିବାହ ର ଦୁଇବର୍ଷ ପରେ ସୁସ୍ଥ ସବଳହୋଇ ଦିନ କାଟୁଥିବା ଗଙ୍ଗାଧରକୁ ରୋଗଗ୍ରାସ କରିବା ଆରମ୍ଭ କରିଲା ଧୀରେ ଧୀରେ ସେ ଅସୁସ୍ଥରେ ପଡିରହିଲେ. ଆଶ୍ଚର୍ଯ୍ୟର କଥା ରୋଗ ଟିର କାରଣ ହେଲା ୯ (ନଅ ) ବର୍ଷ ଆଗରୁ ହୋଇଥିବା ଅର୍ଥାତ ୨୦୦୩ ମସିହାର ପିକଅପ ଦୁର୍ଘଟଣା I ଶରୀର ଦୁର୍ବଳ ହେଲା, କାମ ଧନ୍ଦା ସବୁଗଲା ଧୀରେ ଧୀରେ ସ୍ତ୍ରୀ ସହ ମନମାଳୀନ ଦେଖାଦେଲା. ଶେଷରେ ସ୍ତ୍ରୀ ମଧ୍ୟ ଧୋକା ଦେଲା ଏବଂ ସବୁଦିନ ପାଇଁ ଗଙ୍ଗାଧର ହାତଛାଡି ନିଜ ବାପଘର ଚାଲିଗଲା ଏଥିରେ ଗଙ୍ଗାଧର ଆହୁରି ଭାଙ୍ଗି ଯାଇଥିଲେ I ପ୍ରଥମେ ପାଇକମାଳ ସ୍ଥିତ ଆୟୁର୍ବେଦ ମହାବିଦ୍ୟାଳୟରେ ଚିକିତ୍ସା ଆରମ୍ଭ କରିଥିଲେ, ପରେ ବୁର୍ଲା ମେଡିକାଲ ଏବଂ ଚିକିତ୍ସା ହଉ ଥିବା ସମୟରେ ଜଣା ପଡିଲା ଯେ ପୂର୍ଵରୁ ଘଟିଥିବା ଦୁର୍ଘଟଣା ଯୋଗୁଁ ତାଙ୍କ ଶରୀରର ଗୋଟିଏ ଭ୍ୟାନ ନଷ୍ଟ ହୋଇଯାଇଛି ଓ ଏହାର ଅସ୍ତ୍ରୋପଚାର କରିବାକୁ ପଡିବ,ପରେ ଏହାର ଅସ୍ତ୍ରୋପଚାର କରାଗଲା ହେଲେ ଵିଧିର ବିଧାନ କିଛି ଅଲଗା କହୁଥିଲା ଅସ୍ତ୍ରୋପଚାର ପରେ ଶରୀର ଆହୁରି ବିଗିଡ଼ିବାରେ ଲାଗିଲା , ଦିନକୁ ଦିନ ପରିବାରର ଚିନ୍ତା ବଢିଚାଲିଲା. ଅର୍ଥଅଭାବ ଯୋଗୁଁ ପରିବାରର ନିଦ ହଜିଗଲା, ଗାଁ ଲୋକଙ୍କୁ ସାହାଯ୍ୟ ମାଗି,ଧାର କରଜକରି ପୁଣି ଗଙ୍ଗାଧରକୁ ଭୁବନେଶ୍ୱର ଓଲଟପୁର ନେଲେ ସେଠାରେ କିଛି ଦିନର ଚିକିତ୍ସାପରେ ରୋଗ ଭଲ ନ ହେବାରୁ ପୁଣି ଘରକୁ ଫେରି ଆସିଲେ. ଏବଂ କିଛି ବର୍ଷ ପରେ ୨୦୧୮ ମସିହାରେ ପୁଣି କିଛି ଟଙ୍କା କରଜକରି  କିଛି ଆଶା ସାଉଁଟି ବାଙ୍ଗାଲୋର ଗଲେ. ହେଲେ ସେଠିମଧ୍ୟ ପୂର୍ବପରି ନିରାଶ ହେବାକୁ ପଡିଲା I ବର୍ତମାନ ଗଙ୍ଗାଧର ସମ୍ପୂର୍ଣ ଶାରୀରିକ ଅକ୍ଷମ ଅନ୍ୟର ସାହାଯ୍ୟ ହେଲେ ଦିନ ଆରମ୍ଭ ହଉଛି ଓ ରାତି ସରୁଛି I ପିତା ରାମରଣା ଓ ମାତା ସାବିତ୍ରୀରଣାଙ୍କ ସତ ଚେଷ୍ଟାପରେ ମଧ୍ୟ୍ୟ ପୁଅ ଭଲ ନ ହେବା ଯୋଗୁଁ ଦିନରାତି ଆଖିରୁ ରକ୍ତ ଗଡାଉଛନ୍ତି, ପୁଅକୁ ଭଲକରି ଦିଅ ବୋଲି ଛାତି ଫଟା ନିବେଦନ ବାସ୍ତବରେ ହୃଦୟ ଦୋହଲାଉଛି I ସବୁ ବାଟ ବନ୍ଦ ପରେ ସରକାରଙ୍କ ଆଗରେ ନିଜ ପୁଅର ଜୀବନ ପାଇଁ ଭିକ୍ଷା ପ୍ରାଥନା କରୁଛୁ କହି ଆତ୍ମବିଭୋର ହୋଇ ଯାଇଥିଲେ ଗଙ୍ଗାଧରର ମାତା ପିତା I ପାଇକମାଳ ଡ୍ରାଇଭର ମହାସଂଘର କିଛି ସଦସ୍ୟ ଅଜିତ ଦାସ, ରୋହିତ ଯାନୀ, ପ୍ରଦୀପ ସାହୁ, ନୀଳାଞ୍ଚଳ ବେହେରା ଡ୍ରାଇଭର ଗଙ୍ଗାଧର ରଣାର ଚିକିତ୍ସା ପାଇଁ ନିଜ ସଙ୍ଘ,ସରକାର ଓ ସମସ୍ତ ଜନସାଧାରଣଙ୍କୁ ନିବେଦନ ଜଣାଇଛନ୍ତି I  

                                     ( ରିପୋର୍ଟ-ବିଦ୍ୟାଧର ସାହୁ )

Recent Comments

Leave Comments

Top