ସୁବର୍ଣ୍ଣପୁର/୦୮/୦୬/୨୨/ (ଆଧାର ଓଡିଶା) ଆଜି ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ ଟୀକାକରଣ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାସ ଅଧ୍ୟକ୍ଷତା କରିଥିଲେ l ଡା. ବିଶ୍ୱ ରଂଜନ ପତି, ସି. ଡି. ଏମ. ଓ., ଡା. ପ୍ରଦୀପ କୁମାର ଗୁରୁ, ଏ ଡି ଏମ ଓ, ଡା. ମଞ୍ଜୁରାଣୀ ସିଂ, ଏ ଡି ପି ଏଚ ଓ ( ପରିବାର କଲ୍ୟାଣ ) ସହିତ ଜିଲ୍ଲା ଓ ବ୍ଲକ ସ୍ତରର ସ୍ୱାସ୍ଥ୍ୟ ଅଧିକାରୀ ମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ l ତଥ୍ୟରୁ ଜଣାପଡିଲା ଯେ ସୁବର୍ଣ୍ଣପୁର ଜିଲ୍ଲା ରେ ସମ୍ପୂର୍ଣ୍ଣ ଟୀକାକରଣ ୨୦୧୧-୨୨ ବର୍ଷରେ ୮୯ % ରହିଥିଲା l ତେଣୁ ଆଗାମୀ ଦିନରେ ଟୀକାକରଣକୁ ବ୍ୟାପକକରି ଶତକଡା ୧୦୦ % ରେ ପହଞ୍ଚାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ l ସି ଡି ଏମ ଓ ଡା. ପତି ସୁବର୍ଣ୍ଣପୁର ଜିଲ୍ଲାର ଅପହଞ୍ଚ ଅଂଚଳରେ ସ୍ୱତନ୍ତ୍ର ଟୀକାକରଣ ଅଧିବେଶନ ତଥା ଜିଲ୍ଲାର ତିନୋଟି ସହରାଞ୍ଚଳରେ ଶିଶୁମାନଙ୍କର ଟୀକାକରଣକୁ ବ୍ୟାପକ କରି ଟୀକାକରଣ ହାର ବୃଦ୍ଧି କରାଯିବ ବୋଲି ସୂଚନା ଦେଇଥିଲେ l ଏହା ସହିତ ପାଞ୍ଚବର୍ଷରେ ଦିଆଯାଉଥିବା ଡି. ପି. ଟି. କିଶୋର / କିଶୋରୀଙ୍କୁ ଟି ଡି ଭେକସିନକୁ ମଧ୍ୟ ବ୍ୟାପକ କରିବାକୁ ସୂଚନା ପ୍ରଦାନ କରିଥିଲେ l ସର୍ବ ଶେଷରେ ଡେପୁଟି ମ୍ୟାନେଜର ଶ୍ରୀ ସୁଧାଂଶୁ ଶେଖର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l (ରିପୋର୍ଟ-ଯୁଧିଷ୍ଠିର ସାହୁ-ଆଧାର ନ୍ୟୁଜ)
Recent Comments