ବୌଦ୍ଧ/ ୦୧/୦୬/୨୦୨୨/ (ଆଧାର ନ୍ୟୁଜ) ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଓ ଏ ନ. ସି. ସି. ପକ୍ଷରୁ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ଏନ. ସି. ସି. ଓ ଯୁବ ରେଡ କ୍ରସର ସ୍ୱେଚ୍ଛାସେବୀ ମାନେ ଏକ ଶୋଭାଯାତ୍ରାରେ ପ୍ରଚାରପତ୍ର ଓ ସ୍ଲୋଗାନଦେଇ ସହର ପରିକ୍ରମା କରିଥିଲେ l ଏହି ଶୋଭାଯାତ୍ରାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ଶୋଭାଯାତ୍ରାକୁ ପରିଚାଳନା କରିଥିଲେ ଏ ନ. ସି. ସି. ଅଧିକାରୀ ଡ. ମହେନ୍ଦ୍ର ନାଥ ଦେବତା l ଶୋଭାଯାତ୍ରାରୁ ଫେରିବାପରେ ଯୁବ ରେଡକ୍ରସ ଅଧିକାରୀ ଡ. ପ୍ରବୀର କୁମାର ଦାସ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ତମାଖୁର ଭୟଭୟତା ଉପରେ ଉଦବୋଧନ ଦେବାସହ ଏହା ବିରୁଦ୍ଧରେ ସଂଗ୍ରାମ କରିବାକୁ ଆଊହାନ ଦେଇଥିଲେ l ମହାବିଦ୍ୟାଳୟ ପରିସରରେ ପୋଷ୍ଟରମାରି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ତମାଖୁ ସେବନ ନକରିବାକୁ ସଚେତନ କରାଯାଇ ଥିଲାl ବୌଦ୍ଧ ପଂଚାୟତ ମହାବିଦ୍ୟାଳୟକୁ ତମାଖୁ ମୁକ୍ତ ଘୋଷଣା କରାଯାଇ ଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ. (ରିପୋର୍ଟ-ଧବଳେଶ୍ଵର ମହାପାତ୍ର)
Recent Comments